Monday , June 21 2021
Breaking News
Home / ତାଜା ଖବର / ଜିଲ୍ଲା ଅବକାରୀ ବିଭାଗର ଚଢାଉ : ୫୦ଲିଟର ଚୋରାଦେଶୀମଦ ଜବତ

ଜିଲ୍ଲା ଅବକାରୀ ବିଭାଗର ଚଢାଉ : ୫୦ଲିଟର ଚୋରାଦେଶୀମଦ ଜବତ

କେନ୍ଦ୍ରାପଡା, ୧୦/୦୩/୨୦୨୧(ଓଡ଼ିଶା ସମାଚାର)- ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ କେନ୍ଦ୍ରାପଡା ଟାଉନ ଥାନା ଅଂଚଳର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୫୦ଲିଟର ଚୋରା ଦେଶୀମଦ ଜବତ କରାଯାଇଥିବା ସୂଚନା ମିଳିଛି । ଜିଲ୍ଲା ଅବକାରୀ ବିଭାଗ ଅଧିକ୍ଷକ ରଜତ କୁମାର ପ୍ରହରାଜଙ୍କ ନିର୍ଦେଶକ୍ରମେ ଅବକାରୀ ସବଇନିସପେକ୍ଟର ସରୋଜ କୁମାର ବାଗ କେନ୍ଦ୍ରାପଡା ଟାଉନ ଥାନା ଅନ୍ତର୍ଗତ ମଢିଆଳ, ମାଧପୁର ଓ ବଳଗଣ୍ଡି ଗ୍ରାମରେ ଚଢାଉ କରି  ସୁବାଷ ମଣ୍ଡଳ, ଅଜୟ ପଣ୍ଡା ଓ କଳ୍ପନା ସାହୁଙ୍କ ଠାରୁ ଯଥାକ୍ରମେ ୧୦ଲିଟର, ୨୦ଲିଟର ଓ ୨୦ଲିଟର ଚୋରା ଦେଶୀମଦ ଜବତ କରାଯିବା ସହିତ ୩ଜଣ ଚୋରାମଦ ବେପାରୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ଅବକାରୀ ସବଇନିସପେକ୍ଟର ଶ୍ରୀ ବାଗ ସୂଚନା ଦେଇଛନ୍ତି ।  ଓଡ଼ିଶା ସମାଚାର

About admin

Check Also

ବାଇକ ଦୁର୍ଘଟଣା ରେଜଣେ ମୃତ, ଜଣେ ଆହତ 

 ମାହାଙ୍ଗା, ୧୭/୦୬/୨୦୨୧ (ଓଡିଶା ସମାଚାର /ଅଭୟ ଜେନା )  ଆଜିସନ୍ଧ୍ୟା ରେ  ସ୍ଥାନୀୟ ବାଗସରପୁର କୁସୁପୁର କେନାଲ ବନ୍ଧ ରାସ୍ତା …

Leave a Reply

Your email address will not be published. Required fields are marked *