Monday , June 14 2021
Breaking News
Home / ବିଶେଷ / ଜଗତସିଂହପୁର ଜିଲ୍ଲା କୋଟ ର୍ ସମୂହ ନୂତନ ଗୃହର ଶୁଭ ଉଦଘାଟନ 

ଜଗତସିଂହପୁର ଜିଲ୍ଲା କୋଟ ର୍ ସମୂହ ନୂତନ ଗୃହର ଶୁଭ ଉଦଘାଟନ 

ଜଗତସିଂହପୁର, ୦୨/୧୧/୨୦୧୯(ଓଡ଼ିଶା ସମାଚାର)- ଶନିବାର ପୂର୍ବାହ୍ନରେ ଜଗତସିଂହପୁର ଜିଲ୍ଲା କୋର୍ଟ ସମୂହ ନୂତନ ଗୃହକୁ ଓଡିଶା ଉଚ୍ଚତମ ନ୍ୟାୟାଳୟର ମୁଖ୍ୟ ବିଚାରପତି ଶ୍ରୀ କଳ୍ପେଶ ସତୈ୍ୟନ୍ଦ୍ର ଜାଭେରୀ ଉଦଘାଟନ କରିଛନ୍ତି । ମୁଖ୍ୟ ବିଚାରପତିଙ୍କ ସହ ଓଡିଶା ଉଚ୍ଚତମ ନ୍ୟାୟାଳୟର ନ୍ୟାୟାଧିଶ ଶ୍ରୀ ଚିତରଂଜନ ଦାସ,ଡଃ ନ୍ୟାୟାଧିଶ ଅକ୍ଷୟ କୁମାର ରଥ,ନ୍ୟାୟଧୀଶ ଶ୍ରୀ ପ୍ରମଥ ପଟ୍ଟନାୟକ ଉପସ୍ଥିତ ଥିଲେ । ପୂର୍ବରୁ ମୁଖ୍ୟ ବିଚାରପତି ଶ୍ରୀ କଳ୍ପେଶ ସତୈ୍ୟନ୍ଦ୍ର ଜାଭେରୀ ତିର୍ତୋଲ ଠାରେ ସିଭିଲ କୋର୍ଟ(ଜୁନିୟର ଡିଭିଜନ) ତଥା ଜେ.ଏମ୍.ଏଫ୍.ସି କୋର୍ଟ  ଉଦଘାଟନ କରିଥିଲେ । ହାଇକୋର୍ଟର ମୁଖ୍ୟ ବିଚାରପତି ଓ ଅନ୍ୟ ବିଚାରପତିଙ୍କ ସହ ଜିଲ୍ଲାଜଜ୍ ଶ୍ରୀ ଆନନ୍ଦ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାଜଜ୍ ଡଃ.ମୁନରାଣୀ ମିଶ୍ର,ସି.ଏମ.ଡି,ରାଜ୍ୟ ପୋଲିସ ହାଉସିଂ ଏବଂ ମଙ୍ଗଳ କର୍ପୋରେସନ ଶ୍ରୀ ଲଳିତ ଦାସ,ଜଜ୍ ଫ୍ୟାମିଲିକୋର୍ଟ ଜୀବନ ଜ୍ୟୋତି ରଥ,ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର,ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରକାଶ ଆର୍,ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ଶ୍ରୀ ସୁଦାମ ଚରଣ ଦାସ,ରେଜିଷ୍ଟ୍ରାର ମହାଶ୍ୱେତା ପରିଜା,ମହିଳାକୋର୍ଟ ଜଜ୍ ଅନ୍ନପୂର୍ଣ୍ଣା ନାୟକ,ସିଭିଲ ଜଜ୍ ସିନିୟର ଡିଭିଜନ୍ ଶଶୀରେଖା ମିଶ୍ର,ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସେକ୍ରେଟାରୀ ଶ୍ରୀ କମଳାକାନ୍ତ ରାଉତ,ସିଭିଲ୍ ଜଜ୍ ଜୁନିୟର ଡିଭିଜନ୍ ନିଶା ସାମଲ,ଏସ୍.ଡି.ଜେ.ଏମ୍.ଋତୁପର୍ଣ୍ଣା ମିଶ୍ର,ଜେ.ଏମ୍.ଏଫ୍.ସି ଶ୍ରୀ ନିରଂଜନ ଦାଶ,ଜେ.ଏମ୍.ଏଫ୍.ସ ମହମ୍ମଦ ସାହା ଫୈଜଲ ଓ ଶ୍ରୀମତୀ ସୁମିତ୍ରା ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା ବାର ଆସୋସିଏସନ୍ ସଭାପତି ଶ୍ରୀ ସୁବ୍ରତ କୁମାର ଶତପଥି,ଉପ-ସଭାପତି ଶ୍ରୀ ପ୍ରସନ୍ନ କୁମାର ମହାନ୍ତି, ସେକ୍ରେଟାରୀ ଶ୍ରୀ ଚନ୍ଦ୍ର ଶେଖର ନାୟକ, ଯୁଗ୍ମ ସଚିବ ଶ୍ରୀ ଦୁର୍ଯେ୍ୟାଧନ ରାଉତ, କୋଷାଧ୍ୟକ୍ଷ ଶ୍ରୀ ନରେଶ ଦାସ,ବରିଷ୍ଠ ଆଇନଜିବୀ ଶ୍ରୀ ରାଜକିଶୋର ଖଟୁଆ,ଶ୍ରୀ ଗୋରାଚାନ୍ଦ କାନୁନଗୋ,ଶ୍ରୀ ରବିନ୍ଦ୍ରନାଥ ମହାନ୍ତି, ଶ୍ରୀ ଦୋଳ ଗୋବିନ୍ଦ ଦାଶ ପ୍ରମୁଖ ଉପସ୍ଥିତ ଥିଲେ । ପରେ ମୁଖ୍ୟ ବିଚାରପତି ଓ ଅନ୍ୟାନ୍ୟ ବିଚାରପତିମାନେ ପୁରୁଣା କୋର୍ଟ ବାର୍ ଆସୋସିଏସନ୍ ଗୃହରେ ଆଇନଜୀବୀମାନଙ୍କ ସହିତ ସୈାଜନ୍ୟମୂଳକ ସାକ୍ଷାତ ଆଲୋଚନା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ମାଓ ସଂଗଠନକୁ ସାହାଯ୍ୟ କରୁଥିବା ଅଭିଯୋଗ ରେ ଜଣେ ଗିରଫ

  କନ୍ଧମାଳ, ୧୩/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଅଞ୍ଚଳରେ ସକ୍ରିୟ ମାଓ ସଂଗଠନକୁ ସହଯୋଗ …

Leave a Reply

Your email address will not be published. Required fields are marked *