Sunday , June 20 2021
Home / ବିଶେଷ / ଜିଲ୍ଲାସ୍ତରୀୟ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ – ୫୪୨ଟି ଅଭିଯୋଗର ତତ୍କାଳ ଶୁଣାଣୀ

ଜିଲ୍ଲାସ୍ତରୀୟ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ – ୫୪୨ଟି ଅଭିଯୋଗର ତତ୍କାଳ ଶୁଣାଣୀ

କେନ୍ଦ୍ରାପଡା ୦୪/୧୧/୨୦୧୯(ଓଡ଼ିଶା ସମାଚାର)- ଜିଲ୍ଲାପାଳଙ୍କ ସଦଭାବନା ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ  ମିଳିତ ଜନ ଅଭିଯୋଗ ଅଭିଯୋଗ ଶୁଣାଣୀ ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶୁଣାଣୀ ଶିବିରରେ ଅତିରିକ୍ତ ଆରକ୍ଷି ଅଧିକ୍ଷକ ବ୍ରହ୍ମାନନ୍ଦ ଗାଗାରିନ ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଦିଲ୍ଲିପ କୁମାର ପରିଡା, ଉପ ଜିଲ୍ଲାପାଳ ଜ୍ୟୋତି ଶଙ୍କର ମହାପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ଉର୍ମିଳା ମିଶ୍ର ପ୍ରମୁଖ ଯୋଗ ଦେଇ ଅଭିଯୋଗ ଗୁଡିକର ଶୁଣାଣୀ କରିଥିଲେ । ଏହି ଅଭିଯୋଗ ଶୁଣାଣୀ ଶିବିରରେ ସମୁଦାୟ ୫୪୨ ଗୋଟି ଅଭିଯୋଗ ଆସିଥିବା ବେଳେ ସେଥି ମଧ୍ୟରୁ ୫୦୨ଟି ବ୍ୟକ୍ତିଗତ ଅଭିଯୋଗ ଥିବା ବେଳେ ୪୧ ଗୋଟି ସାମୁହିକ ଅଭିଯୋଗ ଥିଲା । ବ୍ୟକ୍ତିଗତ ଅଭିଯୋଗ ଗୁଡିକ ମଧ୍ୟରେ ଫନିବାତ୍ୟା ସହାୟତା, ରାସନ କାର୍ଡ ଯୋଗାଣ, ଚିକିତ୍ସାପାଇଁ ଆର୍ଥିକ ସହାୟତା, ପାନୀୟ ଜଳ ଯୋଗାଣ, ବ୍ୟକ୍ତିଗତ ଯାଗାରୁ ଅବରୋଧ ହଟାଇବା, ଭିନ୍ନକ୍ଷମ ସାର୍ଟିଫିକେଟ ପ୍ରଦାନ, ବିଜୁ ପକ୍କାଘର ଓ ଆବାସ ଯୋଜନା, ଭତା ପ୍ରଦାନ ଇତ୍ୟାଦି ଥିବା ବେଳେ ସାମୁହିକ ଅଭିଯୋଗ ଗୁଡିକ ମଧ୍ୟରେ ଅନ୍ତେଇ ଠାରେ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇବା, ନିକିରାଇ ଗ୍ରାମ ପଂଚାୟତରେ ବେଆଇନ ଅଙ୍ଗନୱାଡି ଗୃହ ନିର୍ମାଣ, ମଙ୍ଗଳପୁର ବିଦ୍ୟାପୀଠରେ ସଂସ୍କୃତ ଶିକ୍ଷକ ବଦଳି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା, ସାହସପୁର ମୌଜାର ପ୍ଲଟ କ୍ରମିକ ନଂ ଭୁଲ ସଂଶୋଧନ ସହିତ ପାଟକୁରା ନୂତନ ବସଷ୍ଟାଣ୍ଡର ସୀମା ଚିହ୍ନଟ , ୨୦୧୭ ମସିହାର ଦଳିତ ଛାତ୍ରଛାତ୍ରୀମାନଙ୍କ ବୃତି ଅର୍ଥ ହଡପ ପ୍ରଭୃତି ଅନ୍ତର୍ଭୁକ୍ତ । ଏହି ଶୁଣାଣୀ ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ସହକାରୀ ଜିଲ୍ଲାପାଳ ଭରତ ଚନ୍ଦ୍ର ପରିଡା, ସୂଚନା ଓ ଲୋକ ସମ୍ପର୍କ ବିଭାଗ  ଉପନିର୍ଦ୍ଦେଶକ ଚନ୍ଦ୍ରକାନ୍ତ ନାୟକ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ପ୍ରମୁଖଙ୍କ ସହିତ ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ଲାଇନ ଡିପାର୍ଟମେଂଟର ଯନ୍ତ୍ରୀମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ବେଦାନ୍ତ ପକ୍ଷରୁ ଓଡ଼ିଶାର କଳାହାଣ୍ଡିରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଲୋକାର୍ପିତ

• ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଭର୍ଚୁଆଲ ସମାରୋହରେ ଏହି ହସ୍ପିଟାଲ କୁ ଜନ ସାଧାରଣଙ୍କ …

Leave a Reply

Your email address will not be published. Required fields are marked *