Tuesday , August 3 2021
Breaking News
Home / ପର୍ଯ୍ୟଟନ ଓ ସଂସ୍କୃତି / ଜିଲା ସ୍ତରୀୟ ଲୋକ କଳା ଦିବସ ପାଳିତ

ଜିଲା ସ୍ତରୀୟ ଲୋକ କଳା ଦିବସ ପାଳିତ

କରୋନା ସଚେତନତା ବାର୍ତା ବାଂଟିଲେ କଳାକାର
କେନ୍ଦ୍ରାପଡ଼ା, ୧୫/୦୬/୨୦୨୧(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୁନ୍ ୧୪ କୁ ଲୋକକଳା ଦିବସ ଭାବରେ ପାଳନ କରିବାକୁ ଆହ୍ୱାନ ଦେଇଥିଲେ । ସେହି ପରିପ୍ରେକ୍ଷିରେ କେନ୍ଦ୍ରାପଡ଼ା ଜିଲା ବିଜେଡ଼ି ସାଂସ୍କୃତିକ ସମନ୍ୱୟ ସାମୁଖ୍ୟ ତରଫରୁ ଜିଲା ସ୍ତରୀୟ ଲୋକକଳା ଦିବସ କେନ୍ଦ୍ରାପଡ଼ା ବ୍ଲକ୍ କଂସାର ପଂଚାୟତସ୍ଥିତ ବନ୍ଧପଡ଼ା ଗ୍ରାମ ଠାକୁରାଣୀ ପରିସରରେ ପାଳିତ ହୋଇ ଯାଇଛି । ଏହି ଅବସରରେ ନଦୀୟା ନାମ ସଂକୀର୍ତନ ପ୍ରଚାର ପ୍ରସାର ରେ ସାରା ରାଜ୍ୟରେ ସୁନାମ ଅର୍ଜନ କରିଥିବା ମା ବିଲ ନାହାକାଣୀ ସଂକୀର୍ତନ ମଣ୍ଡଳୀ ଅଂଶ ଗ୍ରହଣ କରିଥିଲା । ସଂକୀର୍ତନ ଗୁରୁ କୃଷ୍ଣଚନ୍ଦ୍ର ସାମଲ ଙ୍କ ନିର୍ଦ୍ଧେଶନାରେ ଗାୟକ ରାମଚନ୍ଦ୍ର ସମାଲ , ଶ୍ୟାମ ସୁନ୍ଦର ରାଉତ ଓ ମୁଖ୍ୟ ବାୟକ ଗାୟକ /ଗାୟକ ଅଭିରାମ ସାମଲ , ରତ୍ନାକର ରାଉତ ଓ ତପନ ରାଉତ ଙ୍କ ସମେତ ମଣ୍ଡଳୀର ୩୦ ଉଦ୍ଧ୍ୱର୍ ସଂକୀର୍ତନ କଳାକାର ସଂକୀର୍ତନ ମାଧ୍ୟମରେ କରୋନା ସଚେତନତା ବାର୍ତା ପ୍ରଦାନ କରିଥିଲେ । ମାସ୍କ ପିନ୍ଧିବା,କରୋନା ଟୀକା ନେବା , ସମ ଦୂରତା ରକ୍ଷା କରିବା ଜନ ଗହଳି ଠାରୁ ଦୂରେଇ ରହିବା , ସବୁନରେ ବାରମ୍ବାର ହାତ ଧୋଇବା, ସଚେତନ ହେଲେ କରୋନା ଠାରୁ ସୁରକ୍ଷା ପାଇବା ଉପରେ ଗୁରୁତ୍ୱ ପ୍ରଦାନ କରି ସଚେତନତାର ବର୍ତା ପ୍ରଦାନ କରିଥିଲେ । ଏହାକୁ ସବୁ ସ୍ତରରେ ପ୍ରସଂଶା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ଜିଲା ସଂଯୋଜକ ନବଘନ ନାୟକ, ମହାକାଳପଡ଼ା ବ୍ଲକ୍ ସଂଯୋଜକ ବୈକୁଂଠ ଚରଣ ନାୟକ ,ଅନ୍ୟ ତମ ସଂଯୋଜକ ଯୁଧିଷ୍ଠିର ଦାସ, ମାର୍ଶାଘାଇ ବ୍ଲକ୍ ସଂଯୋଜକ ଅଭୟ କୁମାର ଶତପଥି, ପଟ୍ଟାମୁଣ୍ଡାଇ ବ୍ଲକ୍ ସଂଯୋଜକ ନୀରଂଜନ ମୋତି , ଗରଦପୁର ବ୍ଲକ୍ ସଂଯୋଜକ ପ୍ରକାଶ ଚନ୍ଦ୍ର ସାହୁ , ଉଦୟ କୁମାର ନାଥ , ତ୍ରିଲୋଚନ ବିଶ୍ୱାଳ , ଡ଼େରାବିଶି ସଂଯୋଜକ ନୀରାକାର ମହାରଣା ଓ ପ୍ରତାପ ଚନ୍ଦ୍ର ସ୍ୱାଇଁ ତଥା କେନ୍ଦ୍ରାପଡ଼ା ବ୍ଲକ୍ ସଂଯୋଜକ ପ୍ରମୋଦ କୁମାର ଜେନା ପ୍ରମୁଖ ଜୁମ୍ ମାଧ୍ୟମରେ ଉତ୍ସବରେ ଅଂଶ ଗ୍ରହଣ କରିଥିଲେ । ଏଥି ସହିତ ରାଜ୍ୟ ସ୍ତରରେ ଅନୁଷ୍ଠିତ ହୋଇଥିବା ଲୋକକଳା ଉତ୍ସବରେ କେନ୍ଦ୍ରାପଡ଼ା ଜିଲାରୁ ମହାକାଳପଡ଼ା ବ୍ଲକ୍ ଅନ୍ତର୍ଗତ ରାମନଗର ର ବିଷ୍ଣୁପ୍ରିୟା ସଂକୀର୍ତନ ମଣ୍ଡଳୀ ର କଳାକାରମାନେ ଯୋଗଦେଇ କଥିତ ଭାଷାରେ କରୋନା ବାର୍ତା ପ୍ରଚାର କରିଥିଲେ । ଓଡ଼ିଶା ସମାଚାର

About admin

Check Also

ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ଓ ସୁନାଗହଣା ଲୁଟ

କନ୍ଧମାଳ,୦୨/୦୮/୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ଓ ସୁନାଗହଣା ଲୁଟି ନେଲେ ଲୁଟେରା । ଏମିତି …

Leave a Reply

Your email address will not be published. Required fields are marked *