Sunday , June 13 2021
Breaking News
Home / ବିଶେଷ / ଜିଲ୍ଲା ପ୍ରତିଭା ପୂଜା ସଂସଦ ପକ୍ଷରୁ ସହକାରୀ ପୈାରନିର୍ବାହୀ ଅଧିକାରୀଙ୍କୁ ସମ୍ବର୍ଦ୍ଧନା 

ଜିଲ୍ଲା ପ୍ରତିଭା ପୂଜା ସଂସଦ ପକ୍ଷରୁ ସହକାରୀ ପୈାରନିର୍ବାହୀ ଅଧିକାରୀଙ୍କୁ ସମ୍ବର୍ଦ୍ଧନା 

କେନ୍ଦ୍ରାପଡା, ୨୩/୧୨/୨୦୨୦(ଓଡ଼ିଶା ସମାଚାର)- ଜିଲ୍ଲା ପ୍ରତିଭା ପୂଜା ସଂସଦ ପକ୍ଷରୁ କେନ୍ଦ୍ରାପଡା ପୈାରସଂସ୍ଥାର ସହକାରୀ ପୈାରନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳଙ୍କୁ କୋଭିଡ ଯୋଦ୍ଧା ଭାବରେ ସମ୍ବର୍ଦ୍ଧିତ କରାଯାଇଛି । କୋଭିଡ-୧୯ ଲକଡାଉନ ଓ ସଟଡାଉନ ସମୟରେ ପୈାରସଂସ୍ଥାର ସହକାରୀ ନିର୍ବାହୀ ଅଧିକାରୀ ଶ୍ରୀ ବଳଙ୍କ କାର୍ଯ୍ୟ ଦକ୍ଷତା ଓ ନିଜ ଜୀବନକୁ ବିପନ୍ନକରି ଲୋକମାନଙ୍କୁ ସେବା ଯୋଗାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ହେତୁ ଶ୍ରୀ ବଳଙ୍କୁ ସଂସଦ ପକ୍ଷରୁ କୋଭିଡ ଯୋଦ୍ଧା ସମ୍ମାନରେ ସମ୍ମାନିତ କରାଯାଇଛି । ଏହି ଉପଲକ୍ଷେ ସଂସଦର ସଭାପତି ପ୍ରଦୀପ କୁମାର ମହାନ୍ତି ମଙ୍ଗଳବାର ପୈାରସଂସ୍ଥା କାର୍ଯ୍ୟାଳୟରେ ଶ୍ରୀ ବଳଙ୍କୁ ପୁଷ୍ପଗୁଛ,ଶାଲ ଓ ସାର୍ଟିଫିକେଟ ପ୍ରଦାନ କରି କୋଭିଡ ଯୋଦ୍ଧା ସମ୍ମାନରେ ସମ୍ମାନିତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସଂସଦର ସଭ୍ୟ ଚିତରଞ୍ଜନ ଦାସ,ରବିନ୍ଦ୍ର ନାଥ ରଥ,ବିଜୟ କୁମାର ଅଗ୍ରୱାଲ ଓ ଗୋଲଖ ଚନ୍ଦ୍ର ପଢିହାରୀ ପ୍ରମୁଖ ଉପସ୍ଥିତ ଥିଲେ ।   ଓଡ଼ିଶା ସମାଚାର

About admin

Check Also

ଦଳିତବ୍ୟକ୍ତିଙ୍କ ବାସଗୃହ ସମ୍ମୁଖ ରାସ୍ତାକୁ ଅବରୋଧ ଅଭିଯୋଗ

କେନ୍ଦ୍ରାପଡ଼ା, ୧୨/୦୬/୨୦୨୧(ଓଡ଼ିଶା ସମାଚାର)-ଜନୈକ ଦଳିତ ସଂପ୍ରଦାୟର ବ୍ୟକ୍ତିଙ୍କ ବାସଗୃହ ସମ୍ମୁଖ ରାସ୍ତାକୁ କେତେକ ସବର୍ଣ୍ଣ ସଂପ୍ରଦାୟର ଲୋକ ଅବରୋଧ କରିବା …

Leave a Reply

Your email address will not be published. Required fields are marked *