Monday , June 14 2021
Breaking News
Home / ବିଶେଷ / ଜିଲ୍ଲା ଦାରୁ ସଂକୀର୍ତନ ମଣ୍ଡଳୀ ଓ ନିରାଶ୍ରୟର ଆଶା ପକ୍ଷରୁ କମ୍ବଳ ବଂଟନ 

ଜିଲ୍ଲା ଦାରୁ ସଂକୀର୍ତନ ମଣ୍ଡଳୀ ଓ ନିରାଶ୍ରୟର ଆଶା ପକ୍ଷରୁ କମ୍ବଳ ବଂଟନ 

ତାରପୁର , ୧୦/୦୧/୨୦୨୧ (ଓଡ଼ିଶା ସମାଚାର)- ଜିଲ୍ଲା ଦାରୁ ସଂକୀର୍ତନ ମଣ୍ଡଳୀ ସଂଘ ଓ ନିରାଶ୍ରୟର ଆଶା ଅନୁଷ୍ଠାନ ପକ୍ଷରୁ ଆଜି ରଘୁନାଥପୁର ବ୍ଲକ ଅନ୍ତର୍ଗତ ଧରାଧରପୁର ଗ୍ରାମ ପଂଚାୟତର ବସନ୍ତା ଗ୍ରାମରେ ଶତାଧିକ ଅସହାୟ ବୃଦ୍ଧ, ବୃଦ୍ଧା ଏବଂ ସଂକୀର୍ତନ ମଣ୍ଡଳୀର କଳାକାର ମାନଙ୍କୁ କମ୍ବଳ ସହିତ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଂକୀର୍ତନ ମଣ୍ଡଳୀ ସଂଘ ସଂପାଦକ ପ୍ରିୟ ରଞ୍ଜନ ସାହାଣୀ ପୌରହିତ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ସମାଜ ସେବୀ ଦିଲ୍ଲିପ କୁମାର ରଥ, ସମ୍ମାନୀତ ଅତିଥି ଭାବେ ବ୍ଲକର ପୂର୍ବନ ଅଧ୍ୟକ୍ଷ ରଜତ କୁମାର ପାତ୍ର, ଇଂ ବାବଜୀ ଚରଣ ଜେନା, ବିଜୟ କୁମାର ସ୍ୱାଇଁ, ସମାଜ ସେବୀ ପାର୍ଥସଖା ପାଲଟାସିଂ, ଶୁଭଙ୍କର ଜେନା ପ୍ରମୁଖ ଯୋଗଦେଇ ମାନବ ସେବାହିଁ ମାଧବ ସେବା ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମ ବିଜୟକୁମାର ସାହୁ, ମାନସ ଦାଶ, ବସନ୍ତ କୁମାର ଦାସ, ଶୁଦର୍ସନ ମହାନ୍ତି, ଜୋର୍ତମୟି ଜେନା, ସନ୍ତୋଷ ସାହୁ, ନାରାୟଣ ନାୟକ, ବିପିନ କୁମାର ନାୟକ, ଶମ୍ଭୁନାଥ ଜେନା, ଜଗବନ୍ଧୁ ମଲ୍ଲିକ, ପ୍ରଦୀପ ବିଶ୍ୱାଳ ପ୍ରମୁଖ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ମାଓ ସଂଗଠନକୁ ସାହାଯ୍ୟ କରୁଥିବା ଅଭିଯୋଗ ରେ ଜଣେ ଗିରଫ

  କନ୍ଧମାଳ, ୧୩/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଅଞ୍ଚଳରେ ସକ୍ରିୟ ମାଓ ସଂଗଠନକୁ ସହଯୋଗ …

Leave a Reply

Your email address will not be published. Required fields are marked *