Thursday , June 17 2021
Breaking News
Home / ବିଶେଷ / ଜିଲ୍ଲା ପ୍ରତିଭା ପୂଜା ସଂସଦ ପକ୍ଷରୁ ଜିଲ୍ଲା ଓକିଲ ସଙ୍ଘର ନବନିର୍ବାଚିତ କର୍ମକର୍ତାଙ୍କୁ ସମ୍ବର୍ଦ୍ଧନା

ଜିଲ୍ଲା ପ୍ରତିଭା ପୂଜା ସଂସଦ ପକ୍ଷରୁ ଜିଲ୍ଲା ଓକିଲ ସଙ୍ଘର ନବନିର୍ବାଚିତ କର୍ମକର୍ତାଙ୍କୁ ସମ୍ବର୍ଦ୍ଧନା

କେନ୍ଦ୍ରାପଡା, ୩୧/୦୩/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲା ପ୍ରତିଭା ପୂଜା  ସଂସଦ ପକ୍ଷରୁ ଜିଲ୍ଲା ଓକିଲ ସଙ୍ଘର ନବ ନିର୍ବାଚିତ କର୍ମକର୍ତାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ଉପଲକ୍ଷେ ସଂସଦର ସଭାପତି ପ୍ରଦୀପ କୁମାର ମହାନ୍ତିଙ୍କ ପୈାରହିତ୍ୟରେ ସ୍ଥାନୀୟ ପବ୍ଲିକ ରିଡିଂରୁମ ପରିସରରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେଉରା, ବରିଷ୍ଠ ଆଇନଜୀବି ଉମେଶ ଚନ୍ଦ୍ର ସିଂ, ଅକ୍ଷୟ କୁମାର ମହା. ସାମ୍ବାଦିକ ଚିତରଞ୍ଜନ ଦାସ ଓ ରବିନାରାୟଣ ପତି ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ଏହି ଅବସରରେ ଜିଲ୍ଲା ଓକିଲ ସଙ୍ଘର ନବ ନିର୍ବାଚିତ ସଭାପତି  ଆଶୁତୋଷ ମହାନ୍ତି, ଉପସଭାପତି ଜିତେନ୍ଦ୍ର କୁମାର ମହାନ୍ତି, ସାଧାରଣ ସମ୍ପାଦକ ସେକ ଅଜିମୁଦ୍ଧିନ, କୋଷାଧ୍ୟକ୍ଷ ନିରାକାର ପ୍ରଧାନ, ଯୁଗ୍ମସମ୍ପାଦକ ଅକ୍ଷୟ କୁମାର ସ୍ୱାଇଁ ଏବଂ କାର୍ଯ୍ୟକାରୀ କମିଟି ସଭ୍ୟ ସୁବାଷ ଚନ୍ଦ୍ର ରାଉତ ପ୍ରମୁଖଙ୍କୁ ପୁଷ୍ପଗୁଛ ଓ ଉତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଗୋଲଖ ଚନ୍ଦ୍ର ପଢିଆରୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ମୁକ୍ତାର ଖାଁ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

୧ଜୁଲାଇ ସକାଳ ପର୍ୟ୍ୟନ୍ତ ରାଜ୍ୟରେ  ଆଂଶିକ ଲକଡାଉନ 

ଭୁବନେଶ୍ୱର,୧୬/୦୬/୨୦୨୧(ଓଡ଼ିଶା ସମାଚାର)- ଓଡ଼ିଶା ସରକାର କୋଭିଡ କଟକଣାକୁ ଆଂଶିକ କୋହଳ କରିଛନ୍ତି। ରାଜ୍ୟର ଯେଉଁ ସବୁ ଜିଲ୍ଲାରେ ପ୍ରଥମେ କୋଭିଡ …

Leave a Reply

Your email address will not be published. Required fields are marked *