Wednesday , June 16 2021
Breaking News
Home / ବିଶେଷ / ଜିଲ୍ଲାର ବିଭିନ୍ନ ଥାନାରେ ଥିବା ପୋଲିସ ସବଇନସପେକ୍ଟରଙ୍କ ବଦଳି

ଜିଲ୍ଲାର ବିଭିନ୍ନ ଥାନାରେ ଥିବା ପୋଲିସ ସବଇନସପେକ୍ଟରଙ୍କ ବଦଳି

କେନ୍ଦ୍ରାପଡ଼ା, ୨୨/୦୪/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ଥାନାରେ ଥିବା ପୋଲିସ ସବଇନସପେକ୍ଟରଙ୍କ ବଦଳି କରିଛନ୍ତି ଆରକ୍ଷୀ  ଅଧିକ୍ଷକ ସମ୍ବିତ ସମ୍ପଦ ମଡକର । ଆଳି ଥାନାର ଏସଆଇ ଏସ.ଆର. ପାଣିଗ୍ରାହୀଙ୍କୁ ସଦର ଥାନାର ଚାନ୍ଦୋଳ ଫାଣ୍ଡିକୁ ବଦଳି କରାଯାଇଥିବା ବେଳେ ଚାନ୍ଦୋଳ ଫାଣ୍ଡିରେ ଥିବା ଏସ.ଆଇ. ଶରତ ଚନ୍ଦ୍ର ଦାସଙ୍କୁ ନିକିରେଇ ଥାନାକୁ ବଦଳି କରାଯାଇଛି । ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାର ଏସ.ଆଇ. ବିଲ୍ୱମଙ୍ଗଳ ସେଠୀଙ୍କୁ ଚଉଦକୁଲାଟ ଫାଣ୍ଡିକୁ ବଦଳି କରାଯାଇଥିବା ବେଳେ ସେହି ଥାନାର ଏସ.ଆଇ. ବିଶ୍ୱଜୀତ ଭୋଇଙ୍କୁ ପାଟକୁରା ଥାନାକୁ ବଦଳି କରାଯାଇଛି । ଟାଉନ ଥାନାର ସବଇନସପେକ୍ଟର ଅନ୍ତର୍ଯ୍ୟାମୀ ବିଶ୍ୱାଳଙ୍କୁ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାକୁ ବଦଳି କରାଯାଇଥିବା ବେଳେ ଚଉଦକୁଲାଟ ଫାଣ୍ଡିର ଏସ.ଆଇ. ବିଜୟ କୁମାର ଖଟୁଆଙ୍କୁ ମାର୍ଶାଘାଇ ଥାନାକୁ ବଦଳି କରାଯାଇଛି । ସେହିପରି ପୋଲିସ ମୁଖ୍ୟାଳୟରେ ଥିବା ଏସ.ଆଇ. ରମାକାନ୍ତ ବେହେରାଙ୍କୁ ରାଜକନିକା ଥାନାକୁ ବଦଳି କରାଯାଇଥିବା ବେଳେ ଡେରାବିଶି ଥାନାରେ ଥିବା ଏସ.ଆଇ. ଶ୍ରୀଧର ମାହାଳିକଙ୍କୁ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାକୁ ବଦଳି କରାଯାଇଛି । ଓଡ଼ିଶା ସମାଚାର

About admin

Check Also

ଜିଲା ସ୍ତରୀୟ ଲୋକ କଳା ଦିବସ ପାଳିତ

କରୋନା ସଚେତନତା ବାର୍ତା ବାଂଟିଲେ କଳାକାର କେନ୍ଦ୍ରାପଡ଼ା, ୧୫/୦୬/୨୦୨୧(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୁନ୍ ୧୪ କୁ ଲୋକକଳା …

Leave a Reply

Your email address will not be published. Required fields are marked *