Thursday , June 17 2021
Home / ବିଶେଷ / ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ଓ ଜିଲ୍ଲା ପାଠାଗାର ଉଦଘାଟିତ

ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ଓ ଜିଲ୍ଲା ପାଠାଗାର ଉଦଘାଟିତ

ସୁନ୍ଦରଗଡ଼ ୧୧/୦୧/୨୦୨୧ (ଓଡ଼ିଶା ସମାଚାର)- ସୁନ୍ଦରଗଡ଼ ଠାରେ ନବନିର୍ମିତ ସଂସ୍କୃତି ଭବନରେ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ଏବଂ ଜିଲ୍ଲା ପାଠାଗାର ଉଦଘାଟିତ ହୋଇଯାଇଛି । ତା’ ସହିତ ଲୋକକଳାର ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିବା ‘ସହଭାଗିତା’ କାର୍ଯ୍ୟକ୍ରମ ଜିଲ୍ଲାରେ ଶୁଭାରମ୍ଭ କରାଯାଇଛି । ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଏହାର ଶୁଭ ଉଦଘାଟନ କରିଛନ୍ତି । ଆଦିବାସୀ ସଂସ୍କୃତି ଓ ବିଭିନ୍ନ ଲୋକକଳାକୁ ନେଇ ସମୃଦ୍ଧ ସୁନ୍ଦରଗଡ଼ ଜିଲ୍ଲା ଏହି ଲୋକକଳାକୁ ଉଜ୍ଜୀବୀତ କରି ରଖିବା, କଳାକାରମାନଙ୍କ ଜୀବିକାକୁ ସୁନିଶ୍ଚିତ କରିବା ତଥା ସରକାରଙ୍କ ବିଭିନ୍ନ ଜନକଲ୍ୟାରକାରୀ କାର୍ଯ୍ୟକ୍ରମର ପ୍ରଚାର ପ୍ରସାର ପାଇଁ ଏହି କଳାକୁ ଏକ ପ୍ରମୁଖ ମାଧ୍ୟମ ଭାବେ ଗ୍ରହଣ କରିବାକୁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି । ତେଣୁ ଏଥିପାଇଁ ଜିଲ୍ଲାରେ ‘ସହଭାଗିତା’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆଦିବାସୀ ନୃତ୍ୟ, ପାଲା, ଦାସକାଠିଆ ଆଦିର ପ୍ରଚାର ପ୍ରସାର ପାଇଁ ଗୁରୁତ୍ୱ ଦିଆଯିବ । ତା’ସହିତ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଗାଁ ଗାଁରେ ଲୋକଙ୍କ ପାଖରେ ବାର୍ତା ପହଂଚାଇବା ପାଇଁ ଲୋକକଳାକୁ ପ୍ରମୁଖ ମାଧ୍ୟମ ଭାବେ ବ୍ୟବହାର କରାଯିବ । ଏହି ଅବସରରେ ଜିଲ୍ଲା ସଂସ୍କୃତି ଭବନ କୋଠାରେ ଜିଲ୍ଲା ପାଠାଗାର ମଧ୍ୟ ଲୋକାର୍ପଣ କରାଯାଇଛି । ଏଠାରେ ବିଭିନ୍ନ ବିଷୟ ଉପରେ ୨୦ ହଜାରରୁ ଅଧିକ ପୁସ୍ତକ ରହିଛି । ଏଠାରେ ପାଠକମାନେ ବସି ବହି ପଢିବା ପାଇଁ ରିଡିଙ୍ଗ ରୁମ୍ ବ୍ୟବସ୍ଥା ମଧ୍ୟ କରାଯାଇଛି । ‘ଆମ ଜିଲ୍ଲାର ଲୋକକଳାକୁ ଆଗକୁ ନେବା ସହିତ କଳାକାରମାନଙ୍କୁ ପ୍ରୋତ୍ସାହନ ଦେବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି । ସରକାର ଏଥିପାଇଁ ‘ସହଭାଗିତା’ ମାଧ୍ୟମରେ ପଦକ୍ଷେପ ନେଉଛନ୍ତି । ସେହିରି ଛାତ୍ରଛାତ୍ରୀ, ପୁସ୍ତକପ୍ରେମୀ ଏବଂ ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ଜିଲ୍ଲା ପାଠାଗାର ଲୋକାର୍ପଣ କରାଯାଇଛି’ ବୋଲି କହିଛନ୍ତି ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ । ଜିଲ୍ଲା କଳା ସଂସ୍କୃତି ସଂଘ ଅଧୀନରେ ୭୩୯ଟି ଦଳ ପଞ୍ଜିକୃତ ହୋଇଛନ୍ତି । ଜିଲ୍ଲାରେ ପ୍ରାୟ ୧୨ ହଜାର ଳଳାକାର ଅଛନ୍ତି । ଏହି କଳାକାରମାନଙ୍କୁ ପ୍ରୋତ୍ସାହନ ଦେଇ ଜିଲ୍ଲାର ଲୋକକଳା ଓ ସଂସ୍କୃତିକୁ ଆହୁରି ଜୀବନ୍ତ କରି ରଖିବା ପାଇଁ ପଦକ୍ଷେପ ନିଆଯାଉଛି । ଛାତ୍ରଛାତ୍ରୀ, ଯୁବବର୍ଗ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ବହି ପଢିବାର ଆଗ୍ରହ ବଢାଇବା ପାଇଁ ‘ସୁନ୍ଦରଗଡ଼ ବହିଢ’ ଅଭିଯାନ ଆରମ୍ଭ ହୋଇଥିଲା । ଏହି ଅଭିଯାନ ଅଧୀନରେ ବିଭିନ୍ନ ବ୍ଲକରେ ଗ୍ରାମୀଣ ପାଠାଗାର ନିର୍ମାଣ କରାଯାଉଛି । ସୁନ୍ଦରଗଡ଼ ସଦର ମହକୁମାରେ ନିର୍ମାଣ ଚାଲିଥିବା ସଂସ୍କୃତି ଭବନ କୋଠା ସହ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଠାଗାର ନିର୍ମାଣ ପାଇଁ ଡିଏମଏଫ ଆର୍ଥିକ ସହାୟତା ପ୍ରଦାନ କରୁଛି । ଉଦଘାଟନୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସୁନ୍ଦରଗଡ଼ ଉପଜିଲ୍ଲାପାଳ ଅଭିମନୁ୍ୟ ବେହେରା, ଜିଲ୍ଲା ସଂସ୍କୃତି ତଥା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅନିଲ କେରକେଟା, ଡିଏମଏଫର ଜୀବିକା ବିଶେଷଜ୍ଞ ଅଞ୍ଜନ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

କଟକ ଅର୍ବାନ ପୁଲିସ କୁ ବଡ଼ ସଫଳତା – ୪ ଅପରାଧୀ ଗିରଫ , ୧୧ ଟି ବନ୍ଧୁକ ଓ ୫୧ଟି ଗୁଳି ଜବତ

କଟକ, ୧୬/୦୬/୨୦୨୧(ଓଡ଼ିଶା ସମାଚାର / ଦେବାଶିଷ ରଥ)- ପ୍ରାୟୋଜିତ ଅପରାଧ ଉପରେ ଅଂକୁଶ ଲଗାଇବା ପାଇଁ କଟକ ଡିସିପି ପ୍ରତୀକ …

Leave a Reply

Your email address will not be published. Required fields are marked *