Wednesday , June 23 2021
Breaking News
Home / ବିଶେଷ / ଜାଡ଼ରେ ଥରୁଛି କନ୍ଧମାଳ

ଜାଡ଼ରେ ଥରୁଛି କନ୍ଧମାଳ

ଭୁବନେଶ୍ୱର, ୦୪/୦୧/୨୦୨୧ (ଓଡ଼ିଶା ସମାଚାର)-ରାଜ୍ୟର ଅନେକ ସହରରେ ଏବେ ଥଣ୍ଡାର ପରିମାଣ ହ୍ରାସ ପାଇଛି । ଆସନ୍ତା ୧୮ରୁ ୨୦ ଯାଏ ଏହି ତାପାମାତ୍ରାରେ କିଛି ଖାସ୍ ପରିବର୍ତନ ନାହିଁ । ବିଶେଷକରି ଆଭ୍ୟନ୍ତରୀଣ ଓଡ଼ିଶାକୁ ଛାଡ଼ିଦେଲେ ଉପକୂଳ ଓଡ଼ିଶାରେ ଥଣ୍ଡା ପ୍ରାୟତଃ ଅପରିବର୍ତିତ ରହିବ । ଜାନୁଆରି ୪ତାରିଖରୁ ୬ ଯାଏ ରାଜ୍ୟର ବିଭିନ୍ନ ସହରରେ ଘନ କୁହୁଡ଼ି ଦେଖିବାକୁ ମିଳିବ ବୋଲି ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଏନେଇ ସମ୍ପୃକ୍ତ ଜିଲ୍ଳାଗୁଡିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆବଶ୍ୟକୀୟ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନକୁ ଏସଆରସି ନିର୍ଦ୍ଧେଶ ଦେଇଛନ୍ତି । କୁହୁଡ଼ି ସମୟରେ ଜାତୀୟ ଓ ରାଜ୍ୟ ରାଜପଥଗୁଡ଼ିକରେ ଯେପରି ଗାଡ଼ି ଚଳାଚଳ ନିୟନ୍ତ୍ରଣ ରହିବ, ଯେପରି କୌଣସି ଦୁର୍ଘଟଣା ନ ଘଟେ ସେଥିପାଇଁ ପୁଲିସ ଓ ପରିବହନ କାର୍ଯ୍ୟାଳୟଗୁଡ଼ିକୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଧେଶ ଦିଆଯାଇଛି । ଅନ୍ୟପକ୍ଷେ କନ୍ଧମାଳ ଜିଲ୍ଲାରେ ଶୀତ ଅବ୍ୟାହତ ରହିଛି । ପାରଦ ଖସିବା ସାଙ୍ଗକୁ କୋହଲା ପବନ ଯୋଗୁଁ ଜାଡ଼ ମାତ୍ରା ଅଧିକ ରହିଛି । ଏହି କ୍ରମରେ ଫୁଲବାଣୀ ସହରରେ ରବିବାର ପୁର୍ନବାର ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି । ସହରରେ ତାପମାତ୍ରା ୭.୫ ଡିଗ୍ରୀ ରହିଥିବାବେଳେ ଦାରିଙ୍ଗବାଡ଼ିର ତାପମାତ୍ରା ୯ ଡିଗ୍ରୀ ରହିଛି । ଶୀତରୁ ରକ୍ଷା ପାଇବା ପାଇଁ ଲୋକେ ନିଆଁର ଆଶ୍ରୟ ନେଉଥିବାବେଳେ ଘନ କୁହୁଡ଼ି ଦେଖିବାକୁ ମିଳୁଛି । ସକାଳ ୯ ରୁ ୧୦ ପର୍ଯ୍ୟନ୍ତ କୁହୁଡ଼ିର ବଳୟ ଲାଗିରହିଥିବାବେଳେ ଅଧିକ ଶୀତ ହେଉଛି । ଫଳରେ ଦିନ ୧୦ରୁ ୧୧ଟା ନ ବାଜିବା ଯାଏଁ ଲୋକେ ଘରୁ ପଦାକୁ ବାହାରୁ ନାହାଁନ୍ତି । ଅଳ୍ପ କିଛି ଲୋକ ସକାଳୁ ବାହାରୁଥିବା ଦେଖିବାକୁ ମିଳୁଛି । ଅନ୍ୟପକ୍ଷେ ଫୁଲବାଣୀ ଓ ଦାରିଙ୍ଗବାଡ଼ି ବ୍ୟତୀତ ଅନ୍ୟ ସହରଗୁଡ଼ିକର ତାପମାତ୍ରା ୧୦ରୁ ଊଦ୍ଧ୍ୱର୍ ରହିଛି । ଆଗକୁ କିଛି ଦିନ ମଧ୍ୟ ଏହିରି ଜାରିରହିବ ବୋଲି ପାଣିପାଗ ବିଭାଗ ପୂର୍ବନୁମାନ କରିଛି । ଓଡ଼ିଶା ସମାଚାର

About admin

Check Also

ସମାଜସେବୀ ପ୍ରେମାନନ୍ଦ ପରିଡାଙ୍କୁ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡ଼ା, ୨୨/୦୬/୨୦୨୧(ଓଡ଼ିଶା ସମାଚାର)- ବିରମିତ୍ରପୁର ଏନ.ଏ.ସି.ରୁ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଅବସର ନେଇଥିବା  ପ୍ରେମାନନ୍ଦ ପରିଡାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ …

Leave a Reply

Your email address will not be published. Required fields are marked *