Sunday , June 13 2021
Breaking News
Home / କୃଷି / ଜନାର୍ଦ୍ଧନପୁରରେ କୃଷକ ତାଲିମ କାର୍ଯ୍ୟକ୍ରମ

ଜନାର୍ଦ୍ଧନପୁରରେ କୃଷକ ତାଲିମ କାର୍ଯ୍ୟକ୍ରମ

ନିଶ୍ଚିନ୍ତକୋଇଲି ,୨୦/୦୭/୨୦୧୯ (ଓଡ଼ିଶା ସମାଚାର /ଅଭୟ ଜେନା): ପ୍ରଧାନମନ୍ତ୍ରୀ କୈାଶଳ ବିକାଶ ଯୋଜନା ଅଧିନସ୍ଥ କୃଷକ ତାଲିମ୍ କାର୍ଯ୍ୟକ୍ରମ ଏହି ବ୍ଲକ୍ର ଜନାର୍ଦ୍ଧନପୁର ଗ୍ରାମରେ ଆରମ୍ଭ ହୋଇଛି । ସ୍ନେହାଟ୍ରଷ୍ଟ ଆନୁକୂଲ୍ୟରେ ପରିଚାଳିତ ଏହି ତାଲିମ୍ କାର୍ଯ୍ୟକ୍ରମରେ ଡ଼ାଲି ଜାତୀୟ ଫସଲ ପଦ୍ଧତି ଓ ବିକାଶ ସମ୍ପର୍କରେ ପ୍ରଶିକ୍ଷକଙ୍କ ଦ୍ୱାରା ୧୦୦ଜଣ ଚାଷୀଙ୍କୁ ତାଲିମ୍ ପ୍ରଦାନ କରାଯାଇଛି । ଏହା ୧୦ ଦିନ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ୨୦୨୨ ମସିହା ସୁଦ୍ଧା କୃଷକ ମାନଙ୍କର ଆୟ ୨ଗୁଣା ବୃଦ୍ଧି ଉଦ୍ଧେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ଆହ୍ୱାନର ସଫଳ ରୂପାୟନ ପାଇଁ ଗ୍ରାମାଂଚଳ ଚାଷୀମାନେ ବଦ୍ଧପରିକର ହେବାକୁ ଲକ୍ଷ୍ୟରଖି ଚାଷକାର୍ଯ୍ୟରେ ମନୋନିବେଶ କରିବାକୁ ପ୍ରଶିକ୍ଷଣ ଦିଆଯାଇଥିଲା । ପ୍ରଶିକ୍ଷକ ଡି ଶୁଭମ୍ ଓ ଶାରଦା ପାହାଡ଼ସିଂହ ତାଲିମ୍ ପ୍ରଦାନ କରୁଛନ୍ତି । ଅଭିମନ୍ୟୁ ସାହୁ ତାଲିମ୍ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି । ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡା ଜିଲ୍ଲା କୃଷକ ମହାସଂଘ ପକ୍ଷରୁ ଚାଷୀଙ୍କୁ ତୁରନ୍ତ ବିହନ ଯୋଗାଣ ପାଇଁ  ଜିଲ୍ଲା କୃଷି ଅଧିକାରୀଙ୍କୁ ଦାବିପତ୍ର

କେନ୍ଦ୍ରାପଡ଼ା, ୨୧/୦୫/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲା କୃଷକ ମହାସଂଘ ପକ୍ଷରୁ ଚାଷୀଙ୍କୁ ତୁରନ୍ତ ବିହନ ଯୋଗାଇଦେବାକୁ ଜିଲ୍ଲା କୃଷି ଅଧିକାରୀଙ୍କୁ …

Leave a Reply

Your email address will not be published. Required fields are marked *