Thursday , August 5 2021
Breaking News
Home / ରାଜନୀତି / ଜଗନ୍ନାଥ ବାରିକ ; ବିଜେପି ଜିଲା ଯୁବ ମୋର୍ଚ୍ଚା ଉପସଭାପତି ମନୋନୀତ 

ଜଗନ୍ନାଥ ବାରିକ ; ବିଜେପି ଜିଲା ଯୁବ ମୋର୍ଚ୍ଚା ଉପସଭାପତି ମନୋନୀତ 

ତାରପୁର, ୦୧/୦୭/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଚିକିଣିଆ ପଂଚାୟତ ଏରଣ୍ଡପାଳ ଗ୍ରାମର ବିଜେପି ଯୁବ ନେତା ଜଗନ୍ନାଥ ବାରିକଙ୍କୁ ଜିଲା ଯୁବ ମୋର୍ଚ୍ଚା ଉପସଭାପତି ଭାବେ ମନୋନୀତ ହୋଇଥିବାରୁ ରଘୁନାଥପୁର ବ୍ଲକ୍ ରେ ଆନନ୍ଦର ଲହରୀ ଖେଳିଯାଇଛି । ସେ ଜଣେ ସୁ ସଂଗଠକ ହୋଇଥିବାବେଳେ ରଘୁନାଥପୁର ବ୍ଲକ୍ ରେ ବିଜେପି ସଂଗଠନକୁ ସୁଦୃଢ଼ କରିବାରେ ତାଙ୍କ ଅବଦାନ ଅତୁଳନୀୟ । ସେ ଏହି ପଦବିରେ ମନୋନୀତ ହୋଇଥିବାରୁ ରଘୁନାଥପୁର ବ୍ଲକ୍ ବିଜେପି ପକ୍ଷରୁ ଯୁବ ନେତା ବଟକୃଷ୍ଣ ନାୟକ, ପ୍ରମୋଦ କୁମାର ରାଉତ, ଅତୁଲ୍ୟ କୁମାର ସ୍ୱାଇଁ, ଅଜୟ କୁମାର ମହାନ୍ତି ,ସୁଜିତ ପରିଡ଼ା, ଆଲୋକ ଦାସ, ଲିଟୁ ମହାପାତ୍ର, ଦେବେନ୍ଦ୍ର ବରାଳ ଙ୍କ ସମେତ ତାରପୁର ବାଇପାସ ବଜାର କମିଟି ପକ୍ଷରୁ କେନ୍ଦ୍ର ପେଟ୍ରୋଲିଅମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଇରାସିସ ଆଚାର୍ଯ୍ୟ,ଜଗତସିଂହପୁର ଜିଲା ବିଜେପି ସଭାପତି ସତ୍ୟବ୍ରତ ମହାପାତ୍ର, ଜଗତସିଂହପୁର ଜିଲା ଯୁବ ମୋର୍ଚ୍ଚା ସଭାପତି ମାନସ ମହାପାତ୍ର ଏବଂ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସମ୍ପାଦକ ଡ଼ ପ୍ରକାଶ ଚନ୍ଦ୍ର ଦଳାଇ ଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି ।  ଓଡ଼ିଶା ସମାଚାର

About admin

Check Also

କଂଗ୍ରେସ ସୋସିଆଲ ମିଡିଆର ନୂତନ କମିଟି ଘୋଷିତ

ଭୁବନେଶ୍ୱର,୦୧/୦୮/୨୦୨୧(ଓଡ଼ିଶା ସମାଚାର)- ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଓଡ଼ିଶା ପ୍ରଦେଶ କଂଗ୍ରେସ ସୋସିଆଲ ମିଡ଼ିଆ ଅଧ୍ୟକ୍ଷ …

Leave a Reply

Your email address will not be published. Required fields are marked *