Thursday , June 24 2021
Breaking News
Home / କୃଷି / ଜିଲା କୃଷକ ସଂଗଠନ ପକ୍ଷରୁ ଅକ୍ଷୟ ତୃତୀୟା ପାଳନ 

ଜିଲା କୃଷକ ସଂଗଠନ ପକ୍ଷରୁ ଅକ୍ଷୟ ତୃତୀୟା ପାଳନ 

ତାରପୁର, ୧୫/୦୫/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ତଅଁରା ପଂଚାୟତ ଶାଳିଜଙ୍ଗା ଠାରେ ଜଗତସିଂହପୁର ଜିଲା କୃଷକ ସଂଗଠନ ପକ୍ଷରୁ ପବିତ୍ର ଅକ୍ଷୟ ତୃତୀୟା ଦିବସ ପାଳନ କରାଯାଇଛି ।  ସଂଗଠନର ସମ୍ପାଦକ ଇଂ ବାବାଜୀ ଚରଣ ଜେନା ଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ଉତ୍ସବରେ ସଂଗଠନର ଉପସଭାପତି ଦିଲିପ କୁମାର ରଥ ନଡ଼ିଆ ବାଡ଼େଇ ବିହନ ଅନୁକୂଳ କରିଥିବାବେଳେ ସଭାପତି ଗୋବିନ୍ଦ ଚନ୍ଦ୍ର ଜେନା ଚଳିତ ବର୍ଷ ଭଲ ଫସଲ ଅମଳ ପାଇଁ ଆଶା କରିଥିଲେ । ଯୁଗ୍ମ ସମ୍ପାଦକ ବିନୋଦ ବିହାରୀ ମହାନ୍ତି , ମୁଖ୍ୟ ମାର୍ଗ ଦର୍ଶକ ପାର୍ଥସଖା ପାଲଟାସିଂ , ପ୍ରଭାକର ମହାପାତ୍ର, ପ୍ରକାଶ ଜେନା, ଗଙ୍ଗାଧର ଜେନା,ବଟକୃଷ୍ଣ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।  ଓଡ଼ିଶା ସମାଚାର

About admin

Check Also

ତଳି ପକାଇବା ପାଇଁ କ୍ଷେତ୍ର ପ୍ରସ୍ତୁତ , ହେଲେ ଚାଷୀମାନଙ୍କର ଚାହିଦା ଶାରଳା ଧାନ ବିହନ ଯୋଗାଣ ନାହିଁ  

ଗରଦପୁର,୧୩/୦୬/୨୦୨୧(ଓଡ଼ିଶା ସମାଚାର)-ଗରଦପୁର ବ୍ଳକ ଏକ କୃଷି ପ୍ରଧାନ ଅଂଚଳ । ଧାନ ଚାଷ ହେଉଛି ବ୍ଲକ୍ ବାସୀଙ୍କର ମୁଖ୍ୟଚାଷ । …

Leave a Reply

Your email address will not be published. Required fields are marked *