Thursday , June 24 2021
Breaking News
Home / ବିଶେଷ / ଜନ ସମସ୍ୟା ନିବାରଣ ସଂସ୍ଥାନ ପକ୍ଷରୁ ଅସହାୟ ବ୍ୟକ୍ତିଙ୍କୁ ଶୀତ ବସ୍ତ୍ର ବଂଟନ

ଜନ ସମସ୍ୟା ନିବାରଣ ସଂସ୍ଥାନ ପକ୍ଷରୁ ଅସହାୟ ବ୍ୟକ୍ତିଙ୍କୁ ଶୀତ ବସ୍ତ୍ର ବଂଟନ

ଅସହାୟଙ୍କୁ ଖାଦ୍ୟ ଓ ଗୃହ ଯୋଗାଣ ସଂଗଠନର ମୁଖ୍ୟ ଲକ୍ଷ୍ୟ

ପାରାଦ୍ୱୀପ,୦୮/୦୧/୨୦୨୧ (ଓଡ଼ିଶା ସମାଚାର)-ରାଷ୍ଟ୍ରିୟ ଏନଜିଓ ସଂଗଠନ ଜନ ସମସ୍ୟା ନିବାରଣ ସଂସ୍ଥାନ ପାରାଦ୍ୱୀପ ଶାଖା ପକ୍ଷରୁ ତୀବ୍ର ଶୀତ ଓ ଥଣ୍ଡାରୁ ରକ୍ଷା ପାଇଁ ପାରାଦ୍ୱୀପରେ ଅସହାୟ ବ୍ୟକ୍ତି ମାନଙ୍କୁ ଶୀତ ବସ୍ତ୍ର ଓ କମ୍ବଳ ବଂଟନ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ସଂସ୍ଥାନର ଜଗତସିଂହପୁର ଜିଲ୍ଲା ସଭାପତି ରମାକାନ୍ତ ଜେନା, ସାଧାରଣ ସମ୍ପାଦକ ହିମାଂଶୁ ଭୂଷଣ ପରିଡା, ସଂପାଦକ ପ୍ରଦୀପ ଚୂଳି ଏବଂ ପାରାଦ୍ୱୀପ ଶାଖା ସଭାପତି ରିଚାର୍ଡ ରମନ ବିଶ୍ୱାଳ, ସଂପାଦକ ଚିନ୍ମୟ କୁମାର ସାମଲ ପରିଚାଳନା କରିଥିଲେ । ଏହି ଅବସରରେ ପାରାଦ୍ୱୀପ ଶାଖାର ସମସ୍ତ ସଦସ୍ୟ ମାନେ ପାରାଦ୍ୱୀପରେ ଥିବା ବିଭିନ୍ନ ଅସହାୟ ବ୍ୟକ୍ତି ମାନଙ୍କୁ ଶୀତ ବସ୍ତ୍ର ବନ କରିଥିଲେ । ଆଗାମୀ ଦିନରେ ଅନା୍ନହାର ଓ ଗୃହ ଶୂନ୍ୟ ଲୋକମାନଙ୍କୁ ବାସଗୃହ ଓ ଖାଦ୍ୟ ସୁବିଧା ଯୋଗାଇଦେବା ସଂଗଠନର ମୁଖ୍ୟ ଲକ୍ଷ୍ୟ ରହିବ ବୋଲି ଜିଲ୍ଲା ସଭାପତି ଶ୍ରୀ ଜେନା ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ଅଭାବ ଅସୁବିଧା ଓ ଅବହେଳିତ ର ନିଛକ ପ୍ରତିଛବି : ମୌଳିକ ସୁବିଧାରୁ ବଞ୍ଚିତ ବଡ଼ିପଦର ଏବଂ ଗାହାଡାଡି ଗ୍ରାମବାସୀ 

   ବାଲିଗୁଡ଼ା, ୨୩/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ମହକୁମା …

Leave a Reply

Your email address will not be published. Required fields are marked *