Monday , June 21 2021
Breaking News
Home / ବିଶେଷ / ଜାମିଆ ଅସରଫୁଲ ଓଲମରେ ଚଳିତବର୍ଷ ୫ଜଣ ହାପିଜ ହୋଇଛନ୍ତି

ଜାମିଆ ଅସରଫୁଲ ଓଲମରେ ଚଳିତବର୍ଷ ୫ଜଣ ହାପିଜ ହୋଇଛନ୍ତି

କେନ୍ଦ୍ରାପଡା, ୨୫/୦୩/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ପୈାରାଂଚଳ ଅନ୍ତର୍ଗତ ମେହେମୁଦାବାଦସ୍ଥିତ ଜାମିଆ ଅସରଫୁଲ ଓଲୁମରେ ୫ଜଣ କୋରାନକୁ ସମ୍ପୂର୍ଣ୍ଣ ମୁଖସ୍ତ କରି ହାପିଜ ହୋଇଛନ୍ତି  । ସେମାନେ ହେଉଛନ୍ତି ମେହେମୁଦାବାଦର ମୈାଲାନା ଲିୟାକତ କାସମିଙ୍କ ପୁଅ ହାପିଜ ସେକ ଫାରାୟତ ଅଲ୍ଲୀ,  ମିର୍ଜାପାଟଣାର ମୀର ଅକ୍ତରଙ୍କ ପୁଅ ହାପିଜ ମୀର ଅଝର, ବିଞ୍ଝାରପୁର କାବନାର ହାପିଜ ମହମ୍ମଦ ମୁନସମ, କୋଲକାତାର ହାପିଜ ମହାନ ମୁଜାହିଦ୍ଧିନ ଓ ଚାରିନଙ୍ଗଳର ହାପିଜ ମହମ୍ମଦ ଅଧହର । ୨ବର୍ଷ ହେବ କରୋନା ପାଇଁ ବାର୍ଷିକ ଉତ୍ସବ ହୋଇପାରୁନି  । ତେଣୁ ଆଜି ସେହି ହାପିଜମାନଙ୍କ ପାଇଁ ମେହେମୁଦାବାଦ ମସଜିଦରେ ଏକ ସ୍ୱତନ୍ତ୍ର ଦୁଆ ହୋଇଛି । ଓଡ଼ିଶା ସମାଚାର

About admin

Check Also

କରୋନା କାହାଣୀ : ସ୍ୱାମୀର ମୃତ୍ୟୁ ଖବର ପାଇ ସ୍ତ୍ରୀର ଆତ୍ମହତ୍ୟା ଉଦ୍ୟମ , ଗ୍ରାମବାସୀଙ୍କ ଦ୍ୱାରା ଉଦ୍ଧାର

ଗରଦପୁର,୨୦/୬/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ପଂଚାୟତରେ ଗତ ଦୁଇ ଦିନ ମଧ୍ୟରେ ଦୁଇଟି କରୋନା ମୃତ୍ୟୁ ଘଟିଛି …

Leave a Reply

Your email address will not be published. Required fields are marked *