Monday , June 14 2021
Breaking News
Home / ବିଶେଷ / ଜନକଲ୍ୟାଣ ଅନୁଷ୍ଠାନ ତରଫରୁ ଫଗୁ ଉତ୍ସବ ଓ ପଂଚୁଦୋଳ ପାଳିତ

ଜନକଲ୍ୟାଣ ଅନୁଷ୍ଠାନ ତରଫରୁ ଫଗୁ ଉତ୍ସବ ଓ ପଂଚୁଦୋଳ ପାଳିତ

ଭୁବନ,୦୨/୦୪/୨୦୨୧(ଓଡ଼ିଶା ସମାଚାର)- ଭୁବନର ବରିଷ୍ଠ ନାଗରିକ ମାନଙ୍କୁ ନେଇ ଗଠିତ ଜନକଲ୍ୟାଣ  ଅନୁଷ୍ଠାନ ତରଫରୁ ପୂର୍ବ ବର୍ଷ ଭଳି ଚଳିତ ବର୍ଷ ଦୋଳପୂର୍ଣ୍ଣିମା , ପଂଚୁ ଦୋଳ ଓ ଫଗୁ ଅବିର ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ବିଭିନ୍ନ ସାହି ରୁ ରାଧାକୃଷ୍ଣ ଯୁଗଳ ମୂର୍ତିକୁ ବିଭାନରେ ରଖି ଚାଚେରୀ କୁ ଫୁଲରେ ସଜାଇ କୀର୍ତନମଣ୍ଡଳୀ,ଲଉଡି ବାଡି ଖେଳ ଓ ବାଜା ବଜାଇ ନଗର ପରିକ୍ରମା କରି ବିଘ୍ନ ମହାନ୍ତି ଛକରେ ପହଁଚିବା ପରେ ଜନକଲ୍ୟାଣ ଅନୁଷ୍ଠାନ ତରଫରୁ ସମସ୍ତ ବିଭାନକୁ ସ୍ୱାଗତ କରାଯାଇ ବିଧି ମୁତାବକ ପୂଜାର୍ଚ୍ଚନା କରାଯାଇ ପ୍ରସାଦ ଲାଗି କରାଯାଇଥିଲା । ପରେ ଠାକୁରଙ୍କ ନିକଟରେ ରଙ୍ଗବେରଙ୍ଗ ର ଅବିର ଲାଗି କରାଯାଇ ଉପସ୍ଥିତ ଶ୍ରଦ୍ଧାଳୁ ଙ୍କ ମୁହଁରେ ଅବିର ବୋଳି ଅଭିନନ୍ଦନ ଜଣାଯାଇଥିଲା । ଆଜି ପଂଚୁଦୋଳ ଅବସରରେ ବିଘ୍ନମହାନ୍ତି ଛକସ୍ଥିତ ଭଗବତ ଗାଦୀ ଘରେ ରାଧାକୃଷ୍ଣ ମୂର୍ତୀକୁ ଚନ୍ଦନ,ଅଗରୁ,କ୍ଷୀର,ଘିଅ ରେ ସ୍ନାନ କରାଯାଇ ନୂତନ ବସ୍ତ୍ର ପରିଧାନ କରାଇ ସିଂହାସନରେ ବିରାଜମାନ କରାଯାଇଥିଲା । ବିଭିନ୍ନ ଭୋଗ ଲାଗି କରାଯିବା ସହ ପ୍ରଭୁଙ୍କ ମଥାରେ ଅବିର ଲଗାଇ ନିରାଡମ୍ବର ଭାବେ ପଂଚୁଦୋଳ ପାଳନ କରାଯାଇଥିଲା ।  ଅନୁଷ୍ଠାନର ସମ୍ପାଦକ ଭଗବାନ ଗୁରୁ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଓ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନାରାୟଣ ଗୁରୁ,ଗୌତମ ପଣ୍ଡା,ବୁଲା ସାହୁ,ନବୀନ ପଣ୍ଡା, ମାଧବ ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ ।  ଓଡ଼ିଶା ସମାଚାର

About admin

Check Also

ମାଓ ସଂଗଠନକୁ ସାହାଯ୍ୟ କରୁଥିବା ଅଭିଯୋଗ ରେ ଜଣେ ଗିରଫ

  କନ୍ଧମାଳ, ୧୩/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଅଞ୍ଚଳରେ ସକ୍ରିୟ ମାଓ ସଂଗଠନକୁ ସହଯୋଗ …

Leave a Reply

Your email address will not be published. Required fields are marked *