Friday , June 18 2021
Breaking News
Home / ବିଶେଷ / ଜଗତସିଂହପୁରରେ ଯୁଗ୍ମ ଜନଅଭିଯୋଗ ଶୁଣାଣି

ଜଗତସିଂହପୁରରେ ଯୁଗ୍ମ ଜନଅଭିଯୋଗ ଶୁଣାଣି

ଜଗତସିଂହପୁର, ୨୦/୦୮/୨୦୧୯(ଓଡ଼ିଶା ସମାଚାର)- ଜିଲାପାଳଙ୍କ କାର୍ଯ୍ୟାଳୟରେ ଜିଲା ପ୍ରଶାସନ ପକ୍ଷରୁ ସୋମବାର ଯୁଗ୍ମ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଯୋଗଦେଇ ଜନସାଧାରଣଙ୍କର ବିଭିନ୍ନ ଆପତି ଓ ଅଭିଯୋଗର ଶୁଣାଣି କରିଥିଲେ । ଶିବିରରେ ମୋଟ ୨୦୨ଟି ଅଭିଯୋଗ ପଂଜିକୃତ ହୋଇଥିଲା । ସେଥି ମଧ୍ୟରୁ ବ୍ୟକ୍ତିଗତ ସମସ୍ୟା ସଂପର୍କିତ ୧୮୨ଟି ଯଥା-ଇନ୍ଦିରା ଆବାସ/ବିଜୁ ପକ୍କାଘର-୬୧ଟି, ଭତା ସଂପର୍କୀୟ-୧୦ଟି, ରାସନ କାର୍ଡ ସମସ୍ୟା ସଂପର୍କିତ-୧୩ଟି, ଆଇନ ସହାୟତା ସଂପର୍କିତ-୧୨ଟି, ଜମିଜମା ସଂପର୍କିତ- ୧୧ଟି, କଳାକାର ଭତା ସଂପର୍କିତ-୦୪ଟି, ଅଙ୍ଗନବାଡି ସମସ୍ୟା ସଂପର୍କିତ-୦୬ଟି ଓ ଅନ୍ୟାନ୍ୟ-୬୫ଟି, ଗାଁ ସମସ୍ୟା ସଂପର୍କିତ-୦୯ଟି, ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ସହାୟତା ପାଇଁ-୦୨ଟି, ରେଡକ୍ରସ୍ ପାଣ୍ଠିରୁ ସହାୟତା ପାଇଁ-୦୯ଟି ଦରଖାସ୍ତ ଗ୍ରହଣ କରାଯାଇଥିଲା । ୬ ଅଭିଯୋଗର ଶୁଣାଣି କରାଯାଇ ସଙ୍ଗେ ସଙ୍ଗେ ସମାଧାନ କରାଯାଇଥିଲା । ଏହି ଶିବିରରେ ଜଗତସିଂହପୁରର ଅତିରିକ୍ତ ଜିଲାପାଳ ଶଚ୍ଚିଦାନନ୍ଦ ସାହୁ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ପ୍ରକାଶ ପାଲ, ପ୍ରକଳ୍ପ ନିର୍ଦ୍ଦେଶକ ସରୋଜକାନ୍ତ ମହାନ୍ତି, ଉପ-ଜିଲ୍ଲାପାଳ ମହେନ୍ଦ୍ର ପ୍ରସାଦ ମହାନ୍ତି, ବି.ଡି.ଓ,ତହସିଲଦାର,ଜିଲାସ୍ତରୀୟ ଅଧିକାରୀ ଓ କ୍ଷେତ୍ରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଭାରପ୍ରାପ୍ତ ଅଭିଯୋଗ ଅଧିକାରୀ ରଞ୍ଜନ କୁମାର ଦାସ ଶିବିର ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଓଡ଼ିଶା ମୋ ପରିବାର ଆନୁକୁଲ୍ୟରେ ସ୍ୱେଛାକୃତ ରକ୍ତଦାନ ଶିବିର 

ରଘୁନାଥପୁର,୧୮/୦୬/୨୦୨୧(ଓଡ଼ିଶା ସମାଚାର)-ରଘୁନାଥପୁର ବ୍ଲକ୍ ପୁରଣ ଓଡ଼ପଡ଼ାସ୍ଥିତ ପ୍ରମିଳା ମଣ୍ଡପରେ ଡଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ଏକ ସ୍ୱେଛାକୃତ ରକ୍ତଦାନ ଶିବିର …

Leave a Reply

Your email address will not be published. Required fields are marked *