Tuesday , June 15 2021
Breaking News
Home / ବିଶେଷ / ଜଗତସିଂହପୁର ଜିଲ୍ଲାର ଅବସରପ୍ରାପ୍ତ ଓଡିଆ ପ୍ରଶାସନିକ ଅଧିକାରୀଙ୍କ ସୌଜନ୍ୟ ମୁଳକ ସାକ୍ଷାତ

ଜଗତସିଂହପୁର ଜିଲ୍ଲାର ଅବସରପ୍ରାପ୍ତ ଓଡିଆ ପ୍ରଶାସନିକ ଅଧିକାରୀଙ୍କ ସୌଜନ୍ୟ ମୁଳକ ସାକ୍ଷାତ

ଜଗତସିଂହପୁର, ୧୧/୦୭/୨୦୧୯ (ଓଡ଼ିଶା ସମାଚାର /ଲିଲନପ୍ରଭା ପାଢ଼ୀ)- ଜଗତସିଂହପୁର ଜିଲ୍ଲାପାଳଙ୍କ  କାର୍ଯ୍ୟାଳୟର ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ମାନେ ଯଥା ସୁରେଶ ଚନ୍ଦ୍ର ମହାନ୍ତି, ବିବୁଧ କୁମାର ମହାନ୍ତି, ସତ୍ୟନାରାୟଣ ଦାସ ପ୍ରମୁଖ ନୂତନ ଜିଲ୍ଲାପାଳ ସଂଗ୍ରାମକେଶରୀ ମହାପାତ୍ରଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରି ଜିଲ୍ଲାର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟସଂପର୍କରେ ଆଲୋଚନା କରିଥିଲେ । ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ସର୍ବସାଧାରଣଙ୍କ ଅଭିଯୋଗ କୁ ତ୍ୱରାନ୍ୱିତ କରିବା ନିମନ୍ତେ ଅଭିମତ ଫର୍ମ ଦ୍ୱାରା ବିଭିନ୍ନ ତହସିଲ ,ବ୍ଲକ ଓ ଅନ୍ୟାନ୍ୟ ଅଫିସରେ ଅଭିମତ ବାକ୍ସରେ ଅଭିଯୋଗ ଓ ମତାମତ ଗ୍ରହଣ କରାଯାଉଥିବାରୁ ଜିଲ୍ଲାପାଳଙ୍କ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଥିଲେ । ଓଡ଼ିଶା ସମାଚାର

About admin

Check Also

କରୋନା ସମୟରେ ସ୍ୱାସ୍ଥ୍ୟ ସଚେତନତା ନେଇ ନେଇ ଉତ୍କଳ ବିକାଶ ପରିଷଦରର ଭରଚୁଆଲ ବୈଠକ

କଟକ, ୧୪/୦୬/୨୦୨୧ (ଓଡିଶା ସମାଚାର): କଟକ ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ‘ଉତ୍କଳ ବିକାଶ ପରିଷଦ'(ଉବିପ)  ଆନୁକୂଲ୍ୟରେ କରୋନା ସମୟରେ …

Leave a Reply

Your email address will not be published. Required fields are marked *