Tuesday , June 15 2021
Breaking News
Home / ବିଶେଷ / ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଚଢାଉ :  ୧୫୦ଲିଟର ଚୋରା ଦେଶିରନ୍ଧାମଦ   ଜବତ

ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଚଢାଉ :  ୧୫୦ଲିଟର ଚୋରା ଦେଶିରନ୍ଧାମଦ   ଜବତ

କେନ୍ଦ୍ରାପଡା,୧୩/୦୧/୨୦୨୧ (ଓଡ଼ିଶା ସମାଚାର)- ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ   ଚଢାଉ କରାଯାଇ ୧୫୦ ଲିଟର   ଚୋରା ଦେଶିରନ୍ଧା ମଦ  ଜବତ କରାଯାଇଥିବା ସୂଚନା ମିଳିଛି । ଜିଲ୍ଲାପାଳ ଅମ୍ରୁତ ଋତୁରାଜଙ୍କ ନିର୍ଦେଶ କ୍ରମେ  ଅବକାରୀ ଅଧିକ୍ଷକ ରଜତ କୁମାର ପ୍ରହରାଜଙ୍କ ନେତୃତ୍ୱରେ  ଅବକାରୀ ସବ୍ ଇନିସପେକ୍ଟର  ସରୋଜ କୁମାର ବାଗ୍ ଙ୍କ ଦ୍ୱାରା  ଚଢାଉ କରାଯାଇ କେନ୍ଦ୍ରାପଡା ଟାଉନ ଥାନା ଅନ୍ତର୍ଗତ ବଡବାରଙ୍ଗ   ଗ୍ରାମର ନାରାୟଣ ଜେନାଙ୍କ ଠାରୁ ୧୫୦ଲିଟର  ଚୋରା ଦେଶି ରନ୍ଧାମଦ    ଅବକାରୀ ବିଭାଗ ଜବତ କରି  ଚୋରାମଦ ବେପାରୀଙ୍କୁ  ଗିରଫ  କରିଥିବା  ଅବକାରୀ ବିଭାଗ ସବଇନସପେକ୍ଟର ଶ୍ରୀ ବାଗ ସୂଚନା ଦେଇଛନ୍ତି  ।  ଏହି ଚଢାଉରେ ଅବକାରୀ ବିଭାଗ ଇନିସପେକ୍ଟର କାଳନ୍ଦି ଚରଣ ବେହେରା, ଏ.ଏସ.ଆଇ ନୁରୁଲ ରହିମ, କନେଷ୍ଟବଳ ଧର୍ମେନ୍ଦ୍ର  ପ୍ରଧାନ, ଜଗନ୍ନାଥ ବେସ୍ରା, ମହିଳା କନେଷ୍ଟବଳ ରେଣୁକା ମଳିକ  ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଚୋରାମଦ ବେପାରୀ ନାରାୟଣଙ୍କ ପତ୍ନୀ ଜବତ ଚୋରା ଦେଶିରନ୍ଧା ମଦକୁ ବାଲିବସ୍ତା ବୋଲି କହିଥିବା ଓ ଏହି ଚୋରା ମଦ ଆଠଗଡରୁ ପାର୍ଟି ଆସି କେନ୍ଦ୍ରାପଡାରେ ଦେଇଯାଉଥିବା ସମ୍ପର୍କରେ ଅବକାରୀ ବିଭାଗ ସବଇନସପେକ୍ଟର ଶ୍ରୀ ବାଗ ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ୩୪୦୫ ଜଣ ନୂତନ  କରୋନା ସଂକ୍ରମିତ ଚିହ୍ନଟ – ୪୨ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୧୫/୦୬/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)-  ଗତ ୨୪ ଘଣ୍ଟା ମଧ୍ୟରେ ୩୪୦୫ ଜଣ ନୂତନ  କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । …

Leave a Reply

Your email address will not be published. Required fields are marked *