Sunday , June 20 2021
Home / ବିଶେଷ / ଜିଲ୍ଲାର ୩ କନିଷ୍ଠ ରାଜସ୍ୱ ସହାୟକ ରାଜ୍ୟ ସଚିବାଳୟରେ ଅଡିଟର ପଦରେ ନିଯୁକ୍ତ

ଜିଲ୍ଲାର ୩ କନିଷ୍ଠ ରାଜସ୍ୱ ସହାୟକ ରାଜ୍ୟ ସଚିବାଳୟରେ ଅଡିଟର ପଦରେ ନିଯୁକ୍ତ

କେନ୍ଦ୍ରାପଡା, ୦୨/୦୩/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ୩ଜଣ କନିଷ୍ଠ ରାଜସ୍ୱ ସହାୟକ ବିଭାଗୀୟ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ରାଜ୍ୟ ସଚିବାଳୟର ବିଭିନ୍ନ ବିଭାଗରେ ଅଡିଟର ପଦରେ ନିଯୁକ୍ତି ପାଇଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟରୁ ଜିଲ୍ଲାପାଳଙ୍କ ଜୁଡିସିଆଲ ସେକସନରେ କାର୍ଯ୍ୟରତ ସୁବ୍ରତ କୁମାର ବେହେରା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ଅଡିଟର ଭାବେ ନିଯୁକ୍ତି ପାଇଥିବା ବେଳେ ଡେରାବିଶି ତହସିଲର ଗୀତାଞ୍ଜଳି ପ୍ରଧାନ ଏମ.ଏସ.ଏମ.ଇ. ବିଭାଗରେ ଓ ମହାକାଳପଡା ତହସିଲ କାର୍ଯ୍ୟାଳୟର ଶିବରାମ ନାୟକ ପଂଚାୟତରାଜ ଓ ପାନୀୟ ଜଳ ଯୋଗାଣ ବିଭାଗରେ ଅଡିଟର ଭାବେ ନିଯୁକ୍ତି ପାଇଥିବା ସୂଚନା ମିଳିଛି । କର୍ମଚାରୀ ୩ଜଣଙ୍କୁ ସେମାନଙ୍କ ନୂତନ ନିଯୁକ୍ତି ସ୍ଥାନରେ ଯୋଗଦେବା ପାଇଁ  ଫେବୃୟାରୀମାସ ୨୫ତାରିଖ ଠାରୁ ଜିଲ୍ଲାପାଳ ଭାରମୁକ୍ତ କରିଦେଇଥିବା ଜଣାପଡିଛି । ଓଡ଼ିଶା ସମାଚାର

About admin

Check Also

ବେଦାନ୍ତ ପକ୍ଷରୁ ଓଡ଼ିଶାର କଳାହାଣ୍ଡିରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଲୋକାର୍ପିତ

• ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଭର୍ଚୁଆଲ ସମାରୋହରେ ଏହି ହସ୍ପିଟାଲ କୁ ଜନ ସାଧାରଣଙ୍କ …

Leave a Reply

Your email address will not be published. Required fields are marked *