Wednesday , June 16 2021
Breaking News
Home / ବିଶେଷ / ଜଗତସିଂହପୁର ଠାରେ ଆନ୍ତର୍ଜାତୀୟ ନିଶାଦ୍ରବ୍ୟ ଅପବ୍ୟବହାର ଓ ଅବୈଧ ଚାଲାଣ ବିରୋଧ ସଚେତନତା ଦିବସ

ଜଗତସିଂହପୁର ଠାରେ ଆନ୍ତର୍ଜାତୀୟ ନିଶାଦ୍ରବ୍ୟ ଅପବ୍ୟବହାର ଓ ଅବୈଧ ଚାଲାଣ ବିରୋଧ ସଚେତନତା ଦିବସ

ଜଗତସିଂହପୁର, ୨୬/୦୬/୨୦୧୯ (ଓଡ଼ିଶା ସମାଚାର/ଲିଲନପ୍ରଭା ପାଢ଼ୀ)- ଜିଲ୍ଲା ସଂସ୍କୃତି ଭବନ ପରିସରରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ନିଶାଦ୍ରବ୍ୟ ଅପବ୍ୟବହାର ଓ ଅବୈଧ ଚାଲାଣ ନିରୋଧ ଦିବସ ଜିଲ୍ଲା ପ୍ରଶାସନ,ପୋଲିସ,ଅବକାରୀ ଓ ସାମାଜିକ ସୁରକ୍ଷା ବିଭାଗ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଦିବସରେ ଅଧ୍ୟକ୍ଷତା କରି ଜିଲ୍ଲ୍ାପାଳ ସଂଗ୍ରାମ କେଶରୀ ମହାପାତ୍ର କହିଲେ ନିଶା ହେଉଛି ଏପରି ଏକ ବ୍ୟାଧି ମଣିଷଙ୍କୁ ସମସ୍ତଙ୍କ ଠାରୁ ଦୂରେଇ ଦିଏ । ନିଶା ପ୍ରତି ଦୁର୍ବାର ଆକର୍ଷଣ ଯେପରି କୀଟ ଆଲୋକ ଆଡକୁ ଆକର୍ଷିତ ହୁଏ । ନିଶା ସେବନ ବନ୍ଦ ହେଲେ ୪୦ ଶତକଡା ଆଇନ ଶୃଙ୍ଖଳା ସୁଧୁରି ଯିବ ଏବଂ ୩୦ ଶତକଡା ଛାତ୍ରଛାତ୍ରୀଉପକୃତ ହେବେ । ନିଶା ସେବନ ରୋକିବାରେ ଅବିଭାବକ ମାନଙ୍କର ଗୁରୁଦାୟିତ୍ୱ ରହିଛି । ଅବିଭାବକ କେବେ ହାରେ ନାହିଁ । ଅବିଭାବକ ହାରିଗଲେ ସମାଜ ଦେଶ ପାଖରୁ ହାରିଯିବ । ମୁଁ ଏ ମାଟିର ସନ୍ତାନ,କୁକର୍ମ ଦୁର୍ନିତୀକୁô ବରଦାସ୍ତ କରେ ନାହିଁ । ଜିଲ୍ଲ୍ାରେ ଗତ ଦୁଇଦିନ ଧରି ତିର୍ତୋଲ ଓ ବାଲିକୁଦା ଅଂଚଳରେ ଅବକାରୀ ଚଢାଉ ଜାରି ରହିଛି । ଓଡିଶା ଭାଷା ଓ ଜାତିକୁ ବଂଚାଇ ଥିଲେ । ସାରଳା ଦାସ,ଓଡିଆ ଅସ୍ଥିତା ବଂଚିଛି । ଜିଲ୍ଲ୍ାର ଅଧିଷ୍ଠାତ୍ରୀ ଦେବୀ ମା’ଶାରଳାଙ୍କ ପାଇଁ  । ଏହି ଦିବସରେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଚିଦାନନ୍ଦ ସାହୁ କହିଲେ ନିଶା ସେବନ ଦ୍ୱାରା ଅନେକ ପରିବାର ଉଛନ୍ନ ହୋଇଛନ୍ତି । ନିଶାଦ୍ରବ୍ୟ ଉତ୍ପାଦନ ବନ୍ଦ କରାଗଲେ,ଏହାକୁ ରୋକାଯାଇ ପାରିବ । ଉପ-ଜିଲ୍ଲାପାଳ  ମହେନ୍ଦ୍ର ପ୍ରସାଦ ମହାନ୍ତି ଯୋଗଦେଇ କହିଲେ ନିଶା ସେବନ ଦ୍ୱାରା କଲେଜ ପଢୁଆ ଛାତ୍ରଛାତ୍ରୀ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି । ଜିଲ୍ଲା ଅବକାରୀ ଅଧିକ୍ଷକ  ରତିକାନ୍ତ ପଣ୍ଡା ଯୋଗଦେଇ କହିଲେ ମଣିଷ ବଂଚିବା ପାଇଁ ସୁସ୍ଥ ବାତାବରଣ,ଖାଦ୍ୟ ପେୟ,ସୁସ୍ଥ ମାନସିକତାର ଆବଶ୍ୟକତା ରହିଛି । ନିଶାଦ୍ରବ୍ୟ ଅପ ବ୍ୟବହାର ପରିବାର ଓ ସମାଜକୁ ନଷ୍ଟ କରି ଦେଉଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ ଅଜୟ କୁମାର ବୈଠାରୁ  ଯୋଗଦେଇ କହିଲେ ନିଶା ଦେଶରବାଧକ ସାଜିଛି । ଧୁଆଁପତ୍ର ବିଡି, ସିଗାରେଟ୍, ଗୁଟ୍ଖା, ପାନ ସେବନ ଦ୍ୱାରା ମୁଖ ଗହ୍ୱର କର୍କଟ  ବେଶୀ ଆକ୍ରାନ୍ତ କରେ । ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରକାଶ ଚନ୍ଦ୍ର ପାଲ କହିଲେ ନିଶା ସେବନକୁ ରୋକିବା ପାଇଁ ଜନସଚେତନତା ହିଁ ଏକମାତ୍ର ମାଧ୍ୟମ । ଏହି ବୈଠକରେ ଯୋଗଦେଇ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ୱାହବ ଖାଁ ସଭା ପରିଚାଳନା କରିବା ସହିତ ନିଶା ଦ୍ରବ୍ୟ ଅପବ୍ୟବହାର ଓ ଅବୈଧ ଚାଲଣ ରୋକିବା ନିଆଯାଇଥିବା ପଦକ୍ଷେପ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଏହି ଦିବସ ପାଳନ ଉପଲକ୍ଷେ ଏକ ସଚେତନତା ଶୋଭାଯାତ୍ରାକୁ କଲେଜ ଛକ ଠାରେ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ପତାକା ହଲାଇ ଶୁଭ ଉଦ୍ଘାଟନ କରିଥିଲେ । ଏହି ଶୋଭାଯାତ୍ରାରେ ଉପ-ଜିଲ୍ଲାପାଳ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ, ଅଙ୍ଗନୱାଡ଼ି କର୍ମୀ, ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ । ଏହି ଉପଲକ୍ଷେ ଆୟୋଜିତ ହୋଇଥିବା ବକ୍ତୃତା ପ୍ରତିଯୋଗିତାର  କୃତୀ ପ୍ରତିଯୋଗୀଙ୍କୁ ଜିଲ୍ଲାପାଳ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ । ପାଲାଗାୟକ  ଅଭିମନ୍ୟୁ ନାୟକ ଓ ସାଥି ପାଲା ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଙ୍ଗନୱାଡ଼ି କର୍ମୀ, ଛାତ୍ରଛାତ୍ରୀ  ଓ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ଶେଷରେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ  ପବିତ୍ର କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଅସହାୟଙ୍କୁ ବୈଜୟନ୍ତ  ପଣ୍ଡାଙ୍କ ସହାୟତା

କେନ୍ଦ୍ରାପଡ଼ା, ୧୫/୦୬/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପୁରଷୋତମପୁର ଓ ବାରୋ ପଂଚାୟତର କର୍କଟ ରୋଗରେ ଆକ୍ରାନ୍ତ ମୃତକଙ୍କ ଅସହାୟ ପରିବାରକୁ …

Leave a Reply

Your email address will not be published. Required fields are marked *