Wednesday , June 16 2021
Breaking News
Home / ତାଜା ଖବର / ଜମିବାଡ଼ି ବିବାଦକୁ ନେଇ ମହିଳାଙ୍କୁ ଗଳାକାଟି ହତ୍ୟା – ସ୍ୱାମୀ ଓ ପୁଅ ଗୁରୁତର ଆହତ

ଜମିବାଡ଼ି ବିବାଦକୁ ନେଇ ମହିଳାଙ୍କୁ ଗଳାକାଟି ହତ୍ୟା – ସ୍ୱାମୀ ଓ ପୁଅ ଗୁରୁତର ଆହତ

ବିନିକା,୦୫/୦୮/୨୦୧୯ ( ଓଡ଼ିଶା ସମାଚାର)- ଜମିବାଡ଼ି ବିବାଦକୁ ନେଇ ପୂର୍ବ ଶତୃତାରୁ ଜଣେ ମହିଳାଙ୍କୁ ତଂଟି କାଟି ହତ୍ୟା କରାଯାଇଛି । ମୃତ ମହିଳାଙ୍କ ସ୍ୱାମୀ ଓ ପୁଅ ମଧ୍ୟ ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ସୁବର୍ଣ୍ଣପୁର ଜିଲା ବିନିକା ଥାନା ଘୋଡ଼ାଧାର ଗାଁ ରେ ଏହି ଘଟଣା ଘଟିଛି । ଗତକାଲି ରାତି ପ୍ରାୟ ସାଢ଼େ ୯ ଟାରେ ଘୋଡ଼ାଧାର ଗାଁ ର କଂଟିଆ ଲୁହା, ତାଙ୍କ ସ୍ତ୍ରୀ ପାଂଜିଶ୍ୱରୀ ଓ ପୁଅ ବାଲେଶ୍ୱର ଘରକୁ ଫେରୁଥିବାବେଳେ ଅନ୍ଧାରର ସୁଯୋଗ ନେଇ ଗାଁ କ୍ସ୍ୁଲ ନିକଟରେ ପାଂଜିଶ୍ୱରୀଙ୍କୁ ଦୁର୍ବୃତମାନେ ଗଳାକାଟି ହତ୍ୟା କରିଥିବାବେଳେ ସ୍ୱାମୀ କଂଟିଆ ଓ ପୁଅ ବାଲେଶ୍ୱରଙ୍କୁ ଆକ୍ରମଣ କରି ଗୁରୁତର ଆହତ କରିଥିଲେ । ଗ୍ରାମବାସୀମାନେ ଗୁରୁତର ଆହତ ବାପ ଓ ପୁଅଙ୍କୁ ବିନିକା ହସପିଟାଲ ରେ ଭର୍ତି କରିଥିଲେ । କଂଟିଆ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ସୋନପୁର ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଜମିବାଡ଼ି ବିବାଦକୁ ନେଇ ପୂର୍ବ ଶତୃତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ସାଧାରଣରେ ଆଲୋଚିତ ହେଉଛି । ତାଙ୍କ ପରିବାରର ଅନ୍ୟ କେହି ନଥିବାରୁ ବର୍ତମାନସୁଦ୍ଧା ଏ ସମ୍ପର୍କରେ ଥାନାରେ କୌଣସି ଅଭିଯୋଗ ହୋଇନଥିବାବେଳେ ପୋଲିସ ନିଜଆଡ଼ୁ ମଧ୍ୟ କୌଣସି ମାମଲା ରୁଜୁକରିନଥିବା ଜଚ୍ଚାଯାଇଛି । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ୪୩୩୯ କରୋନା ସଂକ୍ରମିତ ଚିହ୍ନଟ – ୪୪ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୧୪/୦୬/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ୪୩୩୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା …

Leave a Reply

Your email address will not be published. Required fields are marked *