Monday , June 21 2021
Breaking News
Home / ବିଶେଷ / ଜଳଶକ୍ତି ମିଶନ ପାଇଁ ୪ ନୋଡାଲ୍ ଅଫିସର

ଜଳଶକ୍ତି ମିଶନ ପାଇଁ ୪ ନୋଡାଲ୍ ଅଫିସର

କେନ୍ଦ୍ରାପଡ଼ା, ୦୮/୦୮/୨୦୧୯(ଓଡ଼ିଶା ସମାଚାର) କେନ୍ଦ୍ର ସରକାରଙ୍କ ଜଳଶକ୍ତି ଅଭିଯାନ କାର୍ଯ୍ୟକ୍ରମକୁ ଓଡ଼ିଶାର କେନ୍ଦ୍ରାପଡା ଜିଲାରେ ପ୍ରଥମେ କାର୍ଯ୍ୟକାରୀ କରାଯାଉଥିବାରୁ ସେଥିପାଇଁ ଜିଲାର ୪ଟି ବ୍ଲକରେ ୪ ନୋଡାଲ୍ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଛି । ଏହି ଏହି ଅଭିଯାନ ଜିଲା ମାର୍ଶାଘାଇ, ପଟ୍ଟାମୁଣ୍ଡାଇ, ରାଜକନିକା ଓ ରାଜନଗର ବ୍ଲକରେ କାର୍ଯ୍ୟକାରୀ କରାଯିବ । କେନ୍ଦ୍ର ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତନ ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କୁ ସୂଚନା ଦିଆଯିବା ପରେ କେନ୍ଦ୍ରାପଡା ଇକୋ କ୍ଲବର ୪ଜଣ ମାଷ୍ଟର ଟ୍ରେନରକୁ ଦାୟିତ୍ୱରେ ରଖାଯାଇଛି । ମାର୍ଶାଘାଇ ବଡପାଳଗଡାର ପ୍ରଫୁଲ୍ଲ କୁମାର ମହାପାତ୍ରଙ୍କୁ ମାର୍ଶାଘାଇ, କେନ୍ଦ୍ରାପଡା ବଗଡାର ରବୀନ୍ଦ୍ର ପ୍ରସାଦ ଜେନାଙ୍କୁ ପଟ୍ଟାମୁଣ୍ଡାଇ, ଓଳାଭର, ବଳରାମପୁରର ସୁବାସ ଚନ୍ଦ୍ର ରାଉତଙ୍କୁ ରାଜକନିକା, ବାଘବୁଦାର ଗୋପିନାଥ ଦାସଙ୍କୁ ରାଜନଗର ଦାୟିତ୍ୱରେ ରଖାଯିବା ପାଇଁ ମନୋନୀତ କରାଯାଇଛି । ଓଡ଼ିଶା ସମାଚାର

About admin

Check Also

ଆଦର୍ଶ ଥାନା ଅଧିକାରୀ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ପାରାଦ୍ୱୀପ ୨୦/୦୬/୨୦୨୧(ଓଡ଼ିଶା ସମାଚାର)- ପାରାଦ୍ୱୀପ ଆଦର୍ଶ ଥାନାର ପ୍ରଥମ ଥାନା ଅଧିକାରୀ ତଥା ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ରଜନୀକାନ୍ତ ସାମଲ ଙ୍କ …

Leave a Reply

Your email address will not be published. Required fields are marked *