Friday , June 18 2021
Breaking News
Home / ବିଶେଷ / ଜାନୁଆରୀ ୨୬ ରୁ ୨୮ ପର୍ଯ୍ୟନ୍ତ ମୀରାବାଇ କଳା ବିକାଶ କେନ୍ଦ୍ରର ବାର୍ଷିକ ଉତ୍ସବ

ଜାନୁଆରୀ ୨୬ ରୁ ୨୮ ପର୍ଯ୍ୟନ୍ତ ମୀରାବାଇ କଳା ବିକାଶ କେନ୍ଦ୍ରର ବାର୍ଷିକ ଉତ୍ସବ

ଭୁବନ ୦୩/୦୧/୨୦୨୧ (ଓଡ଼ିଶା ସମାଚାର)- ଭୁବନ ର ସର୍ବପୁରାତନ କଳା ସଂସ୍କୃତି କେନ୍ଦ୍ର ମୀରାବାଇ କଳା ବିକାଶ କେନ୍ଦ୍ରର ବାର୍ଷିକ ଉତ୍ସବ ଆସନ୍ତା ୨୬ ତାରିଖ ଠାରୁ ୨୮ ତାରିଖ ତିନିଦିନ ଧରି ଅନୁଷ୍ଠିତ ହେବ । ଏଥି ନିମନ୍ତେ ଆଜି ଅପରାହ୍ନରେ କଳାବିକାଶ କେନ୍ଦ୍ର ପରିସରରେ ଅନୁଷ୍ଠାନର ପ୍ରତିଷ୍ଠାତା ଭଗବାନ ଗୁରୁଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଜାନୁାାରୀ ୨୬ ସକାଳେ ପ୍ରଭାତଫେରି,ଜାତୀୟପତାକା ଉତୋଳନ ପରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବାକୁ ସ୍ଥିର ହୋଇଥିଲା । ସରକାରଙ୍କ କୋଭିଡ ମାର୍ଗଦର୍ଶିକା ଅନୁଯାୟୀ ସର୍ବାଧିକ ୨୦୦ ଲୋକଙ୍କ ଉପସ୍ଥିତିରେ ଲୋକକଳା, ଲୋକନୃତ୍ୟ, ଭଜନ, ଦେଶାତ୍ମକବୋଧକ ଗୀତ , ସମବେତ କଣ୍ଠ ସଙ୍ଗୀତ, ନୃତ୍ୟ ଓ ଅଭିନୟ ଇତ୍ୟାଦି କରାଯିବାକୁ ସ୍ଥିର ହୋଇଥିଲା । ଏହି ପ୍ରସ୍ତୁତି ବୈଠକରେ ଲଳିତ କୁମାର ବେହେରା,ନାରାୟଣ ସାହୁ,ନିତ୍ୟାନନ୍ଦ ପରିଡା, ତୁଷାରକାନ୍ତି ମିଶ୍ର, ଶାନ୍ତନୁ ଦାଶ,ସୁରେନ୍ଦ୍ର କୁମାର ପୃଷ୍ଟି,ସତ୍ୟାନନ୍ଦ ପୃଷ୍ଟି,ଦୁଃଶାସନ ପୋଥାଳ,ବାସନ୍ତୀ ପୃଷ୍ଟି,ବିଳାସିନୀ ପୃଷ୍ଟି,ଅନାମ ସାହୁ,ବିଜୟ ସାହୁ,ଦୁଃଖବନ୍ଧୁ ସାହୁ,ନିର୍ମଳ ସେନାପତି,ହୃଷିକେଶ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ । ଓଡ଼ିଶା ସମାଚାର

About admin

Check Also

କରୋନା ସମୟରେ ବାଲ୍ୟ ବିବାହ ଏବଂ ନାବାଳକ ଶିଶୁ ଚାଲାଣ ଭଳି ଘୃଣିତ କାର୍ୟ୍ୟ ରୋକିବାକୁ ନେଇ ଆଲୋଚନା ଚକ୍ର

ବାଲିଗୁଡ଼ା, ୧୭/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ) -ସମଗ୍ର ଦେଶ କରୋନା ମହାମାରୀ ଦେଇ ଗତି କରୁଥିବା ସମୟରେ ଆମ …

Leave a Reply

Your email address will not be published. Required fields are marked *