Wednesday , June 23 2021
Breaking News
Home / ଶିକ୍ଷା / ଜାଗୁଳାଇ ବିଦ୍ୟାପୀଠରେ ‘ମୋ ସ୍କୁଲ ଅଭିଯାନ’ ପକ୍ଷରୁ ଗୁରୁପୂଜନ ଅନୁଷ୍ଠିତ

ଜାଗୁଳାଇ ବିଦ୍ୟାପୀଠରେ ‘ମୋ ସ୍କୁଲ ଅଭିଯାନ’ ପକ୍ଷରୁ ଗୁରୁପୂଜନ ଅନୁଷ୍ଠିତ

କେନ୍ଦ୍ରାପଡା ୦୫/୦୯/୨୦୧୯(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚକ୍ରୋଡା ପଂଚାୟତର ତରାପୁରସ୍ଥିତ ଜାଗୁଳାଇ ବିଦ୍ୟାପୀଠ ‘ମୋ ସ୍କୁଲ ଅଭିଯାନ’ ପକ୍ଷରୁ  ଗୁରୁଦିବସ ଅବସରରେ ଗୁରୁପୂଜନ ଅନୁଷ୍ଠିତ ହୋଇଯାଇଛି ।  ଏହି ଉପଲକ୍ଷେ ଜାଗୁଳାଇ ବିଦ୍ୟାପୀଠ ପରିସରରେ ‘ମୋ ସ୍କୁଲ ଅଭିଯାନ’ର ସଭାପତି ରାଜେଶ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ  ଉସôବରେ ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ ଡଃ.ବାସୁଦେବ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗୁରୁଦିବସର ସଂସ୍କୃତି ବହୁ ପୁରାତନ ସଂସ୍କୃତି, ଶିକ୍ଷାକୁ ସାର୍ବଜନୀନ କରାଯିବା,ଅଜ୍ଞତା ଲୋପ କରିବା ଏବଂ ନୀରକ୍ଷରତାର ବ୍ୟାଧିକୁ  ସମାଜରୁ ହଟାଇବା ସେଙ୍ଗ ସେଙ୍ଗ ଦେଶ ଗଠନରେ ଜଣେ ଜଣେ ଆଦର୍ଶ, ଦାୟିତ୍ୱବାନ ଏବଂ କର୍ତବ୍ୟନିଷ୍ଠ ନାଗରିକ ଭାବେ ନିଜକୁ ଗଢିତୋଳିବାର ଦୁର୍ବାର ମନୋଭାବ ସୃଷ୍ଟି କରିବା ପାଇଁ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଦେଇଥିଲେ ।ସଭାରେ ସ୍କୁଲର ପୁରାତନ ଉପଦେଷ୍ଟା ସୁରେନ୍ଦ୍ର ନାଥ ଆଚାର୍ଯ୍ୟ,ଡା.ପୁରୁଷୋମ ସାହୁ, ପ୍ରଧାନ ଶିକ୍ଷକ ଗୈାରାଙ୍ଗ ଚରଣ ମଣ୍ଡଳ, ବାନାମ୍ବର ସାହୁ ପ୍ରମୁଖ ଯୋଗଦେଇ କୁନି କୁନି ଛାତ୍ରଛାତ୍ରୀ ହେଉଛନ୍ତି ଦେଶର ଭବିଷ୍ୟତ, ପିତାମାତା ଓ ଗୁରୁଙ୍କ ଆଶ୍ରିର୍ବାଦ ନେଇ ସେମାନେ  ସମାଜ ଗଠନରେ ଅଗ୍ରସର ହେବା ପାଇଁ ଦିଗଦର୍ଶନ ଦେଇଥିଲେ ।  ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ଶଶୀକାନ୍ତ ବେହେରା, ଗଣେଶ୍ୱର ସାହୁ, ଦେବେନ୍ଦ୍ର ନାୟକ, ବୀରକିଶୋର ଦାସ, ଶିକ୍ଷୟତ୍ରୀ ନିବେଦିତା ମହାନ୍ତି ପ୍ରମୁଖ ବକ୍ତବ୍ୟ ରଖିଥିବା ବେଳେ ସ୍କୁଲର ସମସ୍ତ ପୁରାତନ ଓ ବର୍ତମାନର ଛାତ୍ରଛାତ୍ରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ  କରିଥିଲେ । ଏହି ଅବସରରେ ପୁରାତନ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ସ୍କୁଲ ପରିସରରେ କଟକ ରୋଟାରୀ ଚକ୍ଷୁ ଚିକିତ୍ସାଳୟର ଡାକ୍ତରମାନଙ୍କ ଦ୍ୱାରା ୧୩୭ଜଣ ରୋଗୀଙ୍କୁ ପରୀକ୍ଷା କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୭ଜଣଙ୍କୁ ରୋଟାରୀ ଚକ୍ଷୁ ଚିକିସôାଳୟ କଟକରେ ମୋତିଆବିନ୍ଦୁ ଅସ୍ତ୍ରେ୍ରାପ୍ରଚାର କରିବାକୁ ଚିହ୍ନଟ କରାଯାଇଥିଲା । ଏତଦଭିନ୍ନ କଟକ ବଡ ଡାକ୍ତରଖାନାର ଅସ୍ଥିଶଲ୍ୟ ବିଭାଗର ଡାକ୍ତରମାନଙ୍କ ଦ୍ୱାରା ୬୦ଜଣ ରୋଗୀଙ୍କୁ ଚିକିସôା କରାଯାଇ ଔଷଧ ପ୍ରଦାନ କରାଯାଇଥିଲା । ଏହି ଉପଲକ୍ଷେ ଅବସରପ୍ରାପ୍ତ ଶିକ୍ଷକ କାର୍ତିକ ଚରଣ ନାୟକ, ଶିକ୍ଷୟତ୍ରୀ ଦମୟନ୍ତୀ ଆଚାର୍ଯ୍ୟ, ଭାଗିରଥୀ ଜେନା, ପୁରାତନ ଛାତ୍ର ରମାକାନ୍ତ ମହାନ୍ତି, ସରୋଜକାନ୍ତ ସାହୁ, ସୁଶାନ୍ତ ବାରିକ, ବିଶ୍ୱବିଜୟ ଭଦ୍ର, ରତିକାନ୍ତ ସାମଲ, ଭାବଗ୍ରାହୀ ବେହେରା, ଆକାଶ ମହାନ୍ତି, ମାନସ ମହାନ୍ତି, ନବକିଶୋର ଦାସ, ସରପଂଚ ବସନ୍ତ କୁମାର ରାଉତ, ସମୀର ମଲ୍ଲିକ, ନିରଞ୍ଜନ ମଲ୍ଲ, ପ୍ରଦୁ୍ୟମ୍ନ ବେହୁରା, ବିକାଶ ଦଳେଇ, ଆଶୁତୋଷ ରାଉତ, ମନୋଜ ନାୟକ, ବିଶ୍ୱଜିତ ପ୍ରଧାନ, ବରଦା ପ୍ରସନ୍ନ ବାରିକ, ଅନ୍ନଦା ରାଉତରାୟ, ଶୁଭଶ୍ରୀ ବେହେରା, ଜ୍ୟୋତିଶ୍ମିତା ସେଣ, ଭକ୍ତିମୟୀ କର ପ୍ରମୁଖ ଯୋଗଦେଇ ଏହି ବିଦ୍ୟାପୀଠର ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ପାଇଁ  ନିବେଦନ କରିଥିଲେ ।  ଶେଷରେ ବିଭିନ୍ନ ପ୍ରତିଯୋଗୀତାର କୃତି ଛାତ୍ରଛାତ୍ରୀ ଓ  ସମାଜସେବା କ୍ଷେତ୍ରରେ ବିଶେଷ ଅବଦାନ ଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧନା ପ୍ରଦାନ ସହିତ ସ୍କୁଲ ପରିସରରେ ପ୍ରଧାନ ଶିକ୍ଷକଙ୍କ ଉଦ୍ୟମରେ ବୃକ୍ଷ ରୋପଣ କରାଯାଇଥିଲା । ଓଡ଼ିଶା ସମାଚାର

About admin

Check Also

ଶିକ୍ଷା ବ୍ୟବସ୍ଥାରେ ସୁଧାର ପାଇଁ ଐକ୍ୟବଦ୍ଧ ସଂଗ୍ରାମ ଲୋଡା 

କେନ୍ଦ୍ରାପଡ଼ା, ୦୫/୦୬/୨୦୨୧(ଓଡ଼ିଶା ସମାଚାର)- ଶିକ୍ଷକ ଆନ୍ଦୋଳନର ଅପ୍ରତିଦ୍ୱନ୍ଦୀ ଯୋଦ୍ଧା ସ୍ୱର୍ଗତ ଅବନୀ ବରାଳଙ୍କ ପାଇଁ ଶିକ୍ଷକମାନେ ପାଇ ପାରିଥିଲେ ନିଜର …

Leave a Reply

Your email address will not be published. Required fields are marked *