Saturday , July 31 2021
Breaking News
Home / ବିଶେଷ / ଜମି ବିବାଦକୁ ନେଇ ପାରିବାରିକ ଗଣ୍ଡଗୋଳ – ଦୁଇ ଆହାତ

ଜମି ବିବାଦକୁ ନେଇ ପାରିବାରିକ ଗଣ୍ଡଗୋଳ – ଦୁଇ ଆହାତ

ପାରାଦୀପ ୨୯/୦୫/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ଲକ୍ ଥାନା ଅନ୍ତର୍ଗତ ଫୁଲବେଲାରୀ ଗ୍ରାମରେ ଜମି ବିବାଦକୁ ନେଇ ପାରିବାରିକ ଗଣ୍ଡଗୋଳ ଉଗ୍ରରୂପ ଶନିବାର ଦିନ ଦେଖିବାକୁ ମିଳିଛି । ଘଟଣାରୁ ପ୍ରକାଶ ଅଜୟ ବିଶ୍ୱାଳ ଏବଂ ତାଙ୍କ ପୁତୁରା କୁନା ବିଶ୍ୱାଳଙ୍କୁ ସେହି ଗ୍ରାମର ତୋଫାନ ବିଶ୍ୱାଳ, ହୃଷିକେଶ ବିଶ୍ୱାଳ, ନିରାକାର ବିଶ୍ୱାଳଙ୍କ ସମେତ ୪ଜଣ ଅଜୟଭ୍କ ଘରେ ପଶି ଆକ୍ରମଣ କରିଥିଲେ । ଅଭିଯୁକ୍ତ ମାନେ ଲୁହାରଡରେ ଅଜୟ ଏବଂ ତାଙ୍କ ପୁତୁରାକୁ ଆକ୍ରମଣ କରିଥିଲେ । ଏହି ଅଭିଯୁକ୍ତ ମାନେ ଅଜୟଙ୍କ ପରିବାରର ମହିଳା ମାନଙ୍କୁ ମଧ୍ୟ ଆକ୍ରମଣ ଓ ସୁନା ଚେନ୍ ଛଡେଇ ନେଇଥିବା ନେଇ ଅଜୟ ବିଶ୍ୱାଳ ପାରାଦୀପ ଲକ୍ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଆହାତ ଦୁଇଜଣଙ୍କୁ ପରିବାର ଲୋକ ଅଠରବାଙ୍କୀ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିସôିତ କରିଥିବା ଜଣାପଡିଛି । ଶୁକ୍ରବାର ଦିନ ଦୁଇ ପରିବାର ଅଜୟ ଓ ତୋଫାନ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଅଭିଯୋଗ ପାଇବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ଓଡ଼ିଶା ସମାଚାର

About admin

Check Also

ବିଭିନ୍ନ ରାସ୍ତା ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ସାଂସଦ ଓ ବିଧାୟକ

ପରଜଙ୍ଗ, ୩୧/୦୭/୨୦୨୧(ଓଡ଼ିଶା ସମାଚାର)- ଆଜି ଓଡିଶା ସରକାରଙ୍କ ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ ପରଜଙ୍ଗ ନିର୍ବାଚନ ମଣ୍ଡଳୀ ର ସାଆନ୍ଦା …

Leave a Reply

Your email address will not be published. Required fields are marked *