Tuesday , June 15 2021
Breaking News
Home / ବିଶେଷ / ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆଂଚଳିକ ପରିବହନ କାର୍ଯ୍ୟାଳୟର କାଉଂଟର

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆଂଚଳିକ ପରିବହନ କାର୍ଯ୍ୟାଳୟର କାଉଂଟର

ଜଗତସିଂହପୁର,୨୧/୧୦/୨୦୧୯(ଓଡ଼ିଶା ସମାଚାର)- ସୋମବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ହେଲପ୍ ଡେସ୍କ କାଉଂଟର ଠାରେ ଆଂଚଳିକ ପରିବହନ  କାର୍ଯ୍ୟାଳୟର କ୍ୟାମ୍ପ ଜିଲ୍ଲାପାଳ  ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ଉଦଘାଟନ କରିଛନ୍ତି । ଏହି କ୍ୟାମ୍ପରେ ଅନ୍ ଲାଇନ୍ ଲର୍ଣ୍ଣସ ଲାଇସେନସ୍ ପାଇଁ ଆବେଦନ କରାଯିବ । ଜିଲ୍ଲାପାଳ ଏହି କ୍ୟାମ୍ପ ଉଦଘାଟନ କରି କହିଲେ ଲର୍ଣ୍ଣସ ଲାଇସେନସ ପାଇଁ ଆଂଚଳିକ ପରିବହନ କାର୍ଯ୍ୟାଳୟରେ ଅଧିକ ଭିଡ ପରିଲକ୍ଷିତ ହେଉଥିବାରୁ ଜନସାଧାରଣଙ୍କ ସୁବିଧା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆଂଚଳିକ ପରିବହନ କାର୍ଯ୍ୟାଳୟର କାଉଣର ଖୋଲା ଯାଇଛି । ଏହା ଦ୍ୱାରା ଲର୍ଣ୍ଣସ ଲାଇସେନସ ପାଇଁ ଆସୁଥିବା ଜନସାଧାରଣ ଏହାର ସୁଯୋଗ ନେଇ ପାରିବେ । ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ଏହି କାଉଂଟରରେ ଲତିକା ଦାସଙ୍କୁ ଲର୍ଣ୍ଣସ ଲାଇସେନସ ପ୍ରଦାନ କରିଥିଲେ । ଆଂଚଳିକ ପରିବହନ ଅଧିକାରୀ ଶ୍ରୀ ବିଜୟ କୁମାର ନାୟକ ଯୋଗଦେଇ କହିଲେ ଏହି  କ୍ୟାମ୍ପ ଛୁଟିଦିନ ବ୍ୟତୀତ ପୂର୍ବାହ୍ନ ୧୧ଟା ଠାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଖୋଲା ରହିବ । ଏହି ଉଦଘାଟନ କାର୍ଯ୍ୟକ୍ରମରେ ମୋଟରଯାନ ନିରୀକ୍ଷକ ଶ୍ରୀ ପ୍ରଶାନ୍ତ କୁମାର ମହାପାତ୍ର ଉପସ୍ଥିତ ଥିଲେ ।  ଓଡ଼ିଶା ସମାଚାର

About admin

Check Also

କରୋନା ସମୟରେ ସ୍ୱାସ୍ଥ୍ୟ ସଚେତନତା ନେଇ ନେଇ ଉତ୍କଳ ବିକାଶ ପରିଷଦରର ଭରଚୁଆଲ ବୈଠକ

କଟକ, ୧୪/୦୬/୨୦୨୧ (ଓଡିଶା ସମାଚାର): କଟକ ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ‘ଉତ୍କଳ ବିକାଶ ପରିଷଦ'(ଉବିପ)  ଆନୁକୂଲ୍ୟରେ କରୋନା ସମୟରେ …

Leave a Reply

Your email address will not be published. Required fields are marked *