Sunday , June 13 2021
Breaking News
Home / ବିଶେଷ / ଜିକିତ୍ସା ପକ୍ଷରୁ ବୃକ୍ଷ ରୋପଣ ସଚେତନତା ନିମନ୍ତେ ସାଇକେଲ ରାଲି

ଜିକିତ୍ସା ପକ୍ଷରୁ ବୃକ୍ଷ ରୋପଣ ସଚେତନତା ନିମନ୍ତେ ସାଇକେଲ ରାଲି

ଭୁବନେଶ୍ୱର,୧୭/୦୮/୨୦୧୯(ଓଡ଼ିଶା ସମାଚାର)-ଫନି ପରବର୍ତି ସମୟରେ ବୃକ୍ଷର ଗୁରୁତ୍ୱକୁ ହୃଦୟଙ୍ଗମ କରି ତଥାଲୋକ ମାନଙ୍କୁ ଏ ସମ୍ପର୍କରେ ସଚେତନତା ବାର୍ତା ଦେବା ପାଇଁ ଉଦ୍ୟମ କରିଛି ଜିକିତ୍ସା ହେଲଥ କେୟାରଲିମିଟେଡ଼୍ । ସରକାରଙ୍କ ପକ୍ଷରୁ ନିୟୋଜିତ ଜରୁରୀକାଳୀନ ସେବା ଯୋଗାଇ ଆସୁଥିବା ୧୦୮ ଏବଂ୧୦୨ ଆମ୍ବୁଲାନ୍ସ ପରିଚାଳନା କରୁଥିବା ଜିକିତ୍ସା ହେଲଥ କେୟାର ଲିମିଟେଡ଼୍ ପକ୍ଷରୁ ଏକ ବିଶାଳ ସାଇକେଲ ରାଲି ଏବଂ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ହୋଇଥିବା ଉକ୍ତ ସାଇକେଲ ରାଲି  ରୂପାଲି ଛକରୁ ଆରମ୍ଭ ହୋଇ ଆମ୍ବଳଲାନ୍ସ ଥିବା ସ୍ଥାନ ପର୍ଯ୍ୟନ୍ତ ଯାଇଥିଲା,ଯାହାକି ସକାଳ ୭ ରୁ ଆରମ୍ଭ ହୋଇ ୧୦ଟାରେ ସମାପ୍ତ ହୋଇଥିଲା । ଏହିଅବସରରେ ମୁଖ୍ୟ ଅତିଥି ରୂପେ ଡ଼ିସିପି ପଦ୍ମିନୀ ସାହୂ  ଯୋଗଦେଇ ପତକା ଦେଖାଇ ଉକ୍ତ ରାଲିର ଶୁଭାରମ୍ଭ କରିଥିଲେ । ଉକ୍ତ ସାଇକେଲ ରାଲି ଦିର୍ଘ ୩ କି.ମି ଅତିକ୍ରମ କରିଥିବାବେଳେ ଏଥିରେ୭୦ଜଣ କର୍ମଚାରୀ ଅଂଶଗ୍ରହଣ କରିଥିଲେ । ସାଇକେଲ ରାଲିି ଅତିକ୍ରମକରିଥିବା ବିଭିନ୍ନ ପ୍ରମୁଖ ସ୍ଥାନ ଯେପରିକି ରାମ ମନ୍ଦିର ଛକ, ରାଜ୍ୟହାଉସିଂ ବୋର୍ଡ଼ ଛକ, ରେଡ଼କ୍ରସ ଭବନ ଇତ୍ୟାଦି ସ୍ଥାନ ମାନଙ୍କରେ ଅଂଶଗ୍ରହଣକାରୀମାନେ ବୃକ୍ଷବଂଚାଇବା ବାର୍ତା ସହିତ ବିଭିନ୍ନ ପ୍ଲାକାର୍ଡ଼ମାନ ଧରି ଛିଡ଼ାହୋଇଥିଲେ । ବୃକ୍ଷ ବଂଚାଅ ଅଭିଯାନର ଦ୍ୱିତୀୟ ସୋପାନରେ ସାଇକେଲ ରାଲି ୧୦ଟି ଆମ୍ବୁଲାନ୍ସ ଥିବା ସ୍ଥାନରେ ପହଂଚିବାପରେ ପ୍ରତ୍ୟେକ ବେସ ଲୋକେସନରେ ୧୦ଟି ଲେଖାଏଁ ବୃକ୍ଷରୋପଣ କରାଯାଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ରୂପେ ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ସାଲିନୀ ପଣ୍ଡିତ୍ ଉପସ୍ଥିତରହିଥିଲେ । ଆହୁରୀ ମଧ୍ୟ ଏହି ଅବସରରେ ଜିକିତ୍ସା ହେଲଥ କେୟାର ଲିମିଟେଡର ଓଡିଶା ମୁଖ୍ୟ ଶ୍ରୀଯୁକ୍ତ ସବ୍ୟସାଚୀ ବିଶ୍ୱାଳଙ୍କ ସହ ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ଏବଂ ଜିକିତ୍ସାର କର୍ମଚାରୀମାନେ ଲୋକ ମାନଙ୍କୁ ବୃକ୍ଷଚାରାମାନ ବାଂଟିଥିଲେ । ପରବର୍ତୀ ସମୟରେ ଏହିପରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଜାରି ରହିବ ବୋଲି କମ୍ପାନୀ ସୂତ୍ରରୁ ପ୍ରକାଶ । ଓଡ଼ିଶା ସମାଚାର

About admin

Check Also

ମହାପ୍ରଭୁ ତୁଳସୀକ୍ଷେତ୍ରାଧିପତି ଶ୍ରୀ ବଳଦବଜୀଉଙ୍କ ରଥଯାତ୍ରା ବନ୍ଦ କରିବା : ଜନଭାବନା ବିରୋଧି ଓ ଆଧାରହୀନ ନିଷ୍ପତି

କେନ୍ଦ୍ରାପଡ଼ା, ୧୨/୦୬/୨୦୨୧(ଓଡ଼ିଶା ସମାଚାର)-ରାଜ୍ୟ ସରକାର ମହପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଶ୍ରୀକ୍ଷେତ୍ର ପୁରୀରେ ହେବ ବୋଲି ଘୋଷଣା …

Leave a Reply

Your email address will not be published. Required fields are marked *