Tuesday , June 15 2021
Breaking News
Home / ବିଶେଷ / ଜନ୍ମମାଟିରେ ପ୍ରଥମ କାରଗିଲ ସହିଦ ଗୋପୀନାଥଙ୍କୁ ଶ୍ରଦ୍ଧାଞ୍ଜଳି

ଜନ୍ମମାଟିରେ ପ୍ରଥମ କାରଗିଲ ସହିଦ ଗୋପୀନାଥଙ୍କୁ ଶ୍ରଦ୍ଧାଞ୍ଜଳି

ନିଶ୍ଚନ୍ତକୋଇଲି ୨୬/୦୭/୨୦୧୯ (ଓଡ଼ିଶା ସମାଚାର / ଅଭୟ ଜେନା) : ଶୁକ୍ରବାର କାରଗିଲ ଯୁଦ୍ଧର ବିଜୟ ଦିବସ ଅବସରରେ ଏହି ବ୍ଲକ୍ ଅନ୍ତର୍ଗତ ଜନାର୍ଦ୍ଦନପୁର ଗ୍ରାମର ଓଡ଼ିଶାର ପ୍ରଥମ କାରଗିଲ ସହିଦ ଗୋପୀନାଥ ମହାରଣାଙ୍କ ପ୍ରତିମୂର୍ତିରେ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ଗ୍ରାମବାସୀ ତଥା ବିଶିଷ୍ଟ ବ୍ୟକ୍ତିମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସହିଦଙ୍କ ମାତା ଝମୁରୀ ମହାରଣା ଓ ପରିବାରବର୍ଗ ଦୀର୍ଘ ୨୦ବର୍ଷ ତଳର ସ୍ମୃତକୁ ସ୍ମରଣ କରି ପୁଅ ଦେଶ ପାଇଁ ପ୍ରାଣବଳି ଦେଇଥିବାରୁ ଗର୍ବ ଅନୁଭବ କରୁଛନ୍ତି ବୋଲି ପ୍ରକାଶ କରିଥିଲେ । ତେବେ ସ୍ଥାନୀୟ ପ୍ରଶାସନ ସହିଦ ଗୋପିନାଥଙ୍କ ସ୍ମୃତିରେ କୈାଣସି କାର୍ଯ୍ୟକ୍ରମ କିମ୍ବା ସ୍ମୃତିସଭାଟିଏ ନକରିବା କ୍ଷୋଭ ପ୍ରକାଶ କରିଥିଲେ । ବରିଷ୍ଠ ସାମ୍ବାଦିକ ତଥା ସ୍ଥାନୀୟ ବାସିନ୍ଦା ଅଭୟ ଜେନା , ସାମ୍ବାଦିକ ଅକ୍ଷୟ କୁମାର ଦାଶ, ପ୍ରହଲ୍ଲାଦ ମହାରଣା, ରତିକାନ୍ତ ମହାରଣା, ପ୍ରକାଶ ଚନ୍ଦ୍ର ମହାରଣା , ରମେଶ ଚନ୍ଦ୍ର ବେହେରାଙ୍କ ସମତେ ଯୁବଛାତ୍ରଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ବ୍ୟକ୍ତି ବିଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

କରୋନା ସମୟରେ ସ୍ୱାସ୍ଥ୍ୟ ସଚେତନତା ନେଇ ନେଇ ଉତ୍କଳ ବିକାଶ ପରିଷଦରର ଭରଚୁଆଲ ବୈଠକ

କଟକ, ୧୪/୦୬/୨୦୨୧ (ଓଡିଶା ସମାଚାର): କଟକ ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ‘ଉତ୍କଳ ବିକାଶ ପରିଷଦ'(ଉବିପ)  ଆନୁକୂଲ୍ୟରେ କରୋନା ସମୟରେ …

Leave a Reply

Your email address will not be published. Required fields are marked *