Friday , June 18 2021
Breaking News
Home / ବିଶେଷ / ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ  ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ  ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

କେନ୍ଦ୍ରାପଡା,୦୯/୦୩/୨୦୨୧(ଓଡ଼ିଶା ସମାଚାର)- ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭାଗବତପୁର ପଂଚାୟତ କାର୍ଯ୍ୟାଳୟ ପରିସରରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ମଳୟ କୁମାର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ମ୍ୟାଜିଷ୍ଟ୍ରେଟ ସୁଶ୍ରୀ ଶୃତିକିର୍ତୀ ଆଚାର୍ଯ୍ୟି, ସମ୍ମାନୀତ ଅତିଥି ଭାବେ ଏଡିଏମଓ ଡା. ନୃପେନ୍ଦ୍ର କୁମାର ଶତପଥୀ, ପୋଲିସ ଇନିସପେକ୍ଟର ସଶ୍ମିତା ବେହେରା, ଆଇନଜୀବି ରମଣୀରଞ୍ଜନ ରାଉତରାୟ, ସୁଶାନ୍ତ କୁମାର ମହାନ୍ତି, ପ୍ରମୋଦ କୁମାର ମହାନ୍ତି, ଭାଗବତପୁର ସରପଂଚ ଧରଣୀଧର ଦାସ,ଆଇ.ସି.ଡି.ଏସ.ର ସୁପରଭାଇଜର ସୁଲୋଚନା ନାୟକ, ମହିଳା ମହାସଙ୍ଘର ସଭାନେତ୍ରୀ ବାସନ୍ତୀ ମହାରଣା, ସମ୍ପାଦିକା ପ୍ରମିଳା ନାୟକ ପ୍ରମୁଖ ଯୋଗଦେଇ ଉପସ୍ଥିତ ସ୍ୱୟଂ ସହାୟିକା ଗୋଷ୍ଠିର ମହିଳାମାନଙ୍କୁ ନାରୀ ଶିକ୍ଷା,  ଯୌତୁକ ନିର୍ଯ୍ୟାତନା, ପାରିବାରିକ ନିର୍ଯ୍ୟାତନା, ମହିଳା ସଶକ୍ତିକରଣ ପ୍ରଭୃତି ସମ୍ପର୍କରେ ଆଇନଗତ ପରାମର୍ଶ ପ୍ରଦାନ କରିବା ସହ ଆନ୍ତର୍ଜାତୀୟ ମହିଳା  ଦିବସ ସମ୍ପର୍କରେ ଆଲୋଚନା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଓଡ଼ିଶା ମୋ ପରିବାର ଆନୁକୁଲ୍ୟରେ ସ୍ୱେଛାକୃତ ରକ୍ତଦାନ ଶିବିର 

ରଘୁନାଥପୁର,୧୮/୦୬/୨୦୨୧(ଓଡ଼ିଶା ସମାଚାର)-ରଘୁନାଥପୁର ବ୍ଲକ୍ ପୁରଣ ଓଡ଼ପଡ଼ାସ୍ଥିତ ପ୍ରମିଳା ମଣ୍ଡପରେ ଡଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ଏକ ସ୍ୱେଛାକୃତ ରକ୍ତଦାନ ଶିବିର …

Leave a Reply

Your email address will not be published. Required fields are marked *