Sunday , June 13 2021
Breaking News
Home / ବ୍ୟବସାୟ ବାଣିଜ୍ୟ / ଜିପିଏମ କାଜୁଆଲ୍ ଶ୍ରମିକଙ୍କ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣା

ଜିପିଏମ କାଜୁଆଲ୍ ଶ୍ରମିକଙ୍କ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣା

ପାରାଦୀପ ୧୯/୧୨/୨୦୨୦(ଓଡ଼ିଶା ସମାଚାର)-  ସ୍ଥାନୀୟ ପାରାଦୀପ ବନ୍ଦରରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଜିପିଏମ କାଜୁଆଲ ଶ୍ରମିକାମାନେ ଶନିବାର ସ୍ଥାନୀୟ ପାରାଦୀପ ପୁରୁଣା କଲେଜରେ ଧାରଣା ଦେଇଛନ୍ତି । ସଠିକ ସମୟରେ ଦରମା ନ ମିିଳିବା, ନିରାପତା ସମାଗ୍ରୀ ନ ମିଳିବା, ସ୍ୱାସ୍ଥ୍ୟସେବା ସୁବିଧା ଉପଲବ୍ଧ ନ ହେବା ଅଭିଯୋଗରେ ଏହି ଧାରଣା ଦିଆଯାଇଛି । ପ୍ରକାଶଯୋଗ୍ୟ ଗତ ୮ବର୍ଷ ତଳୁ  ୧୭୨ ଶ୍ରମିକ ଟ୍ରେନ ୱାଗନ ସଫା କରିବା, ୱାଗନରେ ପାଲ ବାନ୍ଧିବା ଆଦି କାମରେ ନିୟୋଜିତ ଅଛନ୍ତି । ତେବେ ଏହି ଶ୍ରମିକଙ୍କୁ ପ୍ରତି ମାସରେ ଦରମା ଦେବା ପରିବର୍ତେ ୫/୭ ମାସରେ ଥରେ ଦରମା ଦିଆଯାଉଛି । ସେହିପରି ଶ୍ରମିକମାନଙ୍କ ପାଇଁ ଅନ୍ୟ କୋ÷ଣସି ସୁବିଧା ସୁଯୋଗ ମଳୁନାହିଁ । ଫଳରେ ଗରିବ ଶ୍ରମିକମାନଙ୍କୁ ପରିବାର ଚଳାଇବା କାଠିକର ପାଠ ହୋଇପଡ଼ୁଛି । ଯେପର୍ଯ୍ୟନ୍ତ ଏହିସବୁ ଦାବି ପୁରଣ ନହେବା ଯାଏ ଧାରଣା ଅବ୍ୟାହତ ରହିବ ବୋଲି ସୂଚନା ମିଳିଛି । ଓଡ଼ିଶା ସମାଚାର

About admin

Check Also

ବେଦାନ୍ତ ଆଲୁମିନିୟମ ପକ୍ଷରୁ ବ୍ୟବସାୟିକ ଅଂଶୀଦାର କର୍ମଚାରୀଙ୍କ ପାଇଁ କୋଭିଡ୍ କବଚ ଟର୍ମ ବୀମା ଘୋଷଣା

ଭୁବନେଶ୍ୱର,୧୭/୦୫/୨୦୨୧(ଓଡ଼ିଶା ସମାଚାର)-ଭାରତର ବୃହତ୍ ଆଲୁମିନିୟମ୍ ଉତ୍ପାଦନକାରୀ ତଥା ମୂଲ୍ୟଯୁକ୍ତ ଆଲୁମିନିୟମ୍ ଉତ୍ପାଦକ ବେଦାନ୍ତ ଆଲୁମିନିୟମ୍ ଏବଂ ପାୱାର ବିଜନେସ୍ ପକ୍ଷରୁ …

Leave a Reply

Your email address will not be published. Required fields are marked *