Wednesday , August 4 2021
Breaking News
Home / ବିଶେଷ / ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ  ବୃକ୍ଷ ରୋପଣ

ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ  ବୃକ୍ଷ ରୋପଣ

କେନ୍ଦ୍ରାପଡ଼ା, ୧୦/୦୭/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲା ପରିଷଦ କାର୍ଯ୍ୟାଳୟ ପରିସରରେ ବନ ମହୋତ୍ସବ ପାଳନ ଅବସରରେ  ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପରିଷଦ ସଦସ୍ୟ ପ୍ରକୃତିବନ୍ଧୁ ସନ୍ତୋଷ କୁମାର ଜେନା ଓ ଧନଞ୍ଜୟ ବୋଷଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭାପତି  ମାନସ କୁମାର ପରିଡା, ଜିଲ୍ଲା ପରିଷଦ ସଭ୍ୟ ଦେବାଶିଷ ଦାସ, ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଦିଲ୍ଲିପ କୁମାର ପରିଡା, ବନ ବିଭାଗର ଆଂଚଳିକ  ଅଧିକାରୀ ଗୋବିନ୍ଦ ଚନ୍ଦ୍ର ରଥ, ଜିଲ୍ଲା ପରିଷଦ ସଭ୍ୟା ଅହଲ୍ୟା ଲେଙ୍କା ,ସାଗରିକା ମଲ୍ଲିକ, ବ୍ଲକ ଅଧ୍ୟକ୍ଷ  ଶିବ ପ୍ରସାଦ ଭଳ ପ୍ରମୁଖ ଯୋଗଦେଇ ଜିଲ୍ଲା ପରିଷଦ କାର୍ଯ୍ୟାଳୟ  ପରିସରରେ ଅଁଳା, ପିଜୁଳି, କାଜୁ, ନଡିଆ,ଆମ୍ବ, ଫାସି, ପେସ୍ତା, କରଞ୍ଜ, ଝାଉଁ, ବଉଳ, ଅଶୋକ  ପ୍ରଭୃତି ବୃକ୍ଷର ଚାରା ରୋପଣ କରିଥିଲେ ଏବଂ ସାଧାରଣ ଜନତାଙ୍କୁ ବିଭିନ୍ନ ବୃକ୍ଷର ଚାରା ମାଗଣା ବଂଟନ କରିଥିଲେ । ବୃକ୍ଷରୋପଣ ଦ୍ୱାରା ସବୁଜ ବଳୟ ସୃଷ୍ଟି କରାଯାଇ ପରିବେଶ ସନ୍ତୁଳନ ରକ୍ଷା କରାଯାଇପାରିବ ବୋଲି ଏହି ଅବସରରେ ଏକ ବାର୍ତା ପ୍ରଦାନ କରାଯାଇଥିଲା । ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡା ଜିଲ୍ଲାରେ ରାସ୍ତା ଦୁର୍ଘଟଣା : ମୃତ ଶ୍ରମିକଙ୍କ ଶବ ରଖି ଜଗତସିଂହପୁର ଜିଲ୍ଲାରେ କ୍ଷତି ପୂରଣ ଦାବି କେତେ ଯୁକ୍ତିଯୁକ୍ତ

ପାରାଦୀପ ୦୩/୦୮/୨୦୨୧(ଓଡ଼ିଶା ସମାଚାର)- ଗତ ଜୁଲାଇ ଦୁଇ ତାରିଖ ସକାଳେ କେନ୍ଦ୍ରପଡା ଜିଲ୍ଲାର ମାର୍ଶାଘାଇ ଥାନା ଅନ୍ତର୍ଗତ ନୂଆଗାଁ ର …

Leave a Reply

Your email address will not be published. Required fields are marked *