Sunday , June 20 2021
Home / ବିଶେଷ / ଜିଲ୍ଲା ପ୍ରତିଭା ପୂଜା ସଂସଦ ଦ୍ୱାରା ମାର୍ଶାଘାଇ ଥାନା ଅଧିକାରୀଙ୍କୁ କୋଭିଡ ଯୋଦ୍ଧା ସମ୍ମାନ

ଜିଲ୍ଲା ପ୍ରତିଭା ପୂଜା ସଂସଦ ଦ୍ୱାରା ମାର୍ଶାଘାଇ ଥାନା ଅଧିକାରୀଙ୍କୁ କୋଭିଡ ଯୋଦ୍ଧା ସମ୍ମାନ

କେନ୍ଦ୍ରାପଡା, ୦୫/୦୪/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲା ପ୍ରତିଭା ପୂଜା ସଂସଦ ଦ୍ୱାରା ମାର୍ଶାଘାଇ ଥାନାର ଭାରପ୍ରାପ୍ତ ଇନିସପେକ୍ଟର କାଳନ୍ଦି ବେହେରାଙ୍କୁ କୋଭିଡ ଯୋଦ୍ଧା ସମ୍ମାନରେ ସମ୍ମାନିତ କରାଯାଇଛି । କେନ୍ଦ୍ରାପଡା ଉପଖଣ୍ଡ ପୋଲିସ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଏସଡିପିଓ ରାଜୀବ ଲୋଚନ ପଣ୍ଡା ସଂସଦ ପକ୍ଷରୁ ମାର୍ଶାଘାଇ ଥାନାର ଭାରପ୍ରାପ୍ତ ଇନିସପେକ୍ଟର ଶ୍ରୀ ବେହେରାଙ୍କୁ ମାନପତ୍ର, ଉତରୀୟ ଓ  ପୁଷ୍ପଗୁଛ ପ୍ରଦାନ କରି କୋଭିଡ ଯୋଦ୍ଧା ସମ୍ମାନରେ ସମ୍ମାନିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଂସଦର ସଭାପତି ପ୍ରଦୀପ କୁମାର ମହାନ୍ତି, ସଭ୍ୟ ଚିତରଞ୍ଜନ ଦାସ ଓ ଗୌରାଙ୍ଗ ଚରଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।  ଓଡ଼ିଶା ସମାଚାର

About admin

Check Also

ବେଦାନ୍ତ ପକ୍ଷରୁ ଓଡ଼ିଶାର କଳାହାଣ୍ଡିରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଲୋକାର୍ପିତ

• ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଭର୍ଚୁଆଲ ସମାରୋହରେ ଏହି ହସ୍ପିଟାଲ କୁ ଜନ ସାଧାରଣଙ୍କ …

Leave a Reply

Your email address will not be published. Required fields are marked *