Thursday , June 24 2021
Breaking News
Home / କ୍ରୀଡ଼ା / ଜଗତସିଂହପୁର ଠାରେ ଜାତୀୟ କ୍ରୀଡା ଦିବସ ପାଳିତ

ଜଗତସିଂହପୁର ଠାରେ ଜାତୀୟ କ୍ରୀଡା ଦିବସ ପାଳିତ

ଜଗତସିଂହପୁର,୩୦/୦୮/୨୦୧୯(ଓଡ଼ିଶା ସମାଚାର)-:ଜଗତସିଂହପୁର ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଜାତୀୟ କ୍ରୀଡାଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ଠାରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଯୁବ କ୍ରୀଡାବିତ୍ ମାନଙ୍କୁ ସ୍ପୋର୍ଟସ୍ ସାମଗ୍ରୀ ପ୍ରଦାନ କରିଥିଲେ ।  ସମସ୍ତ କ୍ରୀଡାବିତ୍ ମାନଙ୍କ ସହ ଜିଲ୍ଲାପାଳ ନିଜେ ମଧ୍ୟ ଷ୍ଟାଡିୟମରେ ଦୌଡିଥିଲେ । ପରେପରେ ଜିଲ୍ଲାପାଳ ଯୁବ କ୍ରୀଡାବିତ୍ ମାନଙ୍କ ସହିତ ଟେବୁଲ ଟେନିସ୍ ମଧ୍ୟ ଖେଳିଥିଲେ । ସକାଳ ୯ଟାରେ ଗାନ୍ଧୀଛକ ଠାରୁ ଏକ ଗଣ ଦୌଡ ଶ୍ରୀକୃଷ୍ଣ ଏକାଡେମୀ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ଏହି ଗଣଦୌଡକୁ ଉଦଘାଟନ କରିଥିଲେ । ଏହି ଗଣ ଦୌଡରେ କ୍ରୀଡାବିତ୍ ,ଛାତ୍ରଛାତ୍ରୀ ଓ ସାଧାରଣ ଲୋକ ଅଂଶଗ୍ରହଣ କରିଥିଲେ । ଶ୍ରୀ କୃଷ୍ଣ ଏକାଡେମୀ ପରିସରରେ ଆୟୋଜିତ ଉସôବରେ ଜିଲ୍ଲାପାଳ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉଚ୍ଚସ୍ତରୀୟ କ୍ରୀଡାବିତ୍ ହୋଇ ଜିଲ୍ଲାକୁ ଗୌରାବନ୍ୱିତ କରିବା ପାଇଁ ପରାମର୍ଶ ଦେଇଥିଲେ । ଆମଦେଶର କିମ୍ବଦନ୍ତି ପୁରୁଷ ବିଶିଷ୍ଟ ହକି କ୍ରୀଡାବିତ୍ ଧ୍ୟାନଚାନ୍ଦଙ୍କ ଜନ୍ମ ଦିନକୁ ଜାତୀୟ କ୍ରୀଡା ଦିବସ ଭାବେ ପାଳନ କରାଯାଉଛି ।  ପିଲାମାନେ ଭଲପାଠ ପଢିବା ସହିତ ଉତମ କ୍ରୀଡା ନୈପୁଣ ଅଭ୍ୟାସ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । କ୍ରୀଡା ଦ୍ୱାରା ଶରୀର ସୁସ୍ଥ ରହିବା ସହିତ ପିଲାମାନେ ଶୃଙ୍ଖଳିତ ହୁଅନ୍ତି ।  ପ୍ରତ୍ୟେକ ସ୍କୁଲକୁ କ୍ରୀଡା ଉପକରଣ କିଣିବା ନିମନ୍ତେ ଜିଲ୍ଲାପାଳ ୧୫ହଜାର ଟଙ୍କା ପ୍ରଦାନ କରାଯାଇଥିବା ପ୍ରକାଶ କରିଥିଲେ । ଏହା ବ୍ୟତିତ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମକୁ ସୌନ୍ଦର୍ଯ୍ୟ କରଣ କରାଯାଉଛି । ସକାଳେ ଦୌଡିବା ପାଇଁ ଷ୍ଟାଡିୟମରେ ସମସ୍ତ ସୁବିଧା ଉବଲବ୍ଧ ଅଛି । ଏହି ଉସôବରେ ଜିଲ୍ଲା କ୍ରୀଡା ଅଧିକାରିଣୀ ବିଶ୍ୱବିଜୟନୀ ପଟ୍ଟନାୟକ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ କାମିନୀ ରଂଜନ ପଟ୍ଟନାୟକ, ଜିଲ୍ଲା ଅଥେଲଟିକ ଆସୋସିଏସନ ସଂପାଦକ ଦୋଳଗୋବିନ୍ଦ ଦାଶ, ଜିଲ୍ଲା ଶିଶୁ ସ୍ୱାସ୍ଥ୍ୟ ଓ ପ୍ରଜନନ ବିଭାଗ ଉପପରିଚାଳକ ସୁକାନ୍ତ କୁମାର ପ୍ରଧାନ, କ୍ରୀଡାବିଭାଗ କର୍ମଚାରୀ ,କ୍ରୀଡା ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଦିବସ ଅବସରରେ ଜଗନ୍ନାଥ ଉଚ୍ଚବିଦ୍ୟାପୀଠ ମଧୁସୁଦନପୁର ଓ ବୀଣାପାଣି ହାଇସ୍କୁଲ ଓଡିଶଗଡ ମଧ୍ୟରେ ଷ୍ଟାଡିୟମରେ ଏକ ଭଲିବଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ମଧ୍ୟାହ୍ନରେ ଶ୍ରୀକୃଷ୍ଣଏକାଡେମୀ ଠାରେ ଭାରତୀୟ କ୍ରୀଡାକୁ ସ୍ୱର୍ଗତ ଧ୍ୟାନଚାନ୍ଦଙ୍କ ଅବଦାନ ସଂପର୍କୀୟ ସମ୍ମିଳନୀ ଆୟୋଜିତ ହୋଇଥିଲା । ଓଡ଼ିଶା ସମାଚାର

About admin

Check Also

ପାରାଦ୍ୱୀପ ବନ୍ଦର ରେ ‘ପୃଷ୍ଟିକର , ବ୍ୟାୟାମ ଓ ଯୋଗ’  ଉପରେ ଅନଲାଇନ୍ କାର୍ଯ୍ୟକ୍ରମ

ପାରାଦ୍ୱୀପ ୨୦/୦୬/୨୦୨୧(ଓଡ଼ିଶା ସମାଚାର)- ‘ଆଜାଦି କା ଅମୃତ ମହୋତ୍ସବ’ କାର୍ଯ୍ୟକ୍ରମ ଅନ୍ତର୍ଗତ ‘ପୃଷ୍ଟିକର ଖାଦ୍ୟ, ବ୍ୟାୟାମ ଏବଂ ଯୋଗ ଉପରେ …

Leave a Reply

Your email address will not be published. Required fields are marked *