Sunday , June 13 2021
Breaking News
Home / ବିଶେଷ / ଜଗତସିଂହପୁରରେ ପୌରପରିଷଦ ଅଂଚଳରେ ସ୍ୱଚ୍ଛତା ଅଭିଯାନ ଫେଲ୍,ରାସ୍ତାରେ କୁଢକୁଢ ଆବର୍ଜନା

ଜଗତସିଂହପୁରରେ ପୌରପରିଷଦ ଅଂଚଳରେ ସ୍ୱଚ୍ଛତା ଅଭିଯାନ ଫେଲ୍,ରାସ୍ତାରେ କୁଢକୁଢ ଆବର୍ଜନା

ଜଗତସିଂହପୁର,୧୩/୦୭/୨୦୧୯ (ଓଡ଼ିଶା ସମାଚାର / ଲିଲନପ୍ରଭା ପାଢ଼ୀ)- ଜଗତସିଂହପୁର ପୌରାଂଚଳର ହାଟବଜାର ସ୍ଥିତ ବ୍ଲକ କାର୍ଯ୍ୟାଳୟ ପରିସରକୁ ଲାଗିଥିବା ବଙ୍ଗାଳିସାହିର ରାସ୍ତାରେ କୁଢକୁଢ ଅଳିଆ ଆବର୍ଜନା ଗଦାହୋଇ ପଡୁଥିବା ଦେଖିବାକୁ ମିଳୁଛି । ଏହି ଆର୍ବଜନା ଯୋଗୁ ରାସ୍ତାରେ ଯିବା ମଧ୍ୟ ମୁସ୍କିଲ ହୋଇ ପଡୁଥିବା ସ୍ଥାନୀୟ ଅଂଚଳରେ ଅଭିଯୋଗ ହେଉଛି । ସେଠାରେ ଥିବା ଏକ କବାଡିବାଲା ଉକ୍ତ ରାସ୍ତାକୁ ଅବରୋଧ କରିବା ସହିତ ବିଭିନ୍ନ କବାଡି ସାମଗ୍ରୀ ରାସ୍ତାରେ ଜବରଦସ୍ତ ପକାଇ ରାସ୍ତାକୁ ଅବରୋଧ କରୁଥିବା ନେଇ ସ୍ଥାନୀୟ ଜନସାଧାରଣ ଜିଲ୍ଲାପାଳ ଓ ପୌରପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କଲେମଧ୍ୟ କୌଣସି ସୁଫଳ ମିଳୁନଥିବା ପ୍ରକାଶ କରିଛନ୍ତି । ଉକ୍ତ ରାସ୍ତା କଟରେ ଏକ ନଳକୂପ ମଧ୍ୟ ଅଛି ଯାହାର ପାଣି ସେଠାକାର ଲୋକ ମାନେ ବ୍ୟବହାର କରିଥାନି । ନଳକୂପ ଚତୁଃପାଶ୍ୱର୍ରେ କବାଡି ବାଲା ଅଳିଆ ଗୁଡିକ ଉଡି ସେଠାରେ ସଢି ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେଉଥିବା ମହିଳାମାନେ ପ୍ରକାଶ କରିଛନ୍ତି । ସେଠାକାର ସ୍ଥାନୀୟ ଅଧିବାସୀ କୁହନ୍ତି ଯେ ଏଠାରେ ଏପରି ଦୁର୍ଗନ୍ଧମୟ ପରିସ୍ଥିତି ସୃଷ୍ଟି ଯୋଗୁ ବିଭିନ୍ନ ସଂକ୍ରମଣ ରୋଗ ତଥା ଡାଇରିଆ.ଡେଙ୍ଗୁ,ମେଲେରିୟା ରୋଗ ହେଉଛି । ପୌରପ୍ରଶାସନ ପକ୍ଷରୁ ଦିନେ ମଧ୍ୟ ବ୍ଲିଚିଙ୍ଗ ପକାଇବା ଦୂରରକଥା ଓଳେଇବାକୁ ମଧ୍ୟ ଆସୁନାହାଁନ୍ତି ରାସ୍ତା ସଫା କରିବା ପାଇଁ କୌଣସି ପଦକ୍ଷେପ ନେଉନାହାଁନ୍ତି  । ତେଣୁ ଉକ୍ତ କବାଡିବାଲା ରାସ୍ତାରେ ଗଦାକରୁଥିବା ଅଳିଆ ଆବର୍ଜନାକୁ ତୁରନ୍ତ ସଫାକରାନଗଲେ ଆନେ୍ଦାଳନ ହେବ ବୋଲି ବଙ୍ଗାଳିସାହି ବାସିନ୍ଦା ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଦଳିତବ୍ୟକ୍ତିଙ୍କ ବାସଗୃହ ସମ୍ମୁଖ ରାସ୍ତାକୁ ଅବରୋଧ ଅଭିଯୋଗ

କେନ୍ଦ୍ରାପଡ଼ା, ୧୨/୦୬/୨୦୨୧(ଓଡ଼ିଶା ସମାଚାର)-ଜନୈକ ଦଳିତ ସଂପ୍ରଦାୟର ବ୍ୟକ୍ତିଙ୍କ ବାସଗୃହ ସମ୍ମୁଖ ରାସ୍ତାକୁ କେତେକ ସବର୍ଣ୍ଣ ସଂପ୍ରଦାୟର ଲୋକ ଅବରୋଧ କରିବା …

Leave a Reply

Your email address will not be published. Required fields are marked *