Thursday , August 5 2021
Breaking News
Home / ବିଶେଷ / ଜନ୍ମ ମାଟିରେ ବିଶିଷ୍ଟ ସଂଗୀତକାର ଅମରେନ୍ଦ୍ର ମହାନ୍ତିଙ୍କ ବିୟୋଗରେ ଶୋକ

ଜନ୍ମ ମାଟିରେ ବିଶିଷ୍ଟ ସଂଗୀତକାର ଅମରେନ୍ଦ୍ର ମହାନ୍ତିଙ୍କ ବିୟୋଗରେ ଶୋକ

ଗରଦପୁର, ୧୭/୦୫/୨୦୨୧(ଓଡ଼ିଶା ସମାଚାର)-ବିଶିଷ୍ଟ ସଂଗୀତ ବିଷାରଦ ସୁନାମଧନ୍ୟ କଳାକାର ଅମରେନ୍ଦ୍ର ମହାନ୍ତିଙ୍କର ବିୟୋଗ ଘଟିଛି । ସେଥିପାଇଁ ତାଙ୍କ ଜନ୍ମ ମାଟି ପାଟକୁରା ଗରଦପୁର ଅଂଚଳର ନାଗଣପୁର ଗ୍ରାମ ଶୋକରେ ବୁଡ଼ିଛି । ସ୍ୱର୍ଗତ ଅମରେନ୍ଦ୍ର ମହାନ୍ତି ନିଜ କଳାଯାଦୁରେ ଓଡ଼ିଶା ର କଳା କ୍ଷେତ୍ରରେ ବେଶ୍ ସୁନାମ ଅର୍ଜନ କରିଥିଲେ । ଦୀର୍ଘ ବର୍ଷ ଧରି ସେ କଟକ – ଭୁବନେଶ୍ୱରରେ ରହୁଥିଲେ । ତାଙ୍କ ପିତା ସ୍ୱର୍ଗତ ନଗେନ୍ ମହାନ୍ତି ମଧ୍ୟ ଜଣେ ଦକ୍ଷ କଳାକାର ଥିଲେ । ବାପାଙ୍କର କଳାର ସ୍ପର୍ଶ ଅମରେନ୍ଦ୍ରଙ୍କୁ ଛୁଇଁଥିଲା । ତାଙ୍କ ପରଲୋକ ଖବର ପାଇ ନାଗଣପୁର ଗ୍ରାମର ଗ୍ରାମବାସୀଙ୍କ ସମେତ ମହାନ୍ତି ସାହି ପରିବାର ରେ ଗଭୀର ଶୋକ ପ୍ରକାଶ ପାଇଛି । ତାଙ୍କ ଦାଦା ଜିତେନ୍ଦ୍ର ମହାନ୍ତି , ଖୁଡ଼ି ବିଜୟଲକ୍ଷ୍ମୀ ମହାନ୍ତି , ସାମ୍ବାଦିକ ଜ୍ଞାନ ରଂଜନ ମହାନ୍ତି ଙ୍କ ସମେତ ସରପଂଚ ଅରୁଣ କୁମାର ନାୟକ,ସରପଂଚ ଦିଲିପ କୁମାର ନାୟକ ଜିଲାପରିଷଦ ସଦସ୍ୟ ସନ୍ତୋଷ ଜେନା ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି । ସେହିପରି ସ୍ୱର୍ଗତ ମହାନ୍ତିଙ୍କ ବିୟୋଗରେ ଗରଦପୁର ସମ୍ବାଦ ସାହିତ୍ୟ ଘର ସଭାପତି ପ୍ରକୃତି ବନ୍ଧୁ ଦ୍ୱାରିକାନାଥ ସେନାପତି, ପାଟକୁରା ସାରସ୍ୱତ ପରିଷଦ ଅଧ୍ୟକ୍ଷ ପ୍ରାଧ୍ୟାପକ ନୀରୋଦ ଦାସ, ଲୋକନାଥ ମହାବିଦ୍ୟାଳୟ ଅଧ୍ୟାପିକା ଡ଼ ବିଚିତ୍ରା ମଂଜରୀ ତ୍ରିପାଠୀ , ସ୍ତମ୍ଭକାର ହିରଣ୍ୟ ମହାନ୍ତି, ଗରଦପୁର ମଧୁବାବୁ ପାଠାଗାର ସଭାପତି ନବଘନ ନାୟକ ଓ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ପଣ୍ଡା ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି । ପ୍ରକାଶ ଥାଉକି ସ୍ୱର୍ଗତ ଅମରେନ୍ଦ୍ର ମହାନ୍ତି ବିଭିନ୍ନ ପର୍ବ ପର୍ବାଣିରେ ଗ୍ରାମକୁ ଆସି ନିଜସ୍ୱ ରାଧାମାଧବ ମନ୍ଦିରରେ ପୂଜାର୍ଚ୍ଚନା କରନ୍ତି । ବିଶେଷକରି ଶ୍ରୀ ଜୀଉଙ୍କ ରାହାସ ଉତ୍ସବରେ ଉପସ୍ଥିତ ରହନ୍ତି । ଓଡ଼ିଶା ସମାଚାର

About admin

Check Also

କାଠଯୋଡ଼ି ନଦୀ ପୋଲର ମରାମତି ପାଇଁ ଏହି ପୋଲ ଉପରେ ତିନି ମାସ ପର୍ଯ୍ୟନ୍ତ ସମସ୍ତ ପ୍ରକାର ଯାନ ବାହାନ ଚଳାଚଳ ବନ୍ଦ ରହିବ

ଭୁବନେଶ୍ୱର,୦୪/୦୮/୨୦୨୧(ଓଡ଼ିଶା ସମାଚାର)- କାଠଯୋଡ଼ି ନଦୀ ପୋଲର ମରାମତି ପାଇଁ ଏହି ପୋଲ ଉପରେ ଆଜି ଠାରୁ ଆସନ୍ତା ତିନି ମାସ …

Leave a Reply

Your email address will not be published. Required fields are marked *