Thursday , June 24 2021
Breaking News
Home / କ୍ରୀଡ଼ା / ଛବିନ୍ଦ୍ର ସ୍ମାରକୀ ଚ୍ୟାଲେଂଜ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଂଟ ଉଦଘାଟିତ

ଛବିନ୍ଦ୍ର ସ୍ମାରକୀ ଚ୍ୟାଲେଂଜ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଂଟ ଉଦଘାଟିତ

ପାରାଦ୍ୱୀପ,୦୭/୦୩/୨୦୨୧(ଓଡ଼ିଶା ସମାଚାର)- ପାରାଦ୍ୱୀପ ୟୁଥ ସ୍ପୋର୍ଟିଂ କ୍ରିକେଟ କ୍ଲବ୍ ଓ ଡାଇମଣ୍ଡ କ୍ରିକେଟ କ୍ଲବ୍ ମିଳିତ ଆନୁକୁଲ୍ୟରେ ଦ୍ୱିତୀୟ ଛବିନ୍ଦ୍ର ସ୍ମାରକୀ ଚ୍ୟାଲେଂଜ ଟ୍ରଫି କ୍ରିକେଟ ଟୁର୍ଣ୍ଣାମଂଟ ପାରାଦ୍ୱୀପର ଏନଏସି ପଡିଆ ଠାରେ ରବିବାର ଦିନ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ପୂର୍ବତନ ପୌରାଧ୍ୟକ୍ଷ ବସନ୍ତ କୁମାର ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ସାତ ଦିନ ବ୍ୟାପି ଟୁର୍ଣ୍ଣାମେଂଟକୁ ଉଦଘାଟନ କରିଥିଲେ । ଏହି ଟୁର୍ଣ୍ଣାମେଂଟରେ ଓଡିଶାର ଖ୍ୟାତନାମା ଦଳ ଓ ଖେଳାଳୀମାନେ ଅଂଶ ଗ୍ରହଣ କରୁଛନ୍ତି । ତେବେ ଆଜିର ଉଦଘାଟନି ମ୍ୟାଚରେ ପାରାଦ୍ୱୀପର ଡାଇମଣ୍ଡ କ୍ରିକେଟ କ୍ଲବ୍ ଭୂବନେଶ୍ୱରର ସହୀଦ ସ୍ପୋର୍ଟିଂକୁ ଭେଟିଥିଲା । ଏଥିରେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୫ ଓଭରରେ ଡାଇମଣ୍ଡ କ୍ରିକେଟ କ୍ଲବ୍ ୭ ଉଇକେଟ ବିନିମୟରେ  ୨୫୯ ରନ ସଂଗ୍ରହ କରିଥିଲା । ଏହାର ଜବାବରେ ସହୀଦ ସ୍ପୋର୍ଟିଂ ସମସ୍ତ ଉଇକେଟ ହରାଇ ୧୧୩ ରନ କରି ପରାଜୟ ବରଣ କରିଥିଲା । ଓଡ଼ିଶା ସମାଚାର

About admin

Check Also

ପାରାଦ୍ୱୀପ ବନ୍ଦର ରେ ‘ପୃଷ୍ଟିକର , ବ୍ୟାୟାମ ଓ ଯୋଗ’  ଉପରେ ଅନଲାଇନ୍ କାର୍ଯ୍ୟକ୍ରମ

ପାରାଦ୍ୱୀପ ୨୦/୦୬/୨୦୨୧(ଓଡ଼ିଶା ସମାଚାର)- ‘ଆଜାଦି କା ଅମୃତ ମହୋତ୍ସବ’ କାର୍ଯ୍ୟକ୍ରମ ଅନ୍ତର୍ଗତ ‘ପୃଷ୍ଟିକର ଖାଦ୍ୟ, ବ୍ୟାୟାମ ଏବଂ ଯୋଗ ଉପରେ …

Leave a Reply

Your email address will not be published. Required fields are marked *