Friday , June 18 2021
Breaking News
Home / ଶିକ୍ଷା / ଜିଲ୍ଲାର ୧୧ ଟି ସ୍କୁଲରେ ପଡ଼ିବ ତାଲା

ଜିଲ୍ଲାର ୧୧ ଟି ସ୍କୁଲରେ ପଡ଼ିବ ତାଲା

ଖୋର୍ଦ୍ଧା, ୨୩/୦୬/୨୦୧୯ (ଓଡ଼ିଶା ସମାଚାର)- ସହରଠାରୁ ପଲ୍ଲୀ ଯାଏ ଗଢ଼ି ଉଠିଛି ଘରୋଇ ଶିକ୍ଷାନୁଷ୍ଠାନ । କିନ୍ତୁ ଏ ସବୁ ବିଦ୍ୟାଳୟରେ ଉପସ୍ଥାନ ହାର ବଢ଼ି ବଢ଼ି ଚାଲିଥିବାବେଳେ ସରକାରଙ୍କ ବାଧ୍ୟତାମୂଳକ ଶିକ୍ଷା ଆଇନ ସତେ ଯେମିତି ବାଟ ହୁଡ଼ିଛି । ନିୟମାନୁଯାୟୀ ୬-୧୪ବର୍ଷର ପିଲାଙ୍କୁ ମାଗଣାରେ ଶିକ୍ଷାଦାନ କରିବା ପାଇଁ ସରକାର ବାଧ୍ୟତାମୂଳକ କରିଛନ୍ତି । ଅନ୍ୟପକ୍ଷରେ ନିମ୍ନମାନର ପାଠପଢ଼ା ଯୋଗୁଁ ଜିଲ୍ଲାରେ ସରକାରୀ ବିଦ୍ୟାଳୟଗୁଡ଼ିକରେ ନାମ ଲେଖାଇବାକୁ ଅଭିବାବକମାନେ ମୁହଁ ମୋଡ଼ୁଛନ୍ତି । ରାଜ୍ୟ ସରକାର ମାଗଣା ପାଠ୍ୟ ପୁସ୍ତକ, ମଧ୍ୟାହ୍ନ ଭୋଜନ, ପୋଷାକ, ମେଧାବୃତି ଭଳି ଅନେକ ଯୋଜନା ବାବଦ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ବିଡ଼ମ୍ବନାର ବିଷୟ କ୍ରମାଗତ ଭାବେ ସରକାରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ତେଣୁ ବାଧ୍ୟ ହୋଇ ୧୦ରୁ କମ୍ ଉପସ୍ଥାନ ଥିବା ବିଦ୍ୟାଳୟଗୁଡ଼ିକୁ ବନ୍ଦ କରି ସେହି ସ୍କୁଲର ଛାତ୍ରଛାତ୍ରୀଙ୍କୁ ୧କିଲୋ ମିଟର ଦୂରତା ମଧ୍ୟରେ ଥିବା ପାଖ ବିଦ୍ୟାଳୟରେ ପାଠ ପଢ଼ାଇବା ନେଇ ଗଣ ଶିକ୍ଷା ବିଭାଗ ନିଷ୍ପତି ନେଇଛି । ତଦନୁଯାୟୀ ଜିଲ୍ଲାର ୧୧ଟି ସ୍କୁଲରେ ତାଲା ଝୁଲିବା ଏକ ପ୍ରକାର ସ୍ପଷ୍ଟ ହୋଇଛି । ଏହି ତାଲିକାରେ ବାଣପୁର ବ୍ଲକ୍ର ଦୀକ୍ଷିତପଡ଼ା ଗ୍ରାମର ସରକାରୀ ଉନ୍ନିତ ପ୍ରାଥମିକ ବିଦ୍ୟାଳୟ ଥିବାବେଳେ ଅବଶିଷ୍ଟ ସମସ୍ତ ପ୍ରାଥମିକ ବିଦ୍ୟାଳୟ ଥିବା ଜଣାଯାଇଛି । ତନ୍ମଧ୍ୟରେ ବାଲିଅନ୍ତାର ବାଲିଆମାଳ ଭଜନି ପ୍ରାଥମିକ ବିଦ୍ୟାଳୟ, ଭୁବନେଶ୍ୱରର ପାଣ୍ଡିଆପଡ଼ା ପ୍ରାଥମିକ ବିଦ୍ୟାଳୟ, ବେଗୁନିଆ ମଶାଣିଆ ପ୍ରାଥମିକ ବିଦ୍ୟାଳୟ ଓ ଖୁଂଟବନ୍ଧ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ, ବାଣପୁର ବ୍ଲକ୍ର ବୁଗୁଡ଼ି ସରକାରୀ ପ୍ରାଥମିକ ବିଦ୍ୟାଳୟ, ଭୁଜିଆରାମପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ, ଖୁଂଟାପଲ୍ଲୀ ସରକାରୀ ପ୍ରାଥମିକ ବିଦ୍ୟାଳୟ, ସଲପଡ଼ିହ ଦଳିତ ସାହିର ନେହରୁ ସରକାରୀ ପ୍ରାଥମିକ ବିଦ୍ୟାଳୟ ଓ ଝୋଲା ସାହିର ସରକାରୀ ପ୍ରାଥମିକ ବିଦ୍ୟାଳୟ ସମେତ ଖୋର୍ଦ୍ଧା ବ୍ଲକ୍ର ଲେଖନପୁର ପ୍ରାଥମିକ ବିଦ୍ୟାଳୟ ରେ ୧୦ରୁ କମ୍ ଉପସ୍ଥାନ ଥିବା ଯୋଗୁ ସେଠାରେ ତାଲା ପଡ଼ିବା ନେଇ ନିଷ୍ପତି ହୋଇଛି । ତେବେ ବନ୍ଦ ରହିଥିବା ବିଦ୍ୟାଳୟଠାରୁ ୧କିଲୋମିଟରରୁ ଅଧିକ ଦୂରତା ରହିଥିଲେ ଛାତ୍ରଛାତ୍ରୀମାନଙ୍କୁ ଗ୍ରସ୍ତ ଖର୍ଚ୍ଚ ପ୍ରଦାନ କରାଯିବ ବୋଲି ସରକାର ନିଷ୍ପତି ନେଇଥିବା ଜିଲ୍ଲା ଶିକ୍ଷାଧିକାରୀ ବୃନ୍ଦାବନ ଶତପଥୀ ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ସିବିଏସଇ ଦ୍ୱାଦଶ ବୋର୍ଡ଼ ପରୀକ୍ଷା ବାତିଲକୁ କନ୍ଧମାଳ ଛାତ୍ର କଂଗ୍ରେସର ସମର୍ଥନ

କନ୍ଧମାଳ, ୦୪/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):ଚଳିତ ବର୍ଷ ପାଇଁ ଦ୍ୱାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷାକୁ ସିବିଏସଇ ବାତିଲ କରିବାକୁ …

Leave a Reply

Your email address will not be published. Required fields are marked *