Sunday , June 13 2021
Breaking News
Home / ବିଶେଷ / ଜନ୍ମାଷ୍ଟମୀ ଓ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଙ୍କ ୧୧ ତମ ଶ୍ରାଦ୍ଧ ବାର୍ଷିକୀ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଜନ୍ମାଷ୍ଟମୀ ଓ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଙ୍କ ୧୧ ତମ ଶ୍ରାଦ୍ଧ ବାର୍ଷିକୀ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

କନ୍ଧମାଳ,୨୩/୦୮/୨୦୧୯(ଓଡ଼ିଶା ସମାଚାର)-ଆଜି ଜନ୍ମାଷ୍ଟମୀ । ତୁମୁଡ଼ିବନ୍ଧ ବ୍ଲକ୍ ଜଲେଶପଟାସ୍ଥିତ ଶଙ୍କରାଚାର୍ଯ୍ୟ ସଂସ୍କୃତ କନ୍ୟାଶ୍ରମ ଓ ଜଲେପଟା ଆଶ୍ରମରେ ଜନ୍ମାଷ୍ଟମୀ ପାଳିତ ହେଉଛି ।  ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଙ୍କ ୧୧ ତମ ଶ୍ରାଦ୍ଧ ବାର୍ଷିକୀ ମଧ୍ୟ ପାଳନ କରାଯାଉଛି ।  ଏହି ଉପଲକ୍ଷେ କଳସ ଯାତ୍ରା, ଯଜ୍ଞ, ହୋମ ଆଦିର କାର୍ଯ୍ୟକ୍ରମ ରହିଛି ।  ଜନ୍ମାଷ୍ଟମୀ, ବିଶ୍ୱହିନ୍ଦୁ ପରିଷଦର ପ୍ରତିଷ୍ଠା ଦିବସ ଓ ଧର୍ମରକ୍ଷା ଦିବସ ଆଦି କାର୍ଯ୍ୟକ୍ରମ ମଧ୍ୟ କରାଯିବ । ଏହି ଉପଲକ୍ଷେ ଲକ୍ଷାଧିକ ଲୋକଙ୍କ ସମଗମ ହେବାର ଥିବାରୁ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।  ୧୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ଏସପି ପ୍ରତୀକ ସିଂ ପ୍ରକାଶ କରିଛନ୍ତି । ସହରର ସମସ୍ତ ପଥରେ ବ୍ୟାପକ ଗାଡ଼ି ମୋଟର ଯାଂଚ କରାଯାଇଛି । ଶାନ୍ତି ଶୃଙ୍ଖଳାର ସହିତ ଉତ୍ସବ ପାଳନ ନିମନ୍ତେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ତୁମୁଡ଼ିବନ୍ଧ ଥାନା ଅଂଚଳରେ ୩ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିବା ଥାନା ଅଧିକାରୀ ବାବା ଶଙ୍କର ସରାଫ କହିଛନ୍ତି । ରାମପୁର ଛକ, ଥାନା ଛକ ରେ ବ୍ୟାପକ ଗାଡ଼ି ମୋଟର ଯାଂଚ କରାଯାଉଛି । ଏଠାରେ ସୂଚନାଯୋଗ୍ୟ ଯେ ଗତ ୧୧ ବର୍ଷ ତଳେ ୨୦୦୮ ମସିହା ଅଗଷ୍ଟ ମାସ ୨୩ ତାରିଖ ଜନ୍ମାଷ୍ଟମୀ ରାତିରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଓ ଆଶ୍ରମର ଅନ୍ତେବାସୀଙ୍କୁ ହତ୍ୟା କରାଯାଇଥିଲା ଓ ଏହାପରେ ସାରା କନ୍ଧମାଳ ଜିଲାରେ ଦଙ୍ଗା ଦେଖାଦେଇଥିଲା । ଓଡ଼ିଶା ସମାଚାର

 

About admin

Check Also

ମହାପ୍ରଭୁ ତୁଳସୀକ୍ଷେତ୍ରାଧିପତି ଶ୍ରୀ ବଳଦବଜୀଉଙ୍କ ରଥଯାତ୍ରା ବନ୍ଦ କରିବା : ଜନଭାବନା ବିରୋଧି ଓ ଆଧାରହୀନ ନିଷ୍ପତି

କେନ୍ଦ୍ରାପଡ଼ା, ୧୨/୦୬/୨୦୨୧(ଓଡ଼ିଶା ସମାଚାର)-ରାଜ୍ୟ ସରକାର ମହପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଶ୍ରୀକ୍ଷେତ୍ର ପୁରୀରେ ହେବ ବୋଲି ଘୋଷଣା …

Leave a Reply

Your email address will not be published. Required fields are marked *