Sunday , June 20 2021
Home / ବିଶେଷ / ଜାତୀୟ ଲୋକଅଦାଲତ, ସାଢ଼େ ୮କୋଟି ଜୋରିମାନା ଆଦାୟ

ଜାତୀୟ ଲୋକଅଦାଲତ, ସାଢ଼େ ୮କୋଟି ଜୋରିମାନା ଆଦାୟ

କଟକ, ୧୫/୦୭/୨୦୧୯ (ଓଡ଼ିଶା ସମାଚାର)- ରାଜ୍ୟ ଆଇନସେବା ପ୍ରାଧିକରଣ ପକ୍ଷରୁ ଅନୁଷ୍ଠିତ ଜାତୀୟ ଲୋକ ଅଦାଲତରେ ଚେକ୍ ବାଉନ୍ସ, ଶ୍ରମ ବିବାଦ, ବିଦ୍ୟୁତ୍, ବୈବାହିକ, କମ୍ପାଉଣ୍ଡେବୁଲ୍ ଏବଂ ଦେୱାନୀ ଭଳି ୫୦୨୦୧ଟି ପ୍ରାକ୍ ବିବାଦ ମାମଲାର ଫଇସଲା ହୋଇଛି । ଫଇସଲା ବାବଦକୁ ୮,୩୭,୭୯,୬୩୭ଟଙ୍କା ଜୋରିମାନା ଆଦାୟ ହୋଇଛି । ହାଇକୋର୍ଟ ଆଇନସେବା କମିଟି ପକ୍ଷରୁ ଅନୁଷ୍ଠିତ ଜାତୀୟ ଲୋକ ଅଦାଲତରେ ବିଚାର ପାଇଁ ଗ୍ରହଣ ହୋଇଥିବା ୮୪୧ ମାମଲା ମଧ୍ୟରୁ ୧୦୯ଟି ମାମଲାର ଫଇସଲା ହୋଇଛି । ଏ ବାବଦକୁ ୬ କୋଟି ୭୭ ଲକ୍ଷ୨ହଜାର ଟଙ୍କାର କ୍ଷତିପୁରଣ ପ୍ରଦାନ କରିବାକୁ ଲୋକ ଅଦାଲତର ଭିନ୍ନ ଭିନ୍ନ ଖଣ୍ଡପୀଠ ନିଦେ୍ର୍ଦଶ ଦେଇଛନ୍ତି । ବିଚାରପତି ଏ.କେ ରଥଙ୍କ ଇଜଲାସରେ ଓରିଏଂଟାଲ୍ ବୀମା କମ୍ପାନୀ ୨୮ଟି ମାମଲା ଫଇସଲା ହୋଇଥିବାବେଳେ ୨,୩୮,୮୨,୦୦୦ ଟଙ୍କାର କ୍ଷତିପୂରଣ ଦେବାକୁ କୁହାଯାଇଛି । ବିଚାରପତି ସଙ୍ଗମ ସାହୁଙ୍କ ଇଜଲାସରେ ନୁ୍ୟ ଇଣ୍ଡିଆ ବୀମା କମ୍ପାନୀର ୮ଟି ମାମଲା ଫଇସଲା ହୋଇଥିବା ବେଳେ ୨୦,୪୫,୦୦୦ଟଙ୍କାର କ୍ଷତିପୂରଣ ଆଦାୟ ହୋଇଛି । ବିଚାରପତି କେ.ଆର୍ ମହାପାତ୍ରଙ୍କ ଇଜଲାସରେ ୟୁନାଇଟେଡ୍ ବୀମା କମ୍ପାନୀର ୪ଟି ମାମଲାର ଫଇସଲା ବାବଦକୁ ୧୫,୧୦,୦୦୦ ଟଙ୍କା ଏବଂ ଅନ୍ୟାନ୍ୟ ଘରୋଇ ବୀମା କମ୍ପାନୀର ମାମଲା ଫଇସଲା ବାବଦକୁ ୩,୦୭,୪୦,୦୦୦ଟଙ୍କାର କ୍ଷତିପୂରଣ ଆଦାୟ ହୋଇଛି । ସେହିପରି ନ୍ୟାସ୍ନାଲ୍ ବୀମା କମ୍ପାନୀର ୧୪ଟି ମାମଲା ବିଚାରପତି ଏ.କେ ମିଶ୍ରଙ୍କ ଇଜିଲାସରେ ଫଇସଲା ହୋଇଛି । ଏହି ବାବଦକୁ ୯୫,୨୫୦୦୦ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ ଲୋକ ଅଦାଲତ ନିଦେ୍ର୍ଦଶ ଦେଇଛନ୍ତି । ଅନୁରୂପ ଭାବେ କ୍ୟାନଟନମେଂଟସ୍ଥିତ ସ୍ଥାୟୀ ଲୋକ ଅଦାଲତ (ଜନ ଉପଯୋଗୀ ସେବା) ଅଧ୍ୟକ୍ଷ ପ୍ରେମ୍ ରାଜ୍ ବହିଦାର୍, ସଦସ୍ୟ ତପନ କୁମାର ମଣ୍ଡଳ ଓ ପ୍ରଦୀପ୍ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ନରସିଂହପୁର ଅଂଚଳର ଲକ୍ଷ୍ମୀଧର ସାହୁ ନାମକ ଜଣେ ଶାରିରୀକ ଅକ୍ଷମ ବାଳକକୁ ରେଳବାଇ ପାସ୍ ଦେବାକୁ ଇଷ୍ଟ୍ କୋଷ୍ଟ୍ ରେଳବାଇକୁ ନିଦେ୍ର୍ଦଶ ଦେଇଛନ୍ତି । ସେହିପରି ଜଣେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ପାଇଁ ତାଙ୍କୁ ୧ ହଜାର ଟଙ୍କାର ଅର୍ଥ ଦଣ୍ଡ ପ୍ରଦାନ କରିଛନ୍ତି । ଏହି ମାମଲାରେ ଅଦାଲତ ଆବେଦନକାରିଣୀ ହରପ୍ରିୟା ପଣ୍ଡାଙ୍କୁ ୧୫ ଦିନ ମଧ୍ୟରେ ସଂଶୋଧିତ ପ୍ରମାଣପତ୍ର ପ୍ରଦାନ କରିବାକୁ ବୋର୍ଡ କର୍ତୃପକ୍ଷଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ବେଦାନ୍ତ ପକ୍ଷରୁ ଓଡ଼ିଶାର କଳାହାଣ୍ଡିରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଲୋକାର୍ପିତ

• ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଭର୍ଚୁଆଲ ସମାରୋହରେ ଏହି ହସ୍ପିଟାଲ କୁ ଜନ ସାଧାରଣଙ୍କ …

Leave a Reply

Your email address will not be published. Required fields are marked *