Sunday , June 13 2021
Breaking News
Home / ବିଶେଷ / ଜମାତେ ଅହେଲେ ହଦିସ, ମସଜିଦ ମହମଦି ଓ ସଲଫିୟା ଟ୍ରଷ୍ଟ ଗଣ୍ଡଗୋଳ ଘଟଣାର ସମାଧାନ ହୋଇନି

ଜମାତେ ଅହେଲେ ହଦିସ, ମସଜିଦ ମହମଦି ଓ ସଲଫିୟା ଟ୍ରଷ୍ଟ ଗଣ୍ଡଗୋଳ ଘଟଣାର ସମାଧାନ ହୋଇନି

କେନ୍ଦ୍ରାପଡା, ୨୯/୦୧/୨୦୨୧(ଓଡ଼ିଶା ସମାଚାର)- ଜମାତେ ଅହେଲେ ହଦିସ, ମସଜିଦ ମହମଦି ଓ ସଲଫିୟା ଟ୍ରଷ୍ଟ ଗଣ୍ଡଗୋଳକୁ ୪୮ ଘଂଟା ବିତିଯିବା ପରେବି ତାହାର କୈାଣସି ସମାଧାନ ହୋଇନଥିବା ଦେଖାଯାଇଛି । ଏପର୍ଯ୍ୟନ୍ତ ପୋଲିସ ହେପାଜତରେ ମସଜିଦ ରହିଥିବା ବେଳେ ଉତେଜନା କାଏମ ରହିଥିବା ଜଣାପଡିଛି । ସଂପୃକ୍ତ ମସଜିଦରେ ମାତ୍ର ୪/୫ଜଣ ନମାଜ ପାଠ କରୁଥିବା ବେଳେ ଅନ୍ୟମାନଙ୍କୁ ସେହି ମସଜିଦରେ ନମାଜ ପାଠ କରିବାକୁ ଅନୁମତି ମିଳୁନି । ସଂପୃକ୍ତ ଗଣ୍ଡଗୋଳ ସ୍ଥାନରୁ ପୋଲିସ ୨୧ଟି ବାଇକ ଓ ୩ଟି ସାଇକେଲ ଜବତ କରି ନିଜ ହେପାଜତରେ ରଖିଛି । ଏହି ଗଣ୍ଡଗୋଳର ସମାଧାନ ପାଇଁ ସେକ ଅମିରୁଦ୍ଧିନ ଓରଫ କାଲୋ, ସେକ ଜାଗିରିଆ ଓରଫ ଜାକା ଟାଉନ ଥାନାକୁ ଯାଇ ବସିବା ପରେ ସେମାନଙ୍କୁ କେନ୍ଦ୍ରାପଡା ଏସଡିପିଓଙ୍କ ନିକଟକୁ ପଠାଇ ଦିଆଯାଇଥିଲା । କିନ୍ତୁ ସଂପୃକ୍ତ ଅଧିକାରୀ କାର୍ଯ୍ୟାଳୟରେ ନଥିବା ହେତୁ ସେମାନେ ଫେରିଆସିଥିବା ସୂଚନା ମିଳିଛି । ଓଡ଼ିଶା ସମାଚାର

About admin

Check Also

ଦଳିତବ୍ୟକ୍ତିଙ୍କ ବାସଗୃହ ସମ୍ମୁଖ ରାସ୍ତାକୁ ଅବରୋଧ ଅଭିଯୋଗ

କେନ୍ଦ୍ରାପଡ଼ା, ୧୨/୦୬/୨୦୨୧(ଓଡ଼ିଶା ସମାଚାର)-ଜନୈକ ଦଳିତ ସଂପ୍ରଦାୟର ବ୍ୟକ୍ତିଙ୍କ ବାସଗୃହ ସମ୍ମୁଖ ରାସ୍ତାକୁ କେତେକ ସବର୍ଣ୍ଣ ସଂପ୍ରଦାୟର ଲୋକ ଅବରୋଧ କରିବା …

Leave a Reply

Your email address will not be published. Required fields are marked *