Monday , June 14 2021
Breaking News
Home / କୃଷି / ଛପଡ଼ାରେ ଧାନ ମଣ୍ଡି ଖୋଲିଲା

ଛପଡ଼ାରେ ଧାନ ମଣ୍ଡି ଖୋଲିଲା

ରଘୁନାଥପୁର ୧୨/୦୧/୨୦୨୧ (ଓଡ଼ିଶା ସମାଚାର)- ରଘୁନାଥପୁର ସେବା ସମବାୟ ସମିତି ଅଧିନରେ ଥିବା ଛପଡ଼ା ଠାରେ ଆଜି ଧାନମଣ୍ଡି ଖୋଲାଯାଇଛି ।  ସମ୍ପାଦକ ପ୍ରଦ୍ୟମ୍ନ କୁମାର ମହାନ୍ତି, ସହ ସମ୍ପାଦକ ସନ୍ତୋଷ କୁମାର ପାତ୍ରଙ୍କ ତତ୍ୱାବଧାନରେ ସଫଳ ଚାଷୀ ଅକ୍ଷୟ କୁମାର ମିଶ୍ର ଏହାକୁ ଆନୁଷ୍ଠାନିକଭାବେ ନଡ଼ିଆ ବାଡ଼େଇ ଉଦଘାଟନ କରିଥିଲେ ।  କ୍ରୟ କମିଟି ପକ୍ଷରୁ ପ୍ରମୋଦ କୁମାର ମହାନ୍ତି , ନିତ୍ୟାନନ୍ଦ ପାତ୍ର, ଅଭୟ ରାୟ, ଦୀପ୍ତିକାନ୍ତ ଜେନା,ପ୍ରଦୀପ୍ତ ବିଶ୍ୱାଳ,ସୁବାସ ଚନ୍ଦ୍ର ରାଠସିଂ ଉପସ୍ଥିତ ଥିଲେ । ଏହି ମଣ୍ଡି ଦ୍ୱାରା ଛପଡ଼ା, ଏରଡଙ୍ଗା,ବିଦ୍ୟାଧରପୁର ପଂଚାୟତର ଚାଷୀମାନେ ଉପକୃତ ହେବାକୁ ଥିବାବେଳେ ସପ୍ତାହର ପ୍ରତି ବୁଧବାର ଧାନ କ୍ରୟ କରାଯିବା ବ୍ୟବସ୍ଥା କରାଯାଇଛି । ଏଫଏକ୍ୟୁ ମାନ କୁଇଂଟାଲ ପିଛା ୧୮୬୮ ଟଙ୍କା ଧାର୍ଯ୍ୟ ଥିବାବେଳେ ଏହି ମଣ୍ଡିରୁ ସମୁଦାୟ ୫ ହଜାର କୁଇଂଟାଲ ଧାନ ସଂଗ୍ରହ କରାଯିବାକୁ ଲକ୍ଷ ଧାର୍ଯ୍ୟ କରାଯାଇଛି । ସ୍ଥାନୀୟ ସରପଂଚ ବିଜୟ କୁମାର ସ୍ୱାଇଁ, ସମିତି ସଭ୍ୟା କାଦମ୍ବିନୀ ସ୍ୱାଇଁ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିବାବେଳେ ଡ଼ାଟା ଏନ୍ଟ୍ରି ଅପରେଟର  ସୋନାଲୀ ମଲ,କର୍ମଚାରୀ ରାଜ କିଶୋର ବାରିକ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।  ଓଡ଼ିଶା ସମାଚାର

About admin

Check Also

ଚାଷୀଙ୍କ ନାମରେ ରୁଜୁ ହୋଇଥିବା ମାମଲା ପ୍ରତ୍ୟାହାର ଦାବି

ତାରପୁର, ୨୧/୦୫/୨୦୨୧(ଓଡ଼ିଶା ସମାଚାର)-ବେନିୟମ ଭାବେ ତାରପୁର ସେବା ସମବାୟ ସମିତିରେ ୩ଶହରୁ ଉଦ୍ଧ୍ୱର୍ ଚାଷୀଙ୍କର ଟୋକନ୍ କୁ ବାତିଲ କରାଯାଇଥିଲା  …

Leave a Reply

Your email address will not be published. Required fields are marked *