Thursday , June 17 2021
Breaking News
Home / ବିଶେଷ / ଜଳସମ୍ପଦ ମନ୍ତ୍ରୀଙ୍କ କଟକ ଜିଲ୍ଲାରେ ମାରାଥନ ଗସ୍ତ

ଜଳସମ୍ପଦ ମନ୍ତ୍ରୀଙ୍କ କଟକ ଜିଲ୍ଲାରେ ମାରାଥନ ଗସ୍ତ

ନଇନାଳ ବନ୍ଧ ବୁଲି ମନ୍ତ୍ରୀ ଚାଷୀ ଓ ଲୋକମାନଙ୍କ ସମସ୍ୟା ବୁଝିଲେ

କଟକ, ୨୮/୦୮/୨୦୧୯(ଓଡ଼ିଶା ସମାଚାର)-   ରାଜ୍ୟ ଜଳ ସମ୍ପଦ ଏବଂ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଶ୍ରୀରଘୁନନ୍ଦନ ଦାସ ଟାଙ୍ଗୀ-ଚୋ÷÷ଦ୍ୱାର ଓ ସାଲେପୁର ବ୍ଲକର ବିଭିନ୍ନ ଅଂଚଳର ମହାନଦୀ,ବିରୁପା ନଦୀ ବନ୍ଧ ଓ ତାଳଦଣ୍ଡା କେନାଲ ବୁଲି ଦେଖିଥିଲେ । ତାଳଦଣ୍ଡା କେନାଲର ଯୋବ୍ରାଠାରୁ ବିରିବାଟୀ ପର୍ଯ୍ୟନ୍ତ୧୧.୭୮ କିଲୋମିଟର କେନାଲ ସଫେଇ କାର୍ଯ୍ୟ, ଆବଶ୍ୟକ ସ୍ଥଳେ ପଥର ପ୍ୟାକିଂ କରିବାକୁ ମନ୍ତ୍ରୀ ବିଭାଗୀୟ ଯନ୍ତ୍ରୀଙ୍କୁ ନିର୍ଦ୍ଧେଶ ଦେଇଥିଲେ ଏବଂ ତାଳଦଣ୍ଡା କେନାଲ ଉନ୍ନତିକରଣ ପାଇଁ ୧୫୩.୯୯କୋଟି ଟଙ୍କା ବ୍ୟୟରେ ଏହିସବୁ କାର୍ଯ୍ୟକରାଯିବ ବୋଲି ମନ୍ତ୍ରୀ କହିଥିଲେ । ପରିଦର୍ଶନ ସମୟରେ ଛତ୍ରବଜାର ପ୍ରଫେସରପଡା ନିକଟରେ ରାଣିହାଟରୁ ବଜ୍ରକବାଟି ରୋଡରେ ଟ୍ରାଫିକ ସମସ୍ୟା ନିୟନ୍ତ୍ରଣ କରିବାକୁ ତାଳଦଣ୍ଡା କେନାଲ ଉପରେ ଏକ ସେତୁ ନିର୍ମାଣର ଆବଶ୍ୟକତା ରହିଛି ଓ ଏହା ଆର ଆଣ୍ଡବି ତରଫରୁ ନିର୍ମାଣ କରାଯିବ ଏବଂ ଜଳସମ୍ପଦ ବିଭାଗ ତରଫରୁ ଏଥି ନିମନ୍ତେ ଅନୁମତି ଦିଆଯିବ ବୋଲି ମନ୍ତ୍ରୀ କହିଥିଲେ । ତଳଦଣ୍ଡା କେନାଲ ଗସ୍ତ ପରେ ଗାନ୍ଧିପଲ୍ଲି ଗସ୍ତ କରି ସେଠାରେ ଥିବା ଗୁରୁଜକୁଅଧିକ ସମ୍ପ୍ର୍୍ରସାରଣ କରିବା ସହିତ ପଥର ପ୍ୟାକିଂକୁ ସୁଦୃଢିକରଣ କରାଯିବାକୁ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଥିଲେ । ଏହାପରେ ମନ୍ତ୍ରୀ ଚୋ÷÷ଦ୍ୱାର ଗସ୍ତ କରିଥିଲେ । ଟାଙ୍ଗୀ-ଚୋ÷÷ଦ୍ୱାର ବିଧାୟକ ଶ୍ରୀ ସୋ÷÷ଭିକ ବିଶ୍ୱାଳ ଓ ପୁର୍ବତନବିଧାୟକ ଶ୍ରୀ ପ୍ରଭାତ ରନ ବିଶ୍ୱାଳ ମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ଉପସ୍ଥିତ ଥିଲେ । ବନ୍ୟା ସମସ୍ୟାକୁ ଦୃଷ୍ଟିରେ ରଖି କଯଳପଡାରେ ମହାନଦୀ ବନ୍ଧରେ କିଛି ଅଂଶ ପଥର ପ୍ୟାକିଂ ହୋଇଛି ଓ ଅଧିକ ଅଂଚଳରେ ପଥର ପ୍ୟାକିଂ କରାଯିବା ଓ ଚୋ÷÷ଦ୍ୱାରର ଛତିସାପାଟ ଠାରେ ଡ୍ରେନେଜ ସମସ୍ୟାର ସମାଧାନ ପାଇଁ ବିଭାଗୀୟ ଯନ୍ତ୍ରୀଙ୍କୁ ମନ୍ତ୍ରୀ ନିର୍ଦ୍ଧେଶ ଦେଇଥିଲେ । ଟାଙ୍ଗୀ-ଚୋ÷÷ଦ୍ୱାର ବ୍ଲକ୍ ରନପଙ୍ଗ ପଂଚାୟତ,ହାଟଶିଶୁଆ ନଦୀବନ୍ଧ ସୁଦୃଢୀକରଣ, ବିରୁପା ନଦୀର କେଶରପୁରଠାରେ ଜଳ ନିସ୍କାସନ ବ୍ୟବସ୍ଥା ଓ ବିରୁପା ନଦୀର ବିଭିନ୍ନ ସ୍ଥାନରେ ନଦୀବନ୍ଧ ସୁଦୃଢୀକରଣ ତଥା ସଂଲଗ୍ନ କେନାଲର ମରାମତି କାର୍ଯ୍ୟ ଆଦି କରାଯିବ ।ଉପରେ ମନ୍ତ୍ରୀ ବିଭାଗୀୟ ଯନ୍ତ୍ରୀଙ୍କୁ ମଧ୍ୟନିର୍ଦ୍ଧେଶ ଦେଇଥିଲେ । ମନ୍ତ୍ରୀ ଶ୍ରୀ ଦାସଙ୍କଏହି ପରିଦର୍ଶନ ସମୟରେ ସାଲେପୁର ବିଧାୟକ ଶ୍ରୀ ପ୍ରଶାନ୍ତ ବେହେରା,ଜିଲ୍ଲାପରିଷଦ ସଭାପତି ଶ୍ରୀମତୀ ଜ୍ୟାତିରେଖା ନାୟକଙ୍କ ସମେତ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ଓ ଅନ୍ୟାନ୍ୟ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

କରୋନା ସମୟରେ ବାଲ୍ୟ ବିବାହ ଏବଂ ନାବାଳକ ଶିଶୁ ଚାଲାଣ ଭଳି ଘୃଣିତ କାର୍ୟ୍ୟ ରୋକିବାକୁ ନେଇ ଆଲୋଚନା ଚକ୍ର

ବାଲିଗୁଡ଼ା, ୧୭/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ) -ସମଗ୍ର ଦେଶ କରୋନା ମହାମାରୀ ଦେଇ ଗତି କରୁଥିବା ସମୟରେ ଆମ …

Leave a Reply

Your email address will not be published. Required fields are marked *