Wednesday , June 23 2021
Breaking News
Home / ବିଶେଷ / ଜାଗୁଳାଇ ପିଠରେ କୁକୁଡ଼ା ବଳି

ଜାଗୁଳାଇ ପିଠରେ କୁକୁଡ଼ା ବଳି

ଗରଦପୁର,୦୪/୦୮/୨୦୧୯ (ଓଡ଼ିଶା ସମାଚାର)- ଆଜି ପବିତ୍ର ଗୌରୀ ପଂଚମୀ । ଗରଦପୁରର ଅଧିଷ୍ଠାତ୍ରୀ ଦେବୀ ମା ଜାଗୁଳାଇ ପୀଠରେ ଅନେକ ଶ୍ରଦ୍ଧାଳୁ ଆଜି ଅପରାହ୍ନରେ କୁକୁଡ଼ା ଗଂଜା ବଳି ପକାଇଥିବା ର ଦେଖିବାକୁ ମିଳିଥିଲା । ଦେବା ଦେବୀଙ୍କ ନିକଟରେ ବଳି ପ୍ରଥା କ୍ରମଶଃ ଉଠିଯିବାକୁ ବସିଥିବାବେଳେ ଗରଦପୁର ଠାରେ ମା ଜାଗୁଳାଇଙ୍କ ପୀଠରେ ବଳିପ୍ରଥା ତାହାର ସ୍ଥିତି ବଜାୟ ରଖିଛି । ତଥାପି ପୂର୍ବ ଅପେକ୍ଷା ବଳିର ପରିମାଣ କମିଛି । ଆଗେ ଏଠାରେ ଶହ ଶହ ସଂଖ୍ୟାରେ କୁକୁଡ଼ା ବଳି ପଡ଼ୁଥିଲା । କେତେକ ଶ୍ରଦ୍ଧାଳୁ ମଧ୍ୟ ମାନସିକ କୁକୁଡ଼ାକୁ ଉଡ଼଼ାଇ ଦେଉଥିଲେ । ଆଜି ୨୦ ରୁ ୨୫ ଟି କୁକୁଡ଼ା ଗଂଜାକୁ ଶ୍ରଦ୍ଧାଳୁ ମାନେ ବଳି ପକାଇଥିଲେ । ଏଠାରେ କୁକୁଡ଼ା ବଳି ମାନସିକ କଲେ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ସାଧାରଣରେ ବିଶ୍ୱାସ ରହିଛି । ସେଥିପାଇଁ ଆଜି ଆଖ ପାଖ ଅଂଚଳରୁ ୩ ହଜାରରୁ ଉଦ୍ଧ୍ୱର୍ ଶ୍ରଦ୍ଧାଳୁ ସମବେତ ହୋଇଥିଲେ । ଲୋକକଥା ରୁ ଜଣାଯାଏ ଚିତାଲାଗି ଅବାବାସ୍ୟା ଦିନ ଠାରୁ ଗୌରୀ ପଂଚମୀ ପର୍ଯ୍ୟନ୍ତ ମା ବୁଢ଼ୀ ଜାଗୁଳାଇଙ୍କ ଝିଅ ମା ରେବତୀ ବିଭିନ୍ନ ଗ୍ରାମକୁ ପରିକ୍ରମା କରି ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦିଅନ୍ତି । ପ୍ରତ୍ୟେକ ଦିନ ବଳଦେବ ଜୀଉ ମନ୍ଦିରରୁ ଯାଇ ମା ବୁଢ଼ୀ ଜାଗୁଳାଇ ମନ୍ଦିର ପ୍ରାଙ୍ଗଣରେ ମା ଙ୍କୁ ଭେଟିବା ପରେ ଝୁଲଣରେ ବସନ୍ତି । ଏବଂ ମୁଖ୍ୟ ପୂଜକ ଗନ୍ଧର୍ବ ରଣା ସେଠାରେ ଚେତା ଶୂନ୍ୟ ହୋଇ ପଡ଼ିଯାନ୍ତି । ପରେ ମା ରେବତୀ ତାଙ୍କୁ ଚେତା ଫେରାଇ ଦିଅନ୍ତି । ଆଜି ଝୁଲଣ ପରେ ମା ରେବତୀ ପୂର୍ବ ମୁଖା ହେବା ମାତ୍ରେ ଅପେକ୍ଷାରତ ଶ୍ରଦ୍ଧାଳୁମାନେ କୁକୁଡ଼ା ବଳି ପକାଇଥିଲେ । ମା ରେବତୀଙ୍କୁ ମୁଖ୍ୟ ପୁଜକ ପାଖଡ଼ ଗ୍ରାମକୁ ନେଇ ଯାଇଥିଲେ । ପାଖଡ଼ ଗ୍ରାମର ବେଲବଣରେ ମା ରେବତୀ ଗାଦିସିନ ହେବା ପରେ ପାଖଡ଼ ଗ୍ରାମର ସେନାପତି ସାହି ଉତ୍ସବ ମୁଖର ହୋଇପଡ଼େ । ଘରେ ଘରେ ପିଠା ପଣା ତିଆରି କରି ନୂତନ ବସ୍ତ୍ର ପରିଧାନ କରି ମା ଙ୍କ ନିକଟରେ ଭୋଗ ଲଗାଇଥାନ୍ତି । ସନ୍ଧ୍ୟାରେ ମା ଙ୍କ ନିକଟରେ ବୋଦା ବଳି ପଡ଼େ ଓ ସେହି ମାଂସକୁ ରନ୍ଧନ କରି ପ୍ରସାଦ ଭାବରେ ମା ଙ୍କ ନିକଟରେ ଭୋଗ ଲଗାଇ ସମସ୍ତଙ୍କୁ ବଂଟନ କରିଥାନ୍ତି । ଏହିପ୍ରଥା ବହୁ ବର୍ଷ ତଳୁ ଚଳି ଆସୁଛି ବୋଲି ଗ୍ରାମର ପରିବେଶବିତ ଦ୍ୱାରିକାନାଥ ସେନାପତି ପ୍ରକାଶ କରିଛନ୍ତି । ଆଜି ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେବା ପରେ ଆସନ୍ତା କାଲି ମା ରେବତୀ ଗରଦପୁର ଗ୍ରାମର ବଳଦେବ ଜୀଉ ମନ୍ଦିରକୁ ପ୍ରତ୍ୟାବର୍ତନ କରିବାର କାର୍ଯ୍ୟକ୍ରମ ରହିଥିବା ମୁଖ୍ୟ ପୂଜକ ଗନ୍ଧର୍ବ ରଣା ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ସମାଜସେବୀ ପ୍ରେମାନନ୍ଦ ପରିଡାଙ୍କୁ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡ଼ା, ୨୨/୦୬/୨୦୨୧(ଓଡ଼ିଶା ସମାଚାର)- ବିରମିତ୍ରପୁର ଏନ.ଏ.ସି.ରୁ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଅବସର ନେଇଥିବା  ପ୍ରେମାନନ୍ଦ ପରିଡାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ …

Leave a Reply

Your email address will not be published. Required fields are marked *