Tuesday , June 15 2021
Breaking News
Home / ବିଶେଷ / ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ମାସିକ ବୈଠକ

ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ମାସିକ ବୈଠକ

କେନ୍ଦ୍ରାପଡା ୧୦/୦୮/୨୦୧୯(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ମାସିକ ବୈଠକ ଶନିବାର ସ୍ଥାନୀୟ ଲକ୍ଷ୍ମୀ ନାରାୟଣ ଧର୍ମଶାଳାରେ ଡଃ. ଉପେନ୍ଦ୍ର ନାଥ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବୈଠକର ପ୍ରାରମ୍ଭରେ ପୂର୍ବତନ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଦେହାନ୍ତରେ ଶୋକ ପାଳନ କରାଯାଇ ଆମô୍ାର ସଦ୍ଗତି ନିମନ୍ତେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ବରିଷ୍ଠ ନାଗରିକମାନଙ୍କ ପାଇଁ ପରିଚୟ ପତ୍ର ପ୍ରଦାନ ନିମନ୍ତେ ଏସପିଙ୍କ ସହିତ ଆଲୋଚନା କରାଯାଇଥିବାର ସଂପାଦକ ପ୍ରକାଶ କରିଥିଲେ । ତତପରେ ଜଳସେଚନ, ବୃକ୍ଷରୋପଣ ଇତ୍ୟାଦି ସାମାଜିକ କାର୍ଯ୍ୟ ସଂପର୍କରେ ଆଲୋଚନା କରାଯାଇଥିଲା । ଡା. ରମନାଥ ମହାନ୍ତି, ମନ୍ମଥ କୁମାର ରାଉତ, କରୁଣାକର ଦାସ, ବୈଷ୍ଣବ ଚରଣ ସ୍ୱାଇଁ, ନିରଞ୍ଜନ ଖଟୁଆ, ସୁରେଶ କୁମାର ପଟ୍ଟନାୟକ, କୃର୍ତିବାସ ସ୍ୱାଇଁ, ଅଜିତ୍ ରାଉତ, ନିରଞ୍ଜନ ପରିଡା, କୃଷ୍ଣଚନ୍ଦ୍ର ଜେନା, ପୋକଧର ସ୍ୱାଇଁ, ସୁରେଶ କୁମାର ଦାସ, ପୂର୍ଣ୍ଣାନନ ବେହେରା, ନବଘନ ସ୍ୱାଇଁ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

କରୋନା ସମୟରେ ସ୍ୱାସ୍ଥ୍ୟ ସଚେତନତା ନେଇ ନେଇ ଉତ୍କଳ ବିକାଶ ପରିଷଦରର ଭରଚୁଆଲ ବୈଠକ

କଟକ, ୧୪/୦୬/୨୦୨୧ (ଓଡିଶା ସମାଚାର): କଟକ ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ‘ଉତ୍କଳ ବିକାଶ ପରିଷଦ'(ଉବିପ)  ଆନୁକୂଲ୍ୟରେ କରୋନା ସମୟରେ …

Leave a Reply

Your email address will not be published. Required fields are marked *