Friday , June 25 2021
Breaking News
Home / ସ୍ୱାସ୍ଥ୍ୟ / ଜିଲ୍ଲାରେ କୋଭିଡ ପଜିଟଭ କେଶ ବଢିଚାଲିଥିବାରୁ ଗୃହ ଏକାନ୍ତବାସ ପାଇଁ କୋଭିଡ କିଟ ପ୍ରସ୍ତୁତ କରୁଛି ପ୍ରଶାସନ

ଜିଲ୍ଲାରେ କୋଭିଡ ପଜିଟଭ କେଶ ବଢିଚାଲିଥିବାରୁ ଗୃହ ଏକାନ୍ତବାସ ପାଇଁ କୋଭିଡ କିଟ ପ୍ରସ୍ତୁତ କରୁଛି ପ୍ରଶାସନ

କେନ୍ଦ୍ରାପଡା, ୧୨/୦୪/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାରେ କୋଭିଡ ପଜିଟିଭ କେଶ ବଢି ଚାଲିଥିବାରୁ ଗୃହ ଏକାନ୍ତବାସରେ ଆଗାମୀ ଦିନରେ ରହିବାକୁ ଥିବା କୋଭିଡ ପଜିଟିଭ ମାନଙ୍କ ପାଇଁ କୋଭିଡ କିଟ ପ୍ରସ୍ତୁତ କରିବାରେ ଲାଗିଛି ଜିଲ୍ଲା ପ୍ରଶାସନ । ଏଥିନିମନ୍ତେ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗରେ କୋଭିଡ କିଟ ପ୍ରସ୍ତୁତ କରାଯାଉଛି । ପ୍ରତି କିଟରେ ଗୋଟିଏ ଡେଟଲ ହ୍ୟାଣ୍ଡୱାଶ, ଗୋଟିଏ ହ୍ୟାଣ୍ଡ ସାନିଟାଇଜର, ମାସ୍କ, ଭିଟାମିନ-ସି ଟାବଲେଟ  ଓ ସଚେତନତା ପ୍ରଚାରପତ୍ର ରଖାଯାଇଥିବା ସୂଚନା ମିଳିଛି । ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡା ଜିଲ୍ଲାରେ ଆଜି ୧୪୭କରୋନା ପଜିଟିଭ

କେନ୍ଦ୍ରାପଡ଼ା, ୨୩/୦୬/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାରେ ବୁଧବାର ୧୪୭ ଜଣ କରୋନା ପଜିଟିଭ ବାହାରିଥିବା  ଜିଲ୍ଲା ସୂଚନା ଓ ଲୋକସମ୍ପର୍କ …

Leave a Reply

Your email address will not be published. Required fields are marked *