Friday , June 18 2021
Breaking News
Home / ବିଶେଷ / ଜଗତସିଂହପୁରରେ ରେଳବାଇର ଉନ୍ନତିକରଣ ପାଇଁ ସାଂସଦଙ୍କ ଦାବି

ଜଗତସିଂହପୁରରେ ରେଳବାଇର ଉନ୍ନତିକରଣ ପାଇଁ ସାଂସଦଙ୍କ ଦାବି

ଭୁବନେଶ୍ୱର,୦୯/୧୦/୨୦୧୯ (ଓଡ଼ିଶା ସମାଚାର)- ଜଗତସିଂହପୁର ସଂସଦୀୟ କ୍ଷେତ୍ରରେ ରେଳସେବା ଉନ୍ନତିକରଣ ପାଇଁ ସାଂସଦ ଡ. ରାଜଶ୍ରୀ ମଲ୍ଲିକ ରେଳ କର୍ତୃପକ୍ଷଙ୍କ ନିକଟରେ ବିଭିନ୍ନ ଦାବି ଉପସ୍ଥାପନ କରିଛନ୍ତି । ଭୁବନେଶ୍ୱରଠାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ସାଂସଦ ପୂର୍ବତଟ ରେଳପଥର ଜେନେରାଲ ମ୍ୟାନେଜରଙ୍କ ନିକଟରେ ଦାବି ଉପସ୍ଥାପନା କରିଥିଲେ । ପ୍ରସ୍ତାବିତ ଧାମରା- ପାରାଦ୍ୱପ ରେଳପଥ ଓ ପୁରୀ କୋଣାର୍କ ରେଳ ପଥକୁ ଅସ୍ତରଙ୍ଗ ଦେଇ ସଂଯୋଗୀକରଣ କରିବା ପାଇଁ ସାଂସଦ ପ୍ରସ୍ତାବ ଦେବା ସହ ପ୍ରାସ୍ତାବିତ ଅସ୍ତରଙ୍ଗ ବନ୍ଦର ନିର୍ମାଣ ଓ ଅସ୍ତରଙ୍ଗ ଠାରେ ୨୬୪୦ ମେଗା ଷ୍ଟାଟ୍ ଥର୍ମାଲ ପାୱର ପ୍ଲାଂଟ ପ୍ରତିଷ୍ଠା ଏବଂ ଅସ୍ତରଙ୍ଗ ଠାରେ ଏକ ବନ୍ଦର ଭିତିକ ଇସ୍ପାତ କାରଖାନା ନିର୍ମାଣକୁ ଦୃଷ୍ଟିରେ ରଖି ଏହି ରେଳ ସଂଯୋଗୀକରଣର ନିତ୍ୟାନ୍ତ ଆବଶ୍ୟକତା ରହିଥିବା ସାଂସଦ ଉପସ୍ଥାପନା କରିଛନ୍ତି । ଏଥି ସହିତ କଟକ ପାରାଦ୍ୱପ ରେଳପଥରେ ଥିବା ଷ୍ଟପେଜ ନିମକଣା, ସାରଳା ରୋଡ, ଗୋରେଖନାଥ, ବଡଖଣ୍ଡାଇତା, ବୁଢାବନ୍ଧ, ପଙ୍କପାଳ, ବଗଦିଆ, ବନବିହାରୀ ପି.ଏଚମାନଙ୍କରେ ଯାତ୍ରୀଙ୍କ ସୁବିଧା ପାଇଁ ରେଷ୍ଟସେଡ, ଉଚ୍ଚ ପ୍ଲାଟଫର୍ମ ନିର୍ମାଣ, ଆଧୁନିକ ଶୌଚାଳୟ, ଥଣ୍ଡା ପାନୀୟ ଜଳ ବ୍ୟବସ୍ଥା ଓ ଟିକଟ ଘର ଆଦି କରାଯିବା ପାଇଁ ବୈଠକରେ ସାଂସଦ ଗୁରୁତ୍ୱାରୋପ କରିଥିଲେ । ରେଳପଥରେ ଥିବା ଲେବଲ କ୍ରସ୍ିଙ୍ଗ ଯଥା କନ୍ଦରପୁର, ଛପଡା, ନିମକଣା ଓ କୁଜଙ୍ଗଠାରେ ରେଳବାଇ ପକ୍ଷରୁ ଓଭର ବ୍ରିଜ ନିର୍ମାଣ ପାଇଁ ସାଂସଦ ଶ୍ରୀମତୀ ମଲ୍ଲିକ ଦାବି ଉପସ୍ଥାପନ କରିଥିବା ଜଣାପଡିଛି । ଓଡ଼ିଶା ସମାଚାର

About admin

Check Also

ଓଡ଼ିଶା ମୋ ପରିବାର ଆନୁକୁଲ୍ୟରେ ସ୍ୱେଛାକୃତ ରକ୍ତଦାନ ଶିବିର 

ରଘୁନାଥପୁର,୧୮/୦୬/୨୦୨୧(ଓଡ଼ିଶା ସମାଚାର)-ରଘୁନାଥପୁର ବ୍ଲକ୍ ପୁରଣ ଓଡ଼ପଡ଼ାସ୍ଥିତ ପ୍ରମିଳା ମଣ୍ଡପରେ ଡଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ଏକ ସ୍ୱେଛାକୃତ ରକ୍ତଦାନ ଶିବିର …

Leave a Reply

Your email address will not be published. Required fields are marked *