Tuesday , June 15 2021
Breaking News
Home / ବିଶେଷ / ଜିଆଇଇଟିରେ ଦୁଇଦିନିଆ କର୍ମଶାଳା

ଜିଆଇଇଟିରେ ଦୁଇଦିନିଆ କର୍ମଶାଳା

ଗୁଣପୁର,୧୩/୦୮/୨୦୧୯(ଓଡ଼ିଶା ସମାଚାର)-ସ୍ଥାନୀୟ ଜିଆଇଇଟି ବିଶ୍ୱବିଦ୍ୟାଳୟ ପରିସରରେ ମେକାନିକାଲ ଇଞ୍ଜିନିୟରିଂ ବିଭାଗ ପକ୍ଷରୁ ଦୁଇଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । କର୍ମଶାଳାର ଉଦଘାଟନୀ ଉତ୍ସବରେ ୟାମାହା କମ୍ପାନୀର ତାଲିମମୁଖ୍ୟ ରଜତ ମିଶ୍ର ଅତିଥିଭାବେ ଯୋଗଦେଇ ଯାନ୍ତ୍ରିକ ଉପଯୋଗ କୌଶଳ ବିଷୟରେ ଆଲୋକପାତ କରିଥିଲେ । ସମ୍ମାନନୀୟ ଅତିଥି ଭାବେ ଷ୍କାଇରାଇଡର ଅଟୋମେଟିଭ ତାଲିମମୁଖ୍ୟ ରାକେଶ ପାତ୍ର ୟାମାହା ଇଞ୍ଜନିୟରିଂ ଇସିୟୁଡାଇଗ୍ନୋସିସ ବିଷୟରେ କହିଥିଲେ । କାର୍ଯ୍ୟକ୍ରମର ଆବାହକ ସନ୍ତୋଷ ତ୍ରିପାଠୀ କର୍ମଶାଳା ବିଷୟରେ ବିସ୍ତୃତଭାବେ ଜଣାଇଥିଲେ । ଅଧ୍ୟାପକ ଅଜିତପ୍ରସାଦ ଦାସ, ମାନସରଂଜନ ପଣ୍ଡା, ଅଶୋକକୁମାର ମହାପାତ୍ର ଏବଂ ଶିବବ୍ରତ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଦୁଇଦିନିଆ କର୍ମଶାଳାରେ ଛାତ୍ରଛାତ୍ରୀମାନେ ୟାମାହା ଇଞ୍ଜିନରର ଯାନ୍ତ୍ରିକତ୍ରୁଟି ନିରୂପଣ କରିବା ସହ ଏକତ୍ରିକରଣ ଓ ପୃଥକିକରଣ ବିଷୟରେ ଶିକ୍ଷାଗ୍ରହଣ କରିବେ ବୋଲି ଜଣାପଡିଛି । ଏହି ଅବସରରେ କାର୍ଯ୍ୟକ୍ରମର ସହ ଆବାହକ ଦେବବ୍ରତ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

କରୋନା ସମୟରେ ସ୍ୱାସ୍ଥ୍ୟ ସଚେତନତା ନେଇ ନେଇ ଉତ୍କଳ ବିକାଶ ପରିଷଦରର ଭରଚୁଆଲ ବୈଠକ

କଟକ, ୧୪/୦୬/୨୦୨୧ (ଓଡିଶା ସମାଚାର): କଟକ ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ‘ଉତ୍କଳ ବିକାଶ ପରିଷଦ'(ଉବିପ)  ଆନୁକୂଲ୍ୟରେ କରୋନା ସମୟରେ …

Leave a Reply

Your email address will not be published. Required fields are marked *