Tuesday , June 15 2021
Breaking News
Home / ବିଶେଷ / ଜିଲ୍ଲାରେ ସର୍ବାଧିକ ୱାରେଂଟିଙ୍କୁ ଗିରଫ କରିବାରେ ସଫଳତା ପାଇଁ ତାଳଚୁଆ ସାମୁଦ୍ରୀକ ଥାନା ଅଧିକାରୀଙ୍କୁ ଏସ୍ ପି ଙ୍କ ପ୍ରଶଂସା

ଜିଲ୍ଲାରେ ସର୍ବାଧିକ ୱାରେଂଟିଙ୍କୁ ଗିରଫ କରିବାରେ ସଫଳତା ପାଇଁ ତାଳଚୁଆ ସାମୁଦ୍ରୀକ ଥାନା ଅଧିକାରୀଙ୍କୁ ଏସ୍ ପି ଙ୍କ ପ୍ରଶଂସା

 କେନ୍ଦ୍ରାପଡା,୧୯/୦୩/୨୦୨୧(ଓଡ଼ିଶା ସମାଚାର)- ଚଲିତ ମାର୍ଚ୍ଚ ମାସ ୭ରୁ ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଚାଲିଥିବା ଜାମିନ୍ ବିହିନ ୱାରେଂଟିଙ୍କୁ ଗିରଫ କରିବା  ସ୍ପେସାଲ ଡ୍ରାଇଭିରେ କେନ୍ଦ୍ରାପଡା ଜିଲ୍ଲା ୩୦୭ଟି  ଜାମିନ୍ ବିହିନ ୱାରେଂଟ ଜାରି କରି ରାଜ୍ୟରେ ୨ୟ ସ୍ଥାନ ଅଧିକାର କରିଛି ।  ସେହିପରି କେନ୍ଦ୍ରାପଡା ପୋଲିସ ଜିଲ୍ଲାର ପଟ୍ଟାମୁଣ୍ଡାଇ ପୋଲିସ ଉପଖଣ୍ଡ ଅଧିନ ତାଳଚୁଆ ସାମୁଦ୍ରିକ ଥାନାର ଭାରପ୍ରାପ୍ତ ଇନିସପେକ୍ଟର ଶ୍ରୀକାନ୍ତ ବାରିକ ଜିଲ୍ଲାର ସର୍ବାଧିକ୨୩ଟି ୱାରେଂଟ  ଯାରି କରିବା ସହିତ ସେଥି ମଧ୍ୟରୁ ୧୯ଜଣ ୱାରେଂଟିକୁ ଗିରଫ କରି କୋର୍ଟ ଚାଳଣ କରିଛନ୍ତି । ଶ୍ରୀ ବାରିକଙ୍କ ଏହି ସଫଳ ପଦକ୍ଷପ ପାଇଁ କେନ୍ଦ୍ରାପଡା ଆରକ୍ଷୀ ଅଧିକ୍ଷକ ସନ୍ଦୀପ ସମ୍ପଦ ମଡକର ଶ୍ରୀ ବାରିକଙ୍କୁ ପ୍ରଶଂସା କରିଥିବା ସୂଚନା ମିଳିଛି । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ୩୪୦୫ ଜଣ ନୂତନ  କରୋନା ସଂକ୍ରମିତ ଚିହ୍ନଟ – ୪୨ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୧୫/୦୬/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)-  ଗତ ୨୪ ଘଣ୍ଟା ମଧ୍ୟରେ ୩୪୦୫ ଜଣ ନୂତନ  କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । …

Leave a Reply

Your email address will not be published. Required fields are marked *