Sunday , June 13 2021
Breaking News
Home / ତାଜା ଖବର / ଛିନତାଇ ବେଳେ ଗାଡ଼ିରୁ ପଡ଼ି ମହିଳା ମୃତ

ଛିନତାଇ ବେଳେ ଗାଡ଼ିରୁ ପଡ଼ି ମହିଳା ମୃତ

ବାଲୁୂଗାଁ , ୨୫/୦୮/୨୦୧୯(ଓଡ଼ିଶା ସମାଚାର)- ବାଲୁଗାଁର ପ୍ରମୁଖ ରାସ୍ତା ଯାହାକି ବର୍ତମାନ ଦୁର୍ବୃତଙ୍କ ଆଡ୍ଡାସ୍ଥଳୀ ପାଲଟିଥିବା ବେଳେ ବିଭିନ୍ନ ସମୟରେ ନାନାଦି ପ୍ରକାର ଦୁର୍ଘଟଣାମାନ ଘଟୁଛି । ଶନିବାର ଅପରାହ୍ଣ ୪ଟା ବେଳେ ନାଭାଲ ଫାଣ୍ଡି ନିକଟସ୍ଥ ସୋଲ ପୋଖରୀ ଛକଠାରେ ଲୁଟେରାଙ୍କ ଶିକାର ହୋଇ ଦୁର୍ଘଟଣାରେ ଜଣେ ମହିଳା ମୃତୁ୍ରବରଣ କରିଛନ୍ତି । ପ୍ରାପ୍ତ ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲା ଚିକିଲି ଗ୍ରାମର ମଞ୍ଜୁବାଳା ମହାନ୍ତି (୩୫) ତାଙ୍କ ନିକଟସ୍ଥ ସମ୍ପର୍କୀୟ କୈଳାସ ମଲ୍ଲିକଙ୍କ ସହ ଏକ ନୀଳରଙ୍ଗର ହିରୋ ପ୍ୟାସନ ପ୍ରୋ ଗାଡ଼ି ନମ୍ବର (ଓଡି-୧୩- ୧୯୯୦) ଯୋଗେ ଖଲ୍ଲିକୋଟରୁ ବାଲୁଗାଁ ଅଭିମୁଖେ ଆସୁଥିବା ସମୟରେ ସୋଲପୋଖରୀ ଛକଠାରେ କିଛି ଦୁର୍ବୃତ ଏକ କଳାରଙ୍ଗର ପଲସର ଯୋଗେ ପିଛା କରି ମହିଳାଙ୍କ ଭ୍ୟାନିଟ କୁ ଛଡ଼ାଇ ନେଉଥିବା ବେଳେ ଭାରସାମ୍ୟ ହରାଇ ମହିଳା ଜଣକ ଚଳାନ୍ତା ଗାଡ଼ିରୁ ଖସି ପଡ଼ିଥିଲେ । ମହିଳାଙ୍କ ଅବସ୍ଥା ଗୁରୁତର ଥିବାରୁ ୧୦୮ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ମାତ୍ର ଡାକ୍ତର ଅଶ୍ୱିନୀ କୁମାର ସ୍ୱାଇଁ ମହିଳାଙ୍କୁ ପରୀକ୍ଷା ନିରୀକ୍ଷା କରିବା  ପରେ ମୃତ ଘୋଷଣା କରିଥିଲେ । ଉକ୍ତ ଘଟଣା ସମ୍ପର୍କରେ ନାଭାଲ ଫାଣ୍ଡି ଅଧିକାରୀଙ୍କୁ ଯୋଗଯୋଗ କରିବାରେ ସେ ଏ ସମ୍ବନ୍ଧରେ ସବିଶେଷ ବିବରଣୀ ଜାଣିନାହାନ୍ତି ଏବଂ ଏପର୍ଯ୍ୟନ୍ତ କୌଣସି ଲିଖିତ ଅଭିଯୋଗ ହୋଇନାହିଁ ବୋଲି ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ୬,୦୯୭ ଜଣ କରୋନା ସଂକ୍ରମିତ ଚିହ୍ନଟ – ୪୪ ଜଣ ଙ୍କ ମୃତ୍ୟୁ

ଭୁବନେଶ୍ୱର,୧୦/୦୬/୨୦୨୧(ଓଡ଼ିଶା ସମାଚାର/ ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ୬,୦୯୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । …

Leave a Reply

Your email address will not be published. Required fields are marked *